ଜାଣନ୍ତୁ କେଉଁ ଦିଗକୁ ମୁହଁ କରି ରୋଷେଇ କଲେ ଶୁଭ

ଘର ତିଆରି ବେଳେ ପ୍ରାୟ ସମସ୍ତେ ବାସ୍ତୁ ଉପରେ ଗୁରୁତ୍ୱ ଦିଅନ୍ତି। ଘରେ କେଉଁ ରୁମ୍ କେଉଁ ଦିଗରେ ରହିବ, ଘରର ସମ୍ମୁଖରେ କ’ଣ ରହିବ ଓ କ’ଣ ନ ରହିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଏ। ରୋଷେଇ ଘରକୁ ମଧ୍ୟ ସମାନ ଗୁରୁତ୍ୱ ଦିଆଯାଏ। ଘରେ ହେଉ ଥିବା ବିଭିନ୍ନ ରୋଗ ତଥା ଆହୁରି ଅନେକ ଅସୁବିଧାର କାରଣ ଘରର ରୋଷେଇ ଘର ସହ ଜଡ଼ିତ ବାସ୍ତୁ ଦୋଷ ବି ହୋଇପାରେ। କେଉଁ ଦିଗ ଆଡ଼କୁ […]

cook

Rakesh Mallick
  • Published: Friday, 09 February 2018
  • , Updated: 09 February 2018, 03:38 PM IST

ଘର ତିଆରି ବେଳେ ପ୍ରାୟ ସମସ୍ତେ ବାସ୍ତୁ ଉପରେ ଗୁରୁତ୍ୱ ଦିଅନ୍ତି। ଘରେ କେଉଁ ରୁମ୍ କେଉଁ ଦିଗରେ ରହିବ, ଘରର ସମ୍ମୁଖରେ କ’ଣ ରହିବ ଓ କ’ଣ ନ ରହିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଏ। ରୋଷେଇ ଘରକୁ ମଧ୍ୟ ସମାନ ଗୁରୁତ୍ୱ ଦିଆଯାଏ। ଘରେ ହେଉ ଥିବା ବିଭିନ୍ନ ରୋଗ ତଥା ଆହୁରି ଅନେକ ଅସୁବିଧାର କାରଣ ଘରର ରୋଷେଇ ଘର ସହ ଜଡ଼ିତ ବାସ୍ତୁ ଦୋଷ ବି ହୋଇପାରେ। କେଉଁ ଦିଗ ଆଡ଼କୁ ମୁହଁ କରି ରୋଷେଇ କରୁଛନ୍ତି, କେଉଁ ଦିଗକୁ ମୁହଁ କରି ଖାଉଛନ୍ତି, ଏ ସବୁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଯଦି ବାସ୍ତୁ ସହ ଜଡ଼ିତ ଏହି ସବୁ କଥା ଉପରେ ଆପଣ ଧ୍ୟାନ ନ ଦିଅନ୍ତି, ତେବେ ପରିବାର ଲୋକମାନେ ଅନେକ ଅସୁବିଧାରେ ସମ୍ମୁଖୀନ ହୋଇପାରନ୍ତି। ତେବେ ଚାଲନ୍ତୁ ଜାଣିବା, କେଉଁ ଦିଗକୁ ମୁହଁ କରି ରୋଷେଇ କରିବା ଶୁଭ ଓ କେଉଁ ଦିଗକୁ ମୁହଁ କରି ରୋଷେଇ କରିବା ଅଶୁଭ।

ଅଶୁଭ

  • ଉତ୍ତର ଦିଗ ଆଡ଼କୁ ମୁହଁ କରି ରୋଷେଇ କରିବା ଦ୍ୱାରା ବ୍ୟବସାୟ ‍କ୍ଷେତ୍ରରେ ଲଗାତାର କ୍ଷତି ହେବା ସହ ଧନ ସଂପତ୍ତି ମଧ୍ୟ ହାନି ହୋଇଥାଏ।
  • ଦକ୍ଷିଣ ପଶ୍ଚିମ ଦିଗ ଆଡ଼କୁ ମୁହଁ କରି ରୋଷେଇ କରିବା ଦ୍ୱାରା ଘରର ସୁଖ, ଶାନ୍ତି ଭଙ୍ଗ ହୋଇଥାଏ। ଘରେ କଳି ଝଗଡ଼ା ହେବାର ମଧ୍ୟ ସମ୍ଭାବନା ଥାଏ।
  • ପଶ୍ଚିମ ଦିଗ ଆଡ଼କୁ ମୁହଁ କରି ରୋଷେଇ କରିବା ଦ୍ୱାରା ତ୍ୱଚା ଓ ହାଡ଼ ସହ ଜଡ଼ିତ ରୋଗ ହେବାର ଭୟ ଥାଏ।
  • ଦକ୍ଷିଣ ଦିଗ ଆଡ଼କୁ ମୁହଁ କରି ରୋଷେଇ କଲେ ଘରର ମହିଳା ମାନଙ୍କୁ ଅନେକ ରୋଗର ସାମ୍ନା କରିବାକୁ ପଡ଼ିଥାଏ।
  • ନ ଗାଧୋଇ ରୋଷେଇ କରିବା ଉଚିତ୍‌ ନୁହେଁ କି ଖାଇବା ବି ଉଚିତ ନୁହେଁ। ଏମିତି କରିବା ଦ୍ୱାରା ରୋଗ ହେବାର ସମ୍ଭାବନା ଥାଏ।

 ଶୁଭ

  • ଘରର ସୁଖ ଶାନ୍ତି ରକ୍ଷା କରିବା ଓ ରୋଗରୁ ମୁକ୍ତି ପାଇବାକୁ ହେଲେ ପୂର୍ବ ଦିଗ ଆଡ଼କୁ ମୁହଁ କରି ରୋଷେଇ କରିବା ସବୁଠୁ ଶୁଭ ବୋଲି କୁହାଯାଏ।
  • ଯଦି ରୋଷେଇ ଘରର ଝରକା ପୂର୍ବ ଦିଗ ଆଡ଼କୁ ହୋଇଥାଏ, ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ଖୁବ୍ ଶୁଭ ହୋଇଥାଏ।

 

 

 

 

 

 

 

 

 

 

 

 

 

Related story