ଅଧାରେ ଅଟକିଲା ରାମଦୋଳି, ଅଳ୍ପକେ ବର୍ତ୍ତିଲେ ପିଲା

Ordigital Desk
  • Published: Thursday, 28 September 2017
  • , Updated: 28 September 2017, 05:48 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବରମୁଣ୍ଡା ଦୁର୍ଗାପୂଜା ପଡ଼ିଆରେ ଏକ ଅଭାବନୀୟ ଘଟଣା ଘଟିଛି। ରାମଦୋଳି ଚାଲିଥିବା ବେଳେ ବେରିଂ ଭାଙ୍ଗି ଯାଇଥିଲା। ଘୁରୁଥିବା ଦୋଳିଟି ଅଧାରେ ଅଟକି ଯାଇଥିଲା। ଫଳରେ ଦୋଳିରେ ବସିଥିବା କିଛି ଛୋଟ ପିଲା ଓ ମହିଳା ଭୟଭୀତ ହୋଇ ଚିତ୍କାର କରିଥିଲେ। ଏପରିକି ତଳେ ଠିଆ ହୋଇଥିବା ଲୋକେ ମଧ୍ୟ ଆତଙ୍କିତ ହୋଇପଡ଼ିଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୋଳିରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। କହିବାକୁ ଗଲେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।</p>

Related story