ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ସରକାରୀ ବିରୋଧୀ ରଣହୁଙ୍କାର

ବାରିପଦା: ସରକାରଙ୍କ ବିରୋଧରେ ବିକ୍ଷୋଭ କରିବ ବିଜେପି। ବାରିପଦାରେ ଆଜି ଶେଷ ହୋଇଛି ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ। ଏହି ଅବସରରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ ନିୟୁ ଓଡିଶା କନସେପ୍ଟରେ ବିଜେପି ଆଗକୁ ବଢିବ। ଆସନ୍ତା ମେ’, ଜୁନ ଏବଂ ଜୁଲାଇ ମାସରେ ଲୋକଙ୍କ ସମସ୍ୟା ନେଇ ପ୍ରତି ମଣ୍ଡଳରେ ଆନ୍ଦୋଳନ ହେବ। କାର୍ଯ୍ୟକାରିଣୀ ଅବସରରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଏହା […]

Baripada bjp

Rakesh Mallick
  • Published: Sunday, 23 April 2017
  • , Updated: 23 April 2017, 06:09 PM IST

ବାରିପଦା: ସରକାରଙ୍କ ବିରୋଧରେ ବିକ୍ଷୋଭ କରିବ ବିଜେପି। ବାରିପଦାରେ ଆଜି ଶେଷ ହୋଇଛି ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ। ଏହି ଅବସରରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ ନିୟୁ ଓଡିଶା କନସେପ୍ଟରେ ବିଜେପି ଆଗକୁ ବଢିବ। ଆସନ୍ତା ମେ’, ଜୁନ ଏବଂ ଜୁଲାଇ ମାସରେ ଲୋକଙ୍କ ସମସ୍ୟା ନେଇ ପ୍ରତି ମଣ୍ଡଳରେ ଆନ୍ଦୋଳନ ହେବ। କାର୍ଯ୍ୟକାରିଣୀ ଅବସରରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଏହା କହିଛନ୍ତି। ଦୁର୍ବଳ ବୁଥ୍‌କୁ ସୁଦୃଢ କରିବାକୁ ଜୁନ ୨୨, ୨୩ ଓ ୨୪ ତାରିଖରେ ଅମିତ ଶାହା ବୁଥ୍‌ ସ୍ତରକୁ ଯିବେ ବୋଲି ବସନ୍ତ ପଣ୍ଡା କହିଛନ୍ତି।

Related story