ବିଜୟଶ୍ରୀ ରାଉତରାୟ ଜମି ବିବାଦ: କାର୍ଯ୍ୟାନୁଷ୍ଠାନ ନେବାକୁ କହିଲା ଆଇନ ବିଭାଗ

ଭୁବନେଶ୍ୱର: ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପତ୍ନୀଙ୍କ ନାଁରେ ଥିବା ଦାତବ୍ୟ ଚିକିତ୍ସାଳୟ ଜମି ବିବାଦ ପୁଣି ଲେଉଟିଛି। ଓଡ଼ିଶା କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟରେ ଏହା ପଞ୍ଜୀକୃତ ହୋଇ ନ ଥିବାରୁ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନ ବିଭାଗ ମତ ରଖିଛି। ଅନ୍ୟପକ୍ଷେ ସମାନ ଅଭିଯୋଗରେ ୯ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଳେ ମନ୍ତ୍ରୀଙ୍କ କ୍ଷେତ୍ରରେ ଦୁଇ ଥର ତଦନ୍ତ କରାଯିବାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ଭୁବନେଶ୍ୱରର ଖାରବେଳ ନଗରରେ ଥିବା ପ୍ଲଟ୍‌ ନଂ. A/117କୁ […]

bijaya

Rakesh Mallick
  • Published: Sunday, 28 February 2016
  • , Updated: 29 February 2016, 03:22 AM IST

ଭୁବନେଶ୍ୱର: ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପତ୍ନୀଙ୍କ ନାଁରେ ଥିବା ଦାତବ୍ୟ ଚିକିତ୍ସାଳୟ ଜମି ବିବାଦ ପୁଣି ଲେଉଟିଛି। ଓଡ଼ିଶା କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟରେ ଏହା ପଞ୍ଜୀକୃତ ହୋଇ ନ ଥିବାରୁ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନ ବିଭାଗ ମତ ରଖିଛି। ଅନ୍ୟପକ୍ଷେ ସମାନ ଅଭିଯୋଗରେ ୯ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଳେ ମନ୍ତ୍ରୀଙ୍କ କ୍ଷେତ୍ରରେ ଦୁଇ ଥର ତଦନ୍ତ କରାଯିବାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।

ଭୁବନେଶ୍ୱରର ଖାରବେଳ ନଗରରେ ଥିବା ପ୍ଲଟ୍‌ ନଂ. A/117କୁ ନର୍ସିଂହୋମ କିମ୍ବା ଦାତବ୍ୟ ଚିକିତ୍ସାଳୟ ପାଇଁ ବିଜୟଶ୍ରୀ ରାଉତରାୟଙ୍କ ପତ୍ନୀ ଜ୍ୟୋତି ରାଉତରାୟ ସରକାରଙ୍କ ପାଖରୁ ନେଇଥିଲେ। ହେଲେ ନର୍ସିଂହୋମ କି ହସ୍ପିଟାଲ କରିବା ବଦଳରେ ଜମି ଅନ୍ୟ କାର୍ଯ୍ୟରେ ବ୍ୟବହାର କରିବା ନେଇ ସ୍ୱାସ୍ଥ୍ୟ ବିଭାଗ ଜାଣିବା ପରେ ବିବାଦକୁ ଆସିଥିଲା ଏହି ଘର। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜରି କରାଯାଇଥିଲା। ତଦନ୍ତ ପରେ ୯ ଜଣଙ୍କ ଜମି ଅନ୍ୟ କାର୍ଯ୍ୟରେ ବ୍ୟବହାର ହେଉଥିବା ଜଣାପଡିବା ପରେ ସରକାର ଲିଜ୍‌ ବାତିଲ କରିଥିଲେ। ବିଜୟଶ୍ରୀ ରାଉତରାୟଙ୍କ କ୍ଷେତ୍ରରେ କିନ୍ତୁ ଦୁଇଥର ତଦନ୍ତ ହେଲା। ଆଇନ ବିଭାଗ କହିଛି, ଯେ କୌଣସି ଚିକିତ୍ସାଳୟ ଦାତବ୍ୟ ହେଉ କି ନର୍ସିଂହୋମ, ସରକାରଙ୍କ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟରେ ପଞ୍ଜୀକୃତ ହେବା ଜରୁରୀ। ବିଜୟଶ୍ରୀ ରାଉତରାୟଙ୍କ ପତ୍ନୀଙ୍କ କ୍ଷେତ୍ରରେ ତାହା ହୋଇ ନ ଥିବାରୁ ଦାତବ୍ୟ ଚିକିତ୍ସାଳୟ ଆଇନ ସିଦ୍ଧ ନୁହେଁ। ତେଣୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି।

ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, “ଦାତବ୍ୟ ଚିକିତ୍ସାଳୟ କ’ଣ ବିନା ବିଧି ବ୍ୟବସ୍ଥାରେ ଚାଲିବ। କୌଣସି ନା କୌଣସି ଆଳରେ ବିଜୟଶ୍ରୀ ରାଉତରାୟଙ୍କୁ ସୁରକ୍ଷା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନିଜର ଦାୟିତ୍ୱ ମଣି ନେଇଛନ୍ତି ଓ ସୁରକ୍ଷା ଯୋଗାଇ ଦେଉଛନ୍ତି।”

କଂଗ୍ରେସ ମୁଖପାତ୍ର ଶରତ ରାଉତ କହିଛନ୍ତି, “କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟରେ ପଞ୍ଜୀକୃତ ନ କରି କ୍ଲିନିକ କରିଛନ୍ତି। ଯେଉଁ ଉଦ୍ଦେଶ୍ୟରେ ଜମି ଦିଆଯାଇଥିଲା, ତାହା ହୋଇନାହିଁ। କ୍ଲିନିକ କରିବା ବଦଳରେ ବାସଗୃହ କରି ରଖିଛନ୍ତି। ସରକାର ଜମି ନେଇଯିବା ସହ କାର୍ଯ୍ୟାନୁଷ୍ଠାନ ନେବା କଥା। ଏପରି ବହୁ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେବାକୁ ସମର୍ଥ ହେଉ ନାହାନ୍ତି, ଏଠାରେ ବି ସେପରି ହୋଇଛି।”

ବିଜେଡି ମୁଖ୍ୟପାତ୍ର ଅରମ ଶତପଥୀ କହିଛନ୍ତି, “ଆଇନ ତା’ ବାଟରେ ଯିବ। ନବୀନ ସରକାରଙ୍କ ସମୟରେ କେହି ଭୁଲ କାମ କରି ଖସି ଯାଇପାରିବେ ନାହିଁ। ଯଦିଓ ତଦନ୍ତରେ ବିଳମ୍ବ ଘଟିଛି, କିନ୍ତୁ ଏହି ଜମି ଅପବ୍ୟବହାର ଅଭିଯୋଗକୁ ଗୁରୁତର ସହ ତର୍ଜମା କରାଯାଉଛି। ”

Related story