ବ୍ରାହ୍ମ ମୁହୂର୍ତ୍ତରେ ଗାଧାନ୍ତୁ, ବଦଳିଯିବ ଭାଗ୍ୟ

ସବୁଦିନ ଗାଧୋଇବା ଶରୀର ପ୍ରତି ଲାଭଦାୟକ,ଏହା ଆମେ ଜାଣିଛେ। ତେବେ ବହୁ ଲୋକଙ୍କ ଗାଧୁଆ ସମୟର କୌଣସି ଠିକ୍ ଠିକଣା ନଥାଏ। କେତେବେଳେ ସକାଳେ ଗାଧୋଇଥାନ୍ତି ତ ଆଉ କେତେବେଳେ ଦ୍ୱିପହରରେ। ଶାସ୍ତ୍ର ଅନୁଯାୟୀ ଏପରି ଗାଧୋଇବା ଅନୁଚିତ। ଶାସ୍ତ୍ର କହୁଛି, ଗାଧୋଇବା ବ୍ୟକ୍ତିର ଭାଗ୍ୟ ସହ ଯୋଡି ରହିଥାଏ। ଏହା ବ୍ୟକ୍ତିର ଭାଗ୍ୟ ବଦଳାଇ ପାରେ। ଆସନ୍ତୁ ଜାଣିବା କେଉଁ ସମୟରେ ଗାଧୋଇଲେ ଭାଗ୍ୟ ବଦଳିବ। ବ୍ରାହ୍ମ ମୁହୂର୍ତ୍ତରେ ଗାଧୋଇଲେ ଭଲ ବୋଲି ଶାସ୍ତ୍ରରେ କୁହାଯାଇଛି। ସୂର୍ଯ୍ୟ […]

,,,,

Rakesh Mallick
  • Published: Tuesday, 19 December 2017
  • , Updated: 19 December 2017, 09:14 PM IST

ସବୁଦିନ ଗାଧୋଇବା ଶରୀର ପ୍ରତି ଲାଭଦାୟକ,ଏହା ଆମେ ଜାଣିଛେ। ତେବେ ବହୁ ଲୋକଙ୍କ ଗାଧୁଆ ସମୟର କୌଣସି ଠିକ୍ ଠିକଣା ନଥାଏ। କେତେବେଳେ ସକାଳେ ଗାଧୋଇଥାନ୍ତି ତ ଆଉ କେତେବେଳେ ଦ୍ୱିପହରରେ। ଶାସ୍ତ୍ର ଅନୁଯାୟୀ ଏପରି ଗାଧୋଇବା ଅନୁଚିତ। ଶାସ୍ତ୍ର କହୁଛି, ଗାଧୋଇବା ବ୍ୟକ୍ତିର ଭାଗ୍ୟ ସହ ଯୋଡି ରହିଥାଏ। ଏହା ବ୍ୟକ୍ତିର ଭାଗ୍ୟ ବଦଳାଇ ପାରେ। ଆସନ୍ତୁ ଜାଣିବା କେଉଁ ସମୟରେ ଗାଧୋଇଲେ ଭାଗ୍ୟ ବଦଳିବ।

ବ୍ରାହ୍ମ ମୁହୂର୍ତ୍ତରେ ଗାଧୋଇଲେ ଭଲ ବୋଲି ଶାସ୍ତ୍ରରେ କୁହାଯାଇଛି। ସୂର୍ଯ୍ୟ ଉଦୟ ସମୟକୁ ବ୍ରାହ୍ମ ମୁହୂର୍ତ୍ତରେ କୁହାଯାଏ। ଏହି ସମୟରେ ଗାଧୋଇ ଧ୍ୟାନ କଲେ ମନ ଶାନ୍ତ ଓ ପ୍ରଫୁଲ୍ଲ ରହିଥାଏ। ଏହାସହ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପଡ଼ିଥାଏ। ଦାରିଦ୍ରତା ଦୂର ହୋଇଥାଏ, ଟଙ୍କା ପଇସାର ଅଭାବ ରହେ ନାହିଁ ଓ ନିଷ୍ପତ୍ତି ନେବାର ଶକ୍ତି ବଢ଼ିଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି।

ବ୍ରାହ୍ମ ମୁହୂର୍ତ୍ତରେ ଗଧୋଇଲେ ବ୍ୟକ୍ତିର ସୁନ୍ଦରତା ବୃଦ୍ଧି ପାଇଥାଏ। ଏହାସହ ଶରୀରରେ ଶକ୍ତି ମଧ୍ୟ ‍ବଢ଼ିଥାଏ।

ବ୍ରାହ୍ମ ମୁହୂର୍ତ୍ତରେ ଗାଧୋଇଲେ ଶରୀର ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ।

 

Related story