ବ୍ଲଡ୍‌ଗ୍ରୁପ୍‌ କହି ଦିଏ ସ୍ୱଭାବ

ପୂର୍ବରୁ ହସ୍ତରେଖା, ମସ୍ତକ ରେଖା, ପାଦରେଖା, କଳାଜାଇ ଓ ଶରୀର ଗଠନ ଆଦିରୁ ମଣିଷର ସ୍ୱଭାବ ବିଷୟରେ ଅନେକ କଥା କୁହାଯାଇଛି। ତେବେ ଜାଣିଛନ୍ତି, ବ୍ଲଡ୍‌ଗ୍ରୁପ୍‌ରୁ ମଧ୍ୟ ଜଣେ ବ୍ୟକ୍ତିଙ୍କ ସ୍ୱଭାବ ବିଷୟରେ ଜାଣିହୁଏ। ତା’ହେଲେ ଆସନ୍ତୁ ଜାଣିବା ବ୍ଲଡ୍‌ଗ୍ରୁପ୍‌ ଅନୁଯାୟୀ କେମିତି ହୋଇଥାଏ ବ୍ୟକ୍ତିର ସ୍ୱଭାବ। ‘ଏ’  ‘ଏ’ ବ୍ଲଡ୍‌ଗ୍ରୁପ୍‌ର ଲୋକେ ପରିଶ୍ରମୀ ହୋଇଥାନ୍ତି। ଯେକୌଣସି କାର୍ଯ୍ୟକୁ ନିଜ ଢଙ୍ଗରେ ସଫଳ କରିବାରେ ପାରଙ୍ଗମ ହୋଇଥାନ୍ତି।  ଏମାନେ କୋମଳ ହୃଦୟର ହୋଇଥାନ୍ତି। ଅନ୍ୟର ଭଲ ବିଷୟରେ […]

Blood

Rakesh Mallick
  • Published: Friday, 12 January 2018
  • , Updated: 12 January 2018, 11:41 AM IST

ପୂର୍ବରୁ ହସ୍ତରେଖା, ମସ୍ତକ ରେଖା, ପାଦରେଖା, କଳାଜାଇ ଓ ଶରୀର ଗଠନ ଆଦିରୁ ମଣିଷର ସ୍ୱଭାବ ବିଷୟରେ ଅନେକ କଥା କୁହାଯାଇଛି। ତେବେ ଜାଣିଛନ୍ତି, ବ୍ଲଡ୍‌ଗ୍ରୁପ୍‌ରୁ ମଧ୍ୟ ଜଣେ ବ୍ୟକ୍ତିଙ୍କ ସ୍ୱଭାବ ବିଷୟରେ ଜାଣିହୁଏ। ତା'ହେଲେ ଆସନ୍ତୁ ଜାଣିବା ବ୍ଲଡ୍‌ଗ୍ରୁପ୍‌ ଅନୁଯାୟୀ କେମିତି ହୋଇଥାଏ ବ୍ୟକ୍ତିର ସ୍ୱଭାବ।

‘ଏ’ 

‘ଏ’ ବ୍ଲଡ୍‌ଗ୍ରୁପ୍‌ର ଲୋକେ ପରିଶ୍ରମୀ ହୋଇଥାନ୍ତି। ଯେକୌଣସି କାର୍ଯ୍ୟକୁ ନିଜ ଢଙ୍ଗରେ ସଫଳ କରିବାରେ ପାରଙ୍ଗମ ହୋଇଥାନ୍ତି।  ଏମାନେ କୋମଳ ହୃଦୟର ହୋଇଥାନ୍ତି। ଅନ୍ୟର ଭଲ ବିଷୟରେ ସର୍ବଦା ଚିନ୍ତା କରିଥାନ୍ତି।  ଭଲ ସାଙ୍ଗ ଭାବେ ଗଣା ହୋଇଥାନ୍ତି। ଅନେକ ଥର ଅନ୍ୟର ଭଲ କରିବାକୁ ଯାଇ ସମସ୍ୟାରେ ପଡ଼ନ୍ତି।

 ‘ବି’ 

ବି ବ୍ଲଡ୍‌ଗ୍ରୁପ୍‌ର ଲୋକେ ମିଶାଣିଆ ସ୍ୱଭାବର ହୋଇଥାନ୍ତି। ଏମାନେ ନିଜକୁ ଅଧିକ ପ୍ରାଥମିକତା ଦେଇଥାନ୍ତି। ନିଜ ବିଷୟରେ ଅଧିକ ଭାବିଥାନ୍ତି। ନିଜ ପରିଶ୍ରମ ବଳରେ ନିଜ ଇଚ୍ଛା ପୂରଣ କରିବାରେ ପାରଙ୍ଗମ ହୋଇଥାନ୍ତି। ଏମାନେ ସତ୍ୟପ୍ରିୟ ମଧ୍ୟ ହୋଇଥାନ୍ତି। ଏମାନେ ଜିଦିଆ ସ୍ୱଭାବର ହୋଇଥାନ୍ତି। କୌଣସି କଥାକୁ ଶୀଘ୍ର ମାନି ନଥାନ୍ତି।

‘ଏବି’ 

ଏହି ବ୍ଲଡ୍‌ ଗ୍ରୁପର ଲୋକେ ଶାନ୍ତ ସ୍ୱଭାବର ହୋଇଥାନ୍ତି। ଏମାନଙ୍କ ବୁଦ୍ଧି ଅଧିକ। ଏମାନେ ସହଜରେ କାହାକୁ ଭରସା କରି ନଥାନ୍ତି। ଏମାନଙ୍କ ମନରେ ଛଳ କପଟ ନଥାଏ। ଏମାନଙ୍କ ମନ ନିର୍ମଳ।

‘ଓ’ 

ଏମାନେ ଭାରି ବିଶ୍ୱାସୀ। ଭଲ ପଥ ପଦର୍ଶକ ହେବାର ସବୁ ଗୁଣ ଏମାନଙ୍କ ମଧ୍ୟରେ ରହିଛି। କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ପର୍ଯ୍ୟନ୍ତ ଏମାନେ ପରିଶ୍ରମ କରନ୍ତି। ଏମାନେ ନିଜେ ଖୁସି ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ଖୁସି ରଖିବାକୁ ଚେଷ୍ଟା କରନ୍ତି।

Related story