ସପ୍ତାହକୁ ଥରେ ସମ୍ୱଲପୁର ଦେଇ ଚାଲିବ ରାଜଧାନୀ ଏକ୍ସପ୍ରେସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଶ୍ଚିବ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ସମ୍ୱଲପୁର ଦେଇ ସପ୍ତାହକୁ ଥରେ ଚାଲିବ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ। ରେଳମନ୍ତ୍ରୀ ପିୟୂଷ ଗୋଏଲ୍‌ ଏନେଇ ଆଜି ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ଜଣାଇଛନ୍ତି ରେଳମନ୍ତ୍ରୀ ଗୋଏଲ୍‌। କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତରେ ଯାଇଥିଲେ। ସେହି ସମୟରେ ସେ ରେଳମନ୍ତ୍ରୀ ପିୟୂଷଙ୍କୁ ଭେଟି ସମ୍ୱଲପୁର ଦେଇ ରାଜଧାନୀ ଏକ୍ସପ୍ରେସ ଚଳାଇବାକୁ ଦାବି କରିଥିଲେ। […]

bhubaneswar-delhi rajdhani express

Rakesh Mallick
  • Published: Thursday, 05 October 2017
  • , Updated: 05 October 2017, 05:46 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଶ୍ଚିବ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ସମ୍ୱଲପୁର ଦେଇ ସପ୍ତାହକୁ ଥରେ ଚାଲିବ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ। ରେଳମନ୍ତ୍ରୀ ପିୟୂଷ ଗୋଏଲ୍‌ ଏନେଇ ଆଜି ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ଜଣାଇଛନ୍ତି ରେଳମନ୍ତ୍ରୀ ଗୋଏଲ୍‌।

କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତରେ ଯାଇଥିଲେ। ସେହି ସମୟରେ ସେ ରେଳମନ୍ତ୍ରୀ ପିୟୂଷଙ୍କୁ ଭେଟି ସମ୍ୱଲପୁର ଦେଇ ରାଜଧାନୀ ଏକ୍ସପ୍ରେସ ଚଳାଇବାକୁ ଦାବି କରିଥିଲେ। ସ୍ଥାନୀୟ ଲୋକଙ୍କ ଆଗ୍ରହକୁ ଧ୍ୟାନ ଦିଆଯାଇ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସକୁ ଥରେ ଭାୟା ସମ୍ୱଲପୁର ଦେଇ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି।

Related story