ନଦୀରେ ବୁଡ଼ି ଗଲା ଡଙ୍ଗା: ମୃତ୍ୟୁ ମୁଖରୁ ବର୍ତ୍ତିଲେ ୩୦ ଯାତ୍ରୀ

Ordigital Desk
  • Published: Saturday, 14 October 2017
  • , Updated: 14 October 2017, 05:12 PM IST
<p>ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ଚାନ୍ଦବାଲି ମନ୍ତେଇ ନଦୀରେ ଆଜି ଏକ ଡଙ୍ଗା ବୁଡ଼ିଯାଇଛି। ମାତ୍ର ଅଳ୍ପକେ ମୃତ୍ୟୁ ମୁଖରୁ ୩୦ରୁ ଅଧିକ ଯାତ୍ରୀ ରକ୍ଷା ପାଇ ଯାଇଛନ୍ତି। ଆଜି ଦିନ ୧୨ଟା ସମୟରେ ବାଇକ ସହ ୩୦ରୁ ଊର୍ଦ୍ଧ୍ୱ ଲୋକ ଡଙ୍ଗାରେ ଘଣ୍ଟେଶ୍ୱରରୁ ପଂଚୁଟିକ୍ରୀ ଯାଉଥିଲେ। ହେଲେ କୂଳରେ ଅଚାନକ ଡଙ୍ଗାଟି ମଝିରୁ ଭାଂଗି ଯାଇ ବୁଡ଼ି ଯାଇଥିଲା। ସମସ୍ତ ଯାତ୍ରୀଙ୍କୁ ସ୍ଥାନୀୟ ଲୋକେ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ବୁଡି ଯାଇଥିବା ୫ ବାଇକକୁ ମଧ୍ୟ ଉଦ୍ଧାର କରିଛନ୍ତି। ହେଲେ ଏଯାଏ ବୁଡି ଯାଇଥିବା ୩ ବାଇକର ପତ୍ତା ମିଳୁନି। ବାଂଶଗଡା ପୋଲିସ, ତହସିଲଦାର, ବିଡିଓ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।</p> <p>[vc_video link=&quot;&quot; align=&quot;center&quot;]</p>

Related story