ଜାଣନ୍ତୁ କାଶ୍ମୀର ଝିଅ ଏତେ ସୁନ୍ଦରୀ କ’ଣ ପାଇଁ

କାଶ୍ମୀରର ମହିଳାମାନେ ଦେଖିବାକୁ ଖୁବ୍ ସୁନ୍ଦର। ସେମାନଙ୍କର ସୁନ୍ଦରତାର କାରଣ କାଶ୍ମୀରର ଭୌଗଳିକ ଓ ଜେନେଟିକ ଅବସ୍ଥାକୁ ମନାଯାଏ। ଏହା ବ୍ୟତୀତ ସେମାନେ ନିଜ ସୁନ୍ଦରତାକୁ ବଜାୟ ରଖିବା ପାଇଁ ଏପରି ପ୍ରାକୃତିକ ଜିନିଷ ଜିନିଷ ବ୍ୟବହାର କରନ୍ତି। ଯେଉଁଗୁଡ଼ିକ ସେଠାରେ ସହଜରେ ମିଳିଯାଇଥାଏ। ଏଥିମଧ୍ୟରୁ କିଛି ଜିନିଷକୁ ସେମାନେ ନିଜ ମୁହଁରେ ଲଗାଇଥାନ୍ତି। ଯାହାଦ୍ୱାରା ତାଙ୍କ ରଙ୍ଗ ଗୋରା ରହିଥାଏ। କିଛି ସୁସ୍ଥକର ଖାଦ୍ୟ ଖାଇ ମଧ୍ୟ ନିଜ ସୁନ୍ଦରତା ବୃଦ୍ଧି କରନ୍ତି। ଆସନ୍ତୁ ଜାଣିବା […]

kashmir image

Rakesh Mallick
  • Published: Thursday, 22 February 2018
  • , Updated: 22 February 2018, 11:40 AM IST

କାଶ୍ମୀରର ମହିଳାମାନେ ଦେଖିବାକୁ ଖୁବ୍ ସୁନ୍ଦର। ସେମାନଙ୍କର ସୁନ୍ଦରତାର କାରଣ କାଶ୍ମୀରର ଭୌଗଳିକ ଓ ଜେନେଟିକ ଅବସ୍ଥାକୁ ମନାଯାଏ। ଏହା ବ୍ୟତୀତ ସେମାନେ ନିଜ ସୁନ୍ଦରତାକୁ ବଜାୟ ରଖିବା ପାଇଁ ଏପରି ପ୍ରାକୃତିକ ଜିନିଷ ଜିନିଷ ବ୍ୟବହାର କରନ୍ତି। ଯେଉଁଗୁଡ଼ିକ ସେଠାରେ ସହଜରେ ମିଳିଯାଇଥାଏ। ଏଥିମଧ୍ୟରୁ କିଛି ଜିନିଷକୁ ସେମାନେ ନିଜ ମୁହଁରେ ଲଗାଇଥାନ୍ତି। ଯାହାଦ୍ୱାରା ତାଙ୍କ ରଙ୍ଗ ଗୋରା ରହିଥାଏ। କିଛି ସୁସ୍ଥକର ଖାଦ୍ୟ ଖାଇ ମଧ୍ୟ ନିଜ ସୁନ୍ଦରତା ବୃଦ୍ଧି କରନ୍ତି। ଆସନ୍ତୁ ଜାଣିବା କାଶ୍ମୀରି ମହିଳାଙ୍କ ସୁନ୍ଦରତା ପଛର କିଛି ରହସ୍ୟ।

୧- କାଶ୍ମୀରୀ ମହିଳାମାନେ କ୍ଷୀରରେ କେଶର ଓ ଚନ୍ଦନ ପାଉଡର ମିଶାଇ ମୁହଁରେ ଲଗାନ୍ତି। ଏହାଦ୍ୱାରା ସେମାନଙ୍କ ରଙ୍ଗ ଗୋରା ହେବା ସହ ଚମକଦାର ହୋଇଥାଏ।

୨- କ୍ଷୀରର ସରରେ ବେସନ ମିଶାଇ ଏମାନେ ଲଗାନ୍ତି। ଯାହା ତ୍ୱଚାର ଚମକ ବଢ଼ାଇଥାଏ। ଏହାକୁ ହାତ ଗୋଡ଼ରେ ଲଗାଇଲେ ସନ୍ ଟ୍ୟାନ୍ ଦୂର ହୋଇଥାଏ।

୩- ଏମାନେ ଅଖରୋଟ ଖାଆନ୍ତି। ଯାହାଦ୍ୱାରା ସେମାନଙ୍କ ବାଳ ଘନ, କଳା ଓ ଚମକଦାର ହୋଇଥାଏ। ଏହା ତ୍ୱଚାର ମଧ୍ୟ ଚମକ ବଢ଼ାଇଥାଏ। ଏହା ବଢ଼ୁଥିବା ବୟସର ପ୍ରଭାବ ଚେହେରାରେ ପଡ଼ିବାକୁ ଦିଏ ନାହିଁ।

୪-  କାଶ୍ମିର ମହିଳାମାନେ ପାଣିରେ ବତୁରାଯାଇଥିବା ଆଲମଣ୍ଡ ଖାଇଥାନ୍ତି। ଆଲମଣ୍ଡରୁ ତିଆରି ଫେସ୍ ପ୍ୟାକ୍ ମୁହଁରେ ଲଗାନ୍ତି। ଏହା ତ୍ୱଚାକୁ କୋମଳ କରିବା ସହ ଚେହେରାରୁ ଦାଗ ମଧ୍ୟ ଦୂର କରିଥାଏ।

୫-  କାଶ୍ମୀର ମହିଳାଙ୍କ ସୁନ୍ଦର କେଶର ରହସ୍ୟ ହେଉଛି, ଅଖରୋଟରୁ ତିଆରି ତେଲ। ଏମାନେ ନିଜ କେଶରେ ଏହି ତେଲକୁ ଲଗାଇଥାନ୍ତି। ଯାହା ତାଙ୍କ କେଶକୁ ଲମ୍ବା, ଘନ ଓ ସୁନ୍ଦର କରିଥାଏ।

୬-  ସେମାନେ ଯେତେ ସମ୍ଭବ ସବୁଜ ପନିପରିବା ଖାଇଥାନ୍ତି। ଏପରିକି ନନ୍‌ଭେଜରେ ମଧ୍ୟ ସବୁଜ ପନିପରିବା ଖାଇଥାନ୍ତି। ଏହା ସେମାନଙ୍କ ଓଜନକୁ ନିୟନ୍ତ୍ରଣ କରିଥାଏ।

୭- ଏମାନେ କ୍ଷୀରରୁ ତିଆରି ଜିନିଷ ଖାଇଥାନ୍ତି। ଏହା ତାଙ୍କ ସୁନ୍ଦରତାକୁ ବୃଦ୍ଧି କରିଥାଏ।

 

Related story