ବଲାଙ୍ଗିର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଦେଓଗାଁ ବ୍ଲକ୍ ସହକାରୀ ଯନ୍ତ୍ରୀ ବାଞ୍ଛାବଟ ପାଣ୍ଡେଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗିର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍ ସହକାରୀ ଯନ୍ତ୍ରୀ ବାଞ୍ଛାବଟ ପାଣ୍ଡେଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ପାଣ୍ଡେଙ୍କର ୪ଟି ଜିଲ୍ଲାର ୮ଟି ସ୍ଥାନରେ ଥିବା ଘର ଉପରେ ଏକ ସଙ୍ଗେ ଚଢ଼ାଉ କରାଯାଇଛି। ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶରେ ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ବଲାଙ୍ଗିର ସହର ସ୍ଥିତ ଶାନ୍ତିପଡ଼ାରେ ଥିବା ତାଙ୍କ ଘରୁ ନଗଦ ୬ ଲକ୍ଷ […]

banchha-pande

Rakesh Mallick
  • Published: Friday, 05 February 2016
  • , Updated: 05 February 2016, 12:00 PM IST

ବଲାଙ୍ଗିର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍ ସହକାରୀ ଯନ୍ତ୍ରୀ ବାଞ୍ଛାବଟ ପାଣ୍ଡେଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ପାଣ୍ଡେଙ୍କର ୪ଟି ଜିଲ୍ଲାର ୮ଟି ସ୍ଥାନରେ ଥିବା ଘର ଉପରେ ଏକ ସଙ୍ଗେ ଚଢ଼ାଉ କରାଯାଇଛି। ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶରେ ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ବଲାଙ୍ଗିର ସହର ସ୍ଥିତ ଶାନ୍ତିପଡ଼ାରେ ଥିବା ତାଙ୍କ ଘରୁ ନଗଦ ୬ ଲକ୍ଷ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି। ବରଗଡ଼ ଜିଲ୍ଲା ଆମ୍ବାଭୋନା ଥାନା ଅନ୍ତର୍ଗତ ଡୁଙ୍ଗୁରୀ ଗାଁରେ ଥିବା ତାଙ୍କ ପୈତୃକ ଘରେ ମଧ୍ୟ ରେଡ୍ ହୋଇଛି। ଝାରସୁଗୁଡ଼ାରେ ଥିବା ତାଙ୍କର ଏକ ଘରର ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ପାଣ୍ଡେଙ୍କର କୋଟିଏରୁ ଅଧିକ ଟଙ୍କାର ସଂପତ୍ତି ରହିଥିବା ଅନୁମାନ କରାଯାଉଛି।

Related story