ଏହି ସବୁ ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ୱଭାବ ଏମିତି ହୋଇଥାଏ

ଜନ୍ମ ମାସ ଅନୁସାରେ ମଣିଷର ସ୍ୱଭାବ ଓ ଗୁଣର ପରିଚୟ ମିଳିଥାଏ। ଏକଥା ଜ୍ୟେତିଷଶାସ୍ତ୍ରରେ ଲେଖା ହୋଇଛି। ଏହାକୁ ବିଜ୍ଞାନ ମଧ୍ୟ ଗ୍ରହଣ କରିଛି। ସେହି ଦୃଷ୍ଟିରୁ ବିଭିନ୍ନ ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ୱଭାବ ଭିନ୍ନ ଭିନ୍ନ ହୋଇଥାଏ। ଗତଥର ଆମେ ଏପ୍ରିଲ୍‌ଠାରୁ ଜୁନ ମାସ ପର୍ଯ୍ୟନ୍ତ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ବିଷୟରେ ଜାଣିଥିଲେ। ଆଜି ଆସନ୍ତୁ ଜାଣିବା ଆଉ ବାକି ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ସ୍ୱଭାବ ବିଷୟରେ। ଜୁଲାଇ: ଏହି ମାସରେ ଜନ୍ମ ହୋଇଥିବା […]

Beautiful Young Woman Outdoor. Enjoy Nature

Rakesh Mallick
  • Published: Thursday, 19 April 2018
  • , Updated: 19 April 2018, 07:54 AM IST

ଜନ୍ମ ମାସ ଅନୁସାରେ ମଣିଷର ସ୍ୱଭାବ ଓ ଗୁଣର ପରିଚୟ ମିଳିଥାଏ। ଏକଥା ଜ୍ୟେତିଷଶାସ୍ତ୍ରରେ ଲେଖା ହୋଇଛି। ଏହାକୁ ବିଜ୍ଞାନ ମଧ୍ୟ ଗ୍ରହଣ କରିଛି। ସେହି ଦୃଷ୍ଟିରୁ ବିଭିନ୍ନ ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ୱଭାବ ଭିନ୍ନ ଭିନ୍ନ ହୋଇଥାଏ। ଗତଥର ଆମେ ଏପ୍ରିଲ୍‌ଠାରୁ ଜୁନ ମାସ ପର୍ଯ୍ୟନ୍ତ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ବିଷୟରେ ଜାଣିଥିଲେ। ଆଜି ଆସନ୍ତୁ ଜାଣିବା ଆଉ ବାକି ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ସ୍ୱଭାବ ବିଷୟରେ।

ଜୁଲାଇ: ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଗମ୍ଭୀର, ନିରୀହ ଓ ଅନ୍ୟମାନଙ୍କ ପ୍ରିତି ସମ୍ବେଦନଶୀଳ ହୋଇଥାନ୍ତି। ପରିବାର ଚିନ୍ତା ରହିଥାଏ। ସମ୍ପର୍କକୁ ସୁଦୃଢ଼ ରଖିବାକୁ ଏମାନେ ସବୁକିଛି କରିପାରନ୍ତି। ଏକୁଟିଆ ଓ ଚୁପଚାପ ରହିବାକୁ ଅଧିକ ପସନ୍ଦ କରନ୍ତି। ପରିଶ୍ରମୀଙ୍କ ପାଇଁ ମନରେ ସମ୍ମାନ ଥାଏ। ଅନ୍ୟ ପାଇଁ ଚିନ୍ତା କରିବା ସହିତ ଏମାନେ ନିଜ ରାଜ୍ୟରେ ରାଜା। ପ୍ରତିହିଂସା କି ପ୍ରତିଶୋଧର ଭାବ ମନରେ ନ ଥାଏ। ତରବରିଆପଣ ପସନ୍ଦ କରନ୍ତି ନାହିଁ। ଖୁବ୍‌ଶୀଘ୍ର ରାଗିଯାଆନ୍ତି।

ଅଗଷ୍ଟ: ସମସ୍ତଙ୍କ ମଧ୍ୟରେ ଭଲଗୁଣ ଦେଖନ୍ତି। ଅନେକ ସମୟରେ ଦେହ ଖରାପ ହୋଇଥାଏ। ଦଳବଦ୍ଧ ହୋଇ କାମ କରିବାକୁ ପସନ୍ଦ କରିବା ସହିତ ଅନ୍ୟଙ୍କୁ ଉତ୍ସାହ କରନ୍ତି। ସହଜରେ ଆୟ କରିପାରିବାର କୌଶଳ ଏମାନଙ୍କୁ ଜଣା। ସ୍ୱଭାବ ଆକର୍ଷକ ହୋଇଥାଏ। ଏମାନେ ଖୁବ ସାହସୀ ହେବା ସହିତ ଘମଣ୍ଡି ମଧ୍ୟ ହୋଇଥାନ୍ତି। ନିଜର ପ୍ରଶଂସା ଶୁଣିବାକୁ ପସନ୍ଦ କରନ୍ତି। ଖୁବଶୀଘ୍ର ରାଗିଯିବା ସହିତ ସ୍ୱତନ୍ତ୍ର ବିଚାରରେ ଚାଲିବାକୁ ପସନ୍ଦ କରନ୍ତି। ଏମାନେ ଆବେଗାତ୍ମକ ହେବା ସହିତ କମ୍‌ ସମ୍ବେଦନଶୀଳ ହୋଇଥାନ୍ତି।

ଅଧିକ ପଢନ୍ତୁ-ଜାନୁଆରୀ ମାସରୁ ମାର୍ଚ୍ଚ ମାସ ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ୱଭାବ

ଅଧିକ ପଢନ୍ତୁ-ଏପ୍ରିଲରୁ ଜୁନ୍‌ ପର୍ଯ୍ୟନ୍ତ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ୱଭାବ କେମିତି ହୋଇଥାଏ

ସେପ୍ଟେମ୍ବର: ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଖୁବ ଜ୍ଞାନୀ ହେବା ସହିତ ନମ୍ର ସ୍ୱଭାବର ହୋଇଥିବାରୁ ସବୁ ପରିସ୍ଥିତିକୁ ସାମ୍ନା କରିପାରନ୍ତି। ଏମାନଙ୍କର ସବୁଠାରୁ ବଡ଼ ଦୁର୍ବଳତା ହେଲା ଦୁଃଖରେ ଭାଙ୍ଗିପଡ଼ିବା। ଅଧିକ ଚିନ୍ତା କରିବା ଯୋଗୁଁ ଅନେକ ସମୟରେ ହଇରାଣରେ ପଡ଼ନ୍ତି। ଏମାନେ ବୁଝାମଣାର ବ୍ୟକ୍ତି ହେବା ସହିତ ଶାନ୍ତ ଓ ସଚ୍ଚୋଟ ହୋଇଥାନ୍ତି। ଗ୍ରୁପରେ କଥା ହେବାକୁ ପସନ୍ଦ କରନ୍ତି। ଭରପୂର ଆତ୍ମବିଶ୍ୱାସ ରହିବା ସହିତ ନୂଆ ଉଦ୍ଭାବନରେ ପସନ୍ଦ କରନ୍ତି। ଏମାନେ କୌଣିସ କଥା ଲୁଚାଇ ରଖିପାରନ୍ତି ନାହିଁ।  ଏମାନେ ଏତେ କଳ୍ପନାଶୀଳ ନୁହଁନ୍ତି।

ଅକ୍ଟୋବର: ଏମାନେ ଖୁବ ଭାଗ୍ୟବାନ ହୋଇଥାନ୍ତି। ଖୁବ ସହଜରେ ଲକ୍ଷ୍ୟ ହାସଲ କରିନିଅନ୍ତି। ଏମାନେ ପ୍ରତିହିଂସା ପରାୟଣ ହୋଇ ତର୍କ କରିବା କିମ୍ବା ପ୍ରତିଶୋଧ ନେବାକୁ ପଛାନ୍ତି ନାହିଁ। ନେତୃତ୍ୱ ନେବାର ଉତ୍ତମ ଗୁଣ ରହିଥାଏ। ବାର୍ତ୍ତାଳାପ କରିବାକୁ ପସନ୍ଦ କରିବା ସହିତ ଖୁବଶୀଘ୍ର ରାଗିଯାଆନ୍ତି ଓ ରାଗ ଭୁଲି ମଧ୍ୟ ଯାଆନ୍ତି। ସାଙ୍ଗମାନଙ୍କୁ ଗୁରୁତ୍ୱ ଦିଅନ୍ତି। ଭ୍ରମଣ କରିବାକୁ ପସନ୍ଦ କରନ୍ତି। ଖୁବଶୀଘ୍ର ଆତ୍ମ ବିଶ୍ୱାସ ହରାଇ ଦିଅନ୍ତି। କିନ୍ତୁ ଭଲ ଲକ୍ଷ୍ୟଣ ହେଲା ଏମାନେ ଆଳ ନ କରି ରୋକଠୋକ ସ୍ୱଭାବର ହୋଇଥାନ୍ତି।

ନଭେମ୍ବର: ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଭାଗ୍ୟଶାଳୀ, ଧନବାନ ଖୁସ୍‌ମିଜାଜର ହୋଇଥାନ୍ତି। ଏମାନଙ୍କ ଚିନ୍ତାଧାରରେ ସ୍ୱତନ୍ତ୍ରତା ଥାଏ। ଏମାନଙ୍କ କାମ କରିବା ଶୈଳୀ ଆକର୍ଷଣୀ ହେବା ସହିତ ବ୍ୟକ୍ତିତ୍ୱ ଲୋକମାନଙ୍କୁ ଆକର୍ଷଣ କରେ। ଓ ସଚ୍ଚୋଟ ହୋଇଥାନ୍ତି। ଏମାନଙ୍କ ସହିତ ସହଜରେ ଧୋକା ହୁଏ ନାହିଁ। ସବୁଠି ଆଦର ଓ ସମ୍ମାନ ପାଆନ୍ତି। ଗୁପ୍ତକଥା କାହାକୁ  କହିବାକୁ  ପସନ୍ଦ କରନ୍ତି ନାହିଁ କିମ୍ବା ବ୍ୟକ୍ତିଗତ ଜୀବନରେ କାହାର ହସ୍ତକ୍ଷେପ ପସନ୍ଦ କରନ୍ତି ନାହିଁ। କିନ୍ତୁ ପରୋପକାରୀ ହୋଇଥାନ୍ତି। ନିଜର ତାରିଫ ଶୁଣିବାକୁ ପସନ୍ଦ କରନ୍ତି।

ଡିସେମ୍ବର: ଉତ୍ତମ ନେତୃତ୍ୱର ଗୁଣ ରହିଥାଏ। ଉଚିତ୍‌ ତର୍କ କରି  ପ୍ରିୟପାତ୍ର ହୋଇଥାନ୍ତି। ବୁଝିବିଚାରି କାମ କରନ୍ତି। ସଚ୍ଚୋଟ ହୋଇଥାନ୍ତି। ଜୀବନରେ ବିପଥଗାମୀ ହୋଇ କିଛି ହାସଲ କରିବାକୁ ପସନ୍ଦ କରନ୍ତି ନାହିଁ। ବିଶ୍ୱାସ ଓ ନୈତିକତାକୁ ଗୁରୁତ୍ୱ ଦିଅନ୍ତି। ସାଧାରଣ ଜୀବନଯାପନ କରିବାକୁ ପସନ୍ଦ କରିବା ସହିତ ଅଳ୍ପରେ ସନ୍ତୁଷ୍ଟ ରୁହନ୍ତି। ପ୍ରତ୍ୟେକ ସମୟକୁ ହସଖୁସିରେ କାଟିବାକୁ ପସନ୍ଦ କରନ୍ତି। ସ୍ୱଭାବରେ ଖୁବ ଉଦାର ହୋଇଥିବା ଯୋଗୁଁ ଅନ୍ୟମାନେ ଏହାର ଫାଇଦା ଉଠାନ୍ତି। ସମସ୍ତଙ୍କୁ ଖୁବ ଭଲ ପାଆନ୍ତି ଆଉ ଧୋକା ଖାଆନ୍ତି। ଜିଦିଆ ହେବା ସହିତ ଅନେକ ସମୟରେ ଏକବୁଝା ହୋଇଥାନ୍ତି।

Related story