ବ୍ରହ୍ମପୁରରେ ଆଇଜର ପ୍ରତିଷ୍ଠା ଓ କାର୍ଯ୍ୟକ୍ଷମକୁ କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ: ବ୍ରହ୍ମପୁରରେ ଆଇଜର ପ୍ରତିଷ୍ଠା ଓ କାର୍ଯ୍ୟକ୍ଷମ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଏଥିସହ ଶିକ୍ଷା ପ୍ରତିଷ୍ଠାନର ସୋସାଇଟ୍‌ ରେଜିଷ୍ଟ୍ରେସନ୍‌ ଆକ୍ଟ-୧୮୬୦କୁ କେନ୍ଦ୍ର କ୍ୟାବିନେଟ୍‌ ମଧ୍ୟ ମଞ୍ଜୁରୀ ଦେଇଛନ୍ତି। ୨୦୧୬-୧୭ ଶିକ୍ଷା ବର୍ଷ ପାଇଁ ଆଇଜର ପ୍ରତିଷ୍ଠାନ ଓ ଏହାର କାର୍ଯ୍ୟଧାରା ଅସ୍ଥାୟୀ କ୍ୟାମ୍ପସରେ ଚାଲିବ। ୨୦୧୬-୧୯ ପର୍ଯ୍ୟନ୍ତ ୩ ବର୍ଷ ଲାଗି ଖର୍ଚ୍ଚ ହେବ ୧୫୨ କୋଟି ୭୯ ଲକ୍ଷ ଟଙ୍କା। ଏଥିସହ ରାଜ୍ୟ ସରକାରଙ୍କ ନିକଟରୁ ମାଗଣାରେ ଜମି ଅଧିଗ୍ରହଣ କରାଯିବ। ସେହିପରି ଶିକ୍ଷାନୁଷ୍ଠାନର […]

iiser-odisha-to-come-up-at-berhampur

Rakesh Mallick
  • Published: Thursday, 27 October 2016
  • , Updated: 27 October 2016, 09:31 PM IST

ନୂଆଦିଲ୍ଲୀ: ବ୍ରହ୍ମପୁରରେ ଆଇଜର ପ୍ରତିଷ୍ଠା ଓ କାର୍ଯ୍ୟକ୍ଷମ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଏଥିସହ ଶିକ୍ଷା ପ୍ରତିଷ୍ଠାନର ସୋସାଇଟ୍‌ ରେଜିଷ୍ଟ୍ରେସନ୍‌ ଆକ୍ଟ-୧୮୬୦କୁ କେନ୍ଦ୍ର କ୍ୟାବିନେଟ୍‌ ମଧ୍ୟ ମଞ୍ଜୁରୀ ଦେଇଛନ୍ତି।

୨୦୧୬-୧୭ ଶିକ୍ଷା ବର୍ଷ ପାଇଁ ଆଇଜର ପ୍ରତିଷ୍ଠାନ ଓ ଏହାର କାର୍ଯ୍ୟଧାରା ଅସ୍ଥାୟୀ କ୍ୟାମ୍ପସରେ ଚାଲିବ। ୨୦୧୬-୧୯ ପର୍ଯ୍ୟନ୍ତ ୩ ବର୍ଷ ଲାଗି ଖର୍ଚ୍ଚ ହେବ ୧୫୨ କୋଟି ୭୯ ଲକ୍ଷ ଟଙ୍କା। ଏଥିସହ ରାଜ୍ୟ ସରକାରଙ୍କ ନିକଟରୁ ମାଗଣାରେ ଜମି ଅଧିଗ୍ରହଣ କରାଯିବ। ସେହିପରି ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକଙ୍କୁ ୮୦,୦୦୦ ଟଙ୍କା ଦରମା ମିଳିବାକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛନ୍ତି।

Related story