ବାସ୍ତୁ କହେ ଏସବୁ ଜିନିଷ ଘରେ ରଖନ୍ତୁ: ଦୂର ହେବ ଆର୍ଥିକ ସମସ୍ୟା

ଘରେ ଥିବା ଅନେକ ବସ୍ତୁ ବାସ୍ତୁ ସମସ୍ୟାର କାରଣ ହୋଇଥାଏ । ତେଣୁ ଘରେ କେଉଁ ଜିନିଷ ରଖିବା ଦରକାର କେଉଁ ଜିନିଶ ନ ରଖିବା ଦରକାର ତାହା ଜାଣିବା ନିହାତି ଆବଶ୍ୟକ। ତେବ ଆସନ୍ତୁ ଜାଣିବା କେଉଁ ବସ୍ତୁ ଘରେ ରଖିଲେ ଶୁଭ ଫଳ ମିଳିଥାଏ। ୧-ଘରର ଆଲମାରି କିମ୍ବା ଟଙ୍କା ବାକ୍ସ ପାଖରେ ଦର୍ପଣ ଟାଙ୍ଗନ୍ତୁ। ଦର୍ପଣକୁ ଏପରି ଟାଙ୍ଗନ୍ତୁ ଯେପରି ତାର ପ୍ରତିବିମ୍ବ ଟଙ୍କା ବାକ୍ସ କିମ୍ବା ଆଲମାରି ଉପରେ ପଡ଼ୁଥିବ। ଏପରି […]

Rakesh Mallick
  • Published: Thursday, 12 October 2017
  • , Updated: 12 October 2017, 11:27 PM IST

ଘରେ ଥିବା ଅନେକ ବସ୍ତୁ ବାସ୍ତୁ ସମସ୍ୟାର କାରଣ ହୋଇଥାଏ । ତେଣୁ ଘରେ କେଉଁ ଜିନିଷ ରଖିବା ଦରକାର କେଉଁ ଜିନିଶ ନ ରଖିବା ଦରକାର ତାହା ଜାଣିବା ନିହାତି ଆବଶ୍ୟକ। ତେବ ଆସନ୍ତୁ ଜାଣିବା କେଉଁ ବସ୍ତୁ ଘରେ ରଖିଲେ ଶୁଭ ଫଳ ମିଳିଥାଏ।
୧-ଘରର ଆଲମାରି କିମ୍ବା ଟଙ୍କା ବାକ୍ସ ପାଖରେ ଦର୍ପଣ ଟାଙ୍ଗନ୍ତୁ। ଦର୍ପଣକୁ ଏପରି ଟାଙ୍ଗନ୍ତୁ ଯେପରି ତାର ପ୍ରତିବିମ୍ବ ଟଙ୍କା ବାକ୍ସ କିମ୍ବା ଆଲମାରି ଉପରେ ପଡ଼ୁଥିବ। ଏପରି କରିବା ଦ୍ୱାରା ଘରେ ଧନ ବୃଦ୍ଧି ହୋଇଥାଏ।

୨-ଘରର ଛାତ ଉପରେ ଏକ ଜାଗାରେ ପାଣି ଓ ଚାଉଳ କିମ୍ବା କିଛି ଖାଦ୍ୟ ଶଶ୍ୟ ରଖନ୍ତୁ। ଏହାଦ୍ୱାରା ପକ୍ଷୀମାନଙ୍କୁ ଆହାର ମିଳିଥାଏ। ଫଳରେ ଘରେ ଆର୍ଥିକ ସମସ୍ୟା ଦୂର ହୋଇଥାଏ।
୩-ଯଦି ଘର ପାଖରେ କିଛି ଛୋଟ ବଡ଼ ଜଳାଶ୍ରୟ ଅଛି ତାହେଲେ ଘରର ଉତ୍ତର-ପୂର୍ବ ଦିଗରେ ଥିବା କାନ୍ଥରେ ଗଣେଷ ମୂର୍ତ୍ତି ରଖନ୍ତୁ। ଏପରି କରିବା ଦ୍ଵାରା ଶୁଭ ଫଳ ମିଳିଥାଏ। ଏପରି କରିବା ଦ୍ୱାରା ରୋଜଗାର ମଧ୍ୟ ବଢ଼ିଥାଏ।
୪-ନିଜ ଶୋଇବା ଘର କୋଣରେ ଓଜନିଆ ଜିନିଷ ରଖିଲେ ବାରମ୍ବାର ରୋଜଗାରରେ ଆସୁଥିବା ବାଧା ଦୂର ହୋଇଥାଏ।

Related story