ଭୁବନେଶ୍ୱର: ୩ଟି ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା, ୩୦ରୁ ଅଧିକ ଯାତ୍ରୀ ଆହତ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ବୁଧବାର ଭୋର୍‌ରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ତମାଣ୍ଡୋ ଓଭରବ୍ରିଜ୍ ନିକଟରେ ଦୁଇଟି ବସ୍ ଓ ଗୋଟିଏ ବସ୍ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବା ଯୋଗୁଁ ୩୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ଅଛନ୍ତି। ସମସ୍ତ ଆହତଙ୍କୁ ରାଜଧାନୀର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭୋର ପ୍ରାୟ ୪ଟା ୧୦ରେ ଫୁଲବାଣୀରୁ ଆସୁଥିବା ଚକାଡ଼ୋଳା ବସ୍‌କୁ ବ୍ରାହ୍ମଣୀ ଗାଁରୁ ଆସୁଥିବା ରାଜା ନାମକ ବସ୍ ପଛପଟୁ ଧକ୍କା […]

bus

Rakesh Mallick
  • Published: Wednesday, 09 March 2016
  • , Updated: 09 March 2016, 04:01 AM IST

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ବୁଧବାର ଭୋର୍‌ରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ତମାଣ୍ଡୋ ଓଭରବ୍ରିଜ୍ ନିକଟରେ ଦୁଇଟି ବସ୍ ଓ ଗୋଟିଏ ବସ୍ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବା ଯୋଗୁଁ ୩୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ଅଛନ୍ତି। ସମସ୍ତ ଆହତଙ୍କୁ ରାଜଧାନୀର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଭୋର ପ୍ରାୟ ୪ଟା ୧୦ରେ ଫୁଲବାଣୀରୁ ଆସୁଥିବା ଚକାଡ଼ୋଳା ବସ୍‌କୁ ବ୍ରାହ୍ମଣୀ ଗାଁରୁ ଆସୁଥିବା ରାଜା ନାମକ ବସ୍ ପଛପଟୁ ଧକ୍କା ଦେଇଥିଲା। ଏହାର କିଛି ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ବସ୍ ଦୁଇଟି ପଛରେ ଆସୁଥିବା ଏକ ଟ୍ରକ୍‌କୁ ଭଞ୍ଜନଗରରୁ ଆସୁଥିବା ନୀଳକଣ୍ଠ ନାମକ ଏକ ଘରୋଇ ବସ୍ ପଛରୁ ଧକ୍କା ଦେଇଥିଲା।

ଅଗ୍ନିଶମ, ଓଡ୍ରାଫ୍ ଓ ପୋଲିସ୍ ଦୀର୍ଘ ସମୟ  ଅପରେସନ କରିବା ପରେ ନୀଳକଣ୍ଠ ବସର ଡ୍ରାଇଭରକୁ ଉଦ୍ଧାର କରିଥିଲେ। ଦୁର୍ଘଟଣା ପରେ ପ୍ରାୟ ୨ ଘଣ୍ଟା ଧରି ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

Related story