ଭୁବନେଶ୍ୱର: ବାପୁଜୀନଗର ୟୁକୋ ବ୍ୟାଙ୍କରୁ ୧୩ ଲକ୍ଷ ଟଙ୍କା ଓ ୪୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍‌

ଭୁବନେଶ୍ୱର: ଭୁବନେଶ୍ୱର ବାପୁଜୀନଗରରେ ଥିବା ୟୁକୋ ବ୍ୟାଙ୍କରୁ ଆଜି ୧୩ ଲକ୍ଷରୁ ଅଧିକ ଟଙ୍କା ଓ ପ୍ରାୟ ୪୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍ ହୋଇଛି। ବନ୍ଧୁକ ମୁନରେ ୪ ଜଣ ଡକାୟତ ଲୁଟି ନେଇଥିଲେ ଟଙ୍କା ଓ ସୁନାଗହଣା। ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷ କ୍ୟାପିଟାଲ୍ ଥାନାରେ ଏତଲା ଦାୟର କରିଛନ୍ତି। ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ସବୁ ଦିନ ପରି ବ୍ୟାଙ୍କ ଖୋଲିଥିଲେ ପିଅନ ଧନେଶ୍ୱର ବେହେରା। ତାଙ୍କ ସହ ଜଣେ ଗ୍ରାହକ […]

uco-bank

Rakesh Mallick
  • Published: Wednesday, 28 September 2016
  • , Updated: 28 September 2016, 08:04 PM IST

ଭୁବନେଶ୍ୱର: ଭୁବନେଶ୍ୱର ବାପୁଜୀନଗରରେ ଥିବା ୟୁକୋ ବ୍ୟାଙ୍କରୁ ଆଜି ୧୩ ଲକ୍ଷରୁ ଅଧିକ ଟଙ୍କା ଓ ପ୍ରାୟ ୪୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍ ହୋଇଛି। ବନ୍ଧୁକ ମୁନରେ ୪ ଜଣ ଡକାୟତ ଲୁଟି ନେଇଥିଲେ ଟଙ୍କା ଓ ସୁନାଗହଣା। ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷ କ୍ୟାପିଟାଲ୍ ଥାନାରେ ଏତଲା ଦାୟର କରିଛନ୍ତି।

ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ସବୁ ଦିନ ପରି ବ୍ୟାଙ୍କ ଖୋଲିଥିଲେ ପିଅନ ଧନେଶ୍ୱର ବେହେରା। ତାଙ୍କ ସହ ଜଣେ ଗ୍ରାହକ ବ୍ୟାଙ୍କ ଭିତରକୁ ପଶି ଥିଲେ। ଏହାର ମାତ୍ର ଦୁଇ ମିନିଟ୍ ବ୍ୟବଧାନରେ ୪ ଜଣ ଡକାୟତ ବ୍ୟାଙ୍କରେ ପଶି ଥିଲେ। ସେମାନେ ଲକର ଚାବି ଦେବାକୁ ତାଙ୍କୁ ଧମକ ଦେଇଥିଲେ। ପରେ ବ୍ୟାଙ୍କ ମ୍ୟାନେଜର ଓ ଅନ୍ୟ କର୍ମଚାରୀଙ୍କୁ ଗନ୍‌ ପଏଣ୍ଟ୍‌ରେ ରଖି କାନ୍ଥକୁ ମୁହଁ କରି ବସିବାକୁ ଧମକ ଦେଇଥିଲେ। ତା’ପରେ ସେମାନେ ଲକର୍ ରୁମ୍‌କୁ ଯାଇଥିଲେ। ସେମାନେ ନଗଦ ୧୫ ଲକ୍ଷ ଟଙ୍କା ସହିତ ବ୍ୟାଙ୍କରେ ବନ୍ଧକ ଥିବା ପ୍ରାୟ ୭୨ ପ୍ୟାକେଟ୍ ସୁନା (ଏହାର ଓଜନ ପ୍ରାୟ ୧ କେଜି) ଲୁଟି ନେଇଥିଲେ।

ଡକାୟତିର ତରିକାରୁ ସ୍ପଷ୍ଟ ହେଉଛି ଯେ ସେମାନେ ପୂର୍ବରୁ ରେକି କରିଥିଲେ। ସେମାନେ ହିନ୍ଦୀରେ କଥା ହେଉଥିଲେ। ତେଣୁ ସେମାନେ ରାଜ୍ୟ ବାହାରର ଲୋକ ବୋଲି ସନ୍ଦେହ କରାଯାଉଛି। ବ୍ୟାଙ୍କରେ ସୁରକ୍ଷା କର୍ମୀ ବି ନ ଥିଲେ। ଏହା ସବୁଠୁ ଆଶ୍ଚର୍ଯ୍ୟର କଥା।

କମିଶନରେଟ୍ ପୋଲିସ୍ ସ୍ପେଶାଲ୍ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛି।

ବ୍ୟାଙ୍କକୁ ଆସିଥିବା ଜଣେ ଗ୍ରାହକ କହିଛନ୍ତି,“ମୁଁ ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଆସିଥିଲି। କିଛି ଦୁର୍ବୃତ୍ତବ୍ୟାଙ୍କ ଭିତରକୁ ପଶି ଆସି ମୋ ମୋବାଇଲ ନେଇ ଯାଇଥିଲେ। ଡିପୋଜିଟ୍‌ ପାଇଁ ଆଣିଥିବା ଟଙ୍କା ମଧ୍ୟ ନେଇ ଯାଇଥିଲେ। ପରେ କିନ୍ତୁ ମୋ ଟଙ୍କା ଫେରାଇ ଦେଇଥିଲେ। ସେମାନେ କହିଥିଲେ, ଆମେ ବ୍ୟାଙ୍କ ଲୁଟିବାକୁ ଆସିଛୁ, ଗ୍ରାହକଙ୍କ ଟଙ୍କା ନେବୁ ନାହିଁ।”

ପୋଲିସ୍ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି,“ଆଜି ଦିନ ପ୍ରାୟ ସାଢେ ୯ଠାରୁ ୧୦ଟା ମଧ୍ୟରେ ୟୁକୋ ବ୍ୟାଙ୍କରେ ଡକାୟତି ହୋଇଛି। ସାଇଣ୍ଟିଫିକ୍‌ ଟିମ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତଙ୍କୁ ଧରିବାକୁ ସ୍ପେଶାଲ ଟିମ୍‌ ଗଠନ କରାଯାଇଛି। ବିଭିନ୍ନ ଜିଲ୍ଲାକୁ ମଧ୍ୟ ଏ ବିଷୟରେ ସୂଚନା ଦିଆଯାଇଛି। ରେଳଷ୍ଟେସନ ଓ ବସଷ୍ଟାଣ୍ଡରେ ମଧ୍ୟ ଯାଞ୍ଚ କରାଯାଉଛି।”

Related story