‘ଧର୍ମେନ୍ଦ୍ରଙ୍କୁ ପିନାକୀଙ୍କ ପ୍ରଶଂସା ଦଳ ବିରୋଧୀ’

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କରି ଦଳୀୟ ବିଧାୟକଙ୍କ ଟାର୍ଗେଟର ଶିକାର ହୋଇଛନ୍ତି ସାଂସଦ ପିନାକୀ ମିଶ୍ର। ଆଜି ବିଜେଡିର ମୁଖପାତ୍ର ଦେବାଶିଷ ସାମନ୍ତରାୟ କହିଛନ୍ତି,“ଧର୍ମେନ୍ଦ୍ରଙ୍କୁ ପିନାକୀଙ୍କ ପ୍ରଶଂସା ଦଳବିରୋଧୀ କାର୍ଯ୍ୟ” ସେ ଆହୁରି କହିଛନ୍ତି,“ତୈଳ ଦର ବଢ଼ିଚାଲିଥିବା ବେଳେ ଖାଉଟି ହଇରାଣ ହେଉଛନ୍ତି। ଧର୍ମେନ୍ଦ୍ର ଜଣେ କୁଶଳୀ ମନ୍ତ୍ରୀ ନୁହନ୍ତି। ଭାରତ ବର୍ଷକୁ ଧର୍ମେନ୍ଦ୍ର ବହୁ ପଛକୁ ଠେଲି ଦେଇଛନ୍ତି। ଏହାସତ୍ତ୍ୱେ ସବୁ ସତ ଜାଣି ପିନାକୀ ତାଙ୍କୁ ଏଭଳି ମିଛ ପ୍ରସଂଶା କରିବା […]

pzTm7T0s

Rakesh Mallick
  • Published: Sunday, 15 October 2017
  • , Updated: 15 October 2017, 03:24 PM IST

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କରି ଦଳୀୟ ବିଧାୟକଙ୍କ ଟାର୍ଗେଟର ଶିକାର ହୋଇଛନ୍ତି ସାଂସଦ ପିନାକୀ ମିଶ୍ର। ଆଜି ବିଜେଡିର ମୁଖପାତ୍ର ଦେବାଶିଷ ସାମନ୍ତରାୟ କହିଛନ୍ତି,“ଧର୍ମେନ୍ଦ୍ରଙ୍କୁ ପିନାକୀଙ୍କ ପ୍ରଶଂସା ଦଳବିରୋଧୀ କାର୍ଯ୍ୟ”

ସେ ଆହୁରି କହିଛନ୍ତି,“ତୈଳ ଦର ବଢ଼ିଚାଲିଥିବା ବେଳେ ଖାଉଟି ହଇରାଣ ହେଉଛନ୍ତି। ଧର୍ମେନ୍ଦ୍ର ଜଣେ କୁଶଳୀ ମନ୍ତ୍ରୀ ନୁହନ୍ତି। ଭାରତ ବର୍ଷକୁ ଧର୍ମେନ୍ଦ୍ର ବହୁ ପଛକୁ ଠେଲି ଦେଇଛନ୍ତି। ଏହାସତ୍ତ୍ୱେ ସବୁ ସତ ଜାଣି ପିନାକୀ ତାଙ୍କୁ ଏଭଳି ମିଛ ପ୍ରସଂଶା କରିବା ଉଚିତ ନୁହେଁ।”

କଟକରେ ଆୟୋଜିତ ବିଜେଡିର ପଦଯାତ୍ରା କର୍ଯ୍ୟକ୍ରମରେ ଯୋଗ ଦେଇ ଆଜି ସାଂସଦ ପିନାକୀ ମିଶ୍ରଙ୍କୁ ଏଭଳି ସମାଲୋଚନା କରିଛନ୍ତି ଦେବାଶିଷ।

ଧର୍ମେନ୍ଦ୍ରଙ୍କୁ ପ୍ରଶଂସା ନେଇ ପିନାକୀଙ୍କୁ ତାଚ୍ଛଲ୍ୟ କରିଛନ୍ତି ମନ୍ତ୍ରୀ ଦାମୋଦର ରାଉତ। ସେ କହିଛନ୍ତି,“ଧର୍ମେନ୍ଦ୍ର ପିନାକୀଙ୍କୁ ଭଲ ଲାଗିଥିବ, ସେଥତ୍ପାଇଁ କହିଥିବେ। ପିନାକୀଙ୍କୁ ଚନ୍ଦ୍ରସ୍ୱାମୀ, ଇନ୍ଦିରା ଗାନ୍ଧି ଓ ସଞ୍ଜୟ ଗାନ୍ଧି କଣ ଭଲ ଲାଗି ନଥିଲେ?ଏହା ତାଙ୍କର ବ୍ୟକ୍ତିଗତ କଥା,ମୁଁ କ’ଣ ବା କହିବି।”

ସେ ଆହୁରି କହିଛନ୍ତି,“ ଧର୍ମେନ୍ଦ୍ର ଓଡ଼ିଶା ବିରୋଧୀ”

ପିନାକୀଙ୍କ ମନ୍ତବ୍ୟକୁ ବିଜେପି ଦଳର ଉପସଭାପତି ସମୀର ମହାନ୍ତି କହିଛନ୍ତି, “ଧର୍ମେନ୍ଦ୍ରଙ୍କ ପ୍ରତି ପିନାକୀ ଯାହା କହିଛନ୍ତି, ତାହା ନିରାଟ ସତକଥା। ଅପ୍ରିୟ ସତ ସବୁ ବେଳେ ପୀଡ଼ା ଦେଇଥାଏ। ସତକୁ ସାମ୍ନା କରିବାର ଯାହାର ସାହସ ନାହିଁ, ସେ ଦୁର୍ବଳମନା।”

 

Related story