ବାସ୍ତୁଶାସ୍ତ୍ର ଅନୁସାରେ ଘର ଚଟାଣ ରଙ୍ଗର ଅଲଗା ମହତ୍ୱ ରହିଛି। ତେଣୁ ଘର ଚଟାଣର ରଙ୍ଗ ଦେବା ସମୟରେ ବିଶେଷ ଧ୍ୟାନ ଦେବା ଉଚିତ। ଏହି ବାଟ ଦେଇ ଘରେ ସକାରାତ୍ମକ ଶକ୍ତି ଓ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଘର ଚଟାଣରେ ସଠିକ୍ ରଙ୍ଗ ଦେବା ଦ୍ୱାରା ସକାରତ୍ମକ ଉର୍ଜା ପ୍ରବେଶ କରିବା ସହ ସୁଖ ଶାନ୍ତି ବଜାୟ ରହେ। ଆସନ୍ତୁ ଜାଣିବା ଘରର ଦିଗ ଅନୁସାରେ ଚଟାଣରେ କେଉଁ ରଙ୍ଗ ଦେବା ଶୁଭ।
- ପୂର୍ବ ଦିଗ ଚଟାଣରେ ସଠିକ୍ ରଙ୍ଗ ହେବା ଦ୍ୱାରା ମାନସମ୍ମାନ ବଢିଥାଏ। ବାସ୍ତୁ ଅନୁସାରେ ଏହି ଦିଗର ଚଟାଣ ଗାଢ ସବୁଜ ରଙ୍ଗ କରିବା ଶୁଭ।
- ପଶ୍ଚିମ ଦିଗରେ ଲକ୍ଷ୍ମୀ ବାସ କରନ୍ତି ବୋଲି ବିଶ୍ୱାସ ରହିଛି। ଏହି ଦିଗ ସମସ୍ତ ଦୋଷ ମୁକ୍ତ ହେବା ନିହାତି ଜରୁରୀ। ଏହି ଦିଗରେ ଚଟାଣ ଧଳା ରଙ୍ଗର ହେବ ଉଚିତ।
- ଉତ୍ତର ଦିଗ ବେଶ ମହତ୍ୱପୂର୍ଣ୍ଣ । ବାସ୍ତୁ ଅନୁସାରେ ଉତ୍ତର ଦିଗ ଭଗବାନ କୁବେରଙ୍କ ସ୍ଥାନ। ଏହି ଦିଗରେ ଗାଢ ରଙ୍ଗ ଦେବା ଉଚିତ।
- ଦକ୍ଷିଣ ଦିଗର ଚଟାଣର ରଙ୍ଗ ଗାଢ ଲାଲ ରଙ୍ଗ ଦେବା ଦରକାର।
- ଉତ୍ତର-ପୂର୍ବ ଦିଗରେ ଭଗବାନ ଶିବ ବାସ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ଏହି ଦିଗର ଚଟାଣକୁ ନୀଳ ରଙ୍ଗ ଦେବା ଶୁଭ।
- ଦକ୍ଷିଣ-ପୂର୍ବ ଦିଗକୁ ବାଇଗଣି ରଙ୍ଗ ଦେବା ଭଲ ଓ ଦକ୍ଷିଣ-ପଶ୍ଚିମ ଦିଗର ଚଟାଣକୁ ଗୋଲାପି ରଙ୍ଗ ଦିଅନ୍ତୁ। ଉତ୍ତର-ପଶ୍ଚିମ ଦିଗ ବାୟୁ ଦିଗ ହୋଇଥିବାରୁ ଏହି ଦିଗର ଚଟାଣକୁ ଗ୍ରେ ରଙ୍ଗ ଦିଅନ୍ତୁ।