କଳାପଥର ବଜାରରେ ବୋମାମାଡ଼, ୧୪୪ ଧାରା ଜାରି

କଟକ: ଗଣେଶ ପୂଜା ଭସାଣିକୁ ନେଇ କଟକ ଜିଲ୍ଲା ବୈଦେଶ୍ୱର ଥାନା ଅନ୍ତର୍ଗତ କଳାପଥର ବଜାରରେ ଆଜି ବୋମାମାଡ଼ ହେବା ପରେ ସେଠାରେ ୧୪୪ ଧାରା ଜାରି କରାଯାଇଛି। ଘଟଣାସ୍ଥଳରେ ଚାରି ପ୍ଲାଟୁନ୍ ପୋଲିସ୍ ମୁତୟନ କରାଯାଇଛି। ବୈଦେଶ୍ୱର ଥାନା ଓ ବେଗୁନିଆ ଥାନା ଅଧିକାରୀ ଉପସ୍ଥିତ ଅଛନ୍ତି।  ବୋମାମାଡ଼ରେ କେହି ହତାହତ ହେବାର ସୂଚନା ନାହିଁ। ଗତକାଲି କଳାପଥରରେ କଲେଜ ଛାତ୍ରମାନେ ଗଣେଶ ଭସାଣି ଶୋଭାଯାତ୍ରାରେ ଯାଉଥିବା ବେଳେ ଗାଁର କିଛି ବ୍ୟକ୍ତି ସେମାନଙ୍କୁ ବିରୋଧ କରିଥିଲେ। ଫଳରେ […]

bomb

Rakesh Mallick
  • Published: Thursday, 08 September 2016
  • , Updated: 08 September 2016, 03:46 PM IST

କଟକ: ଗଣେଶ ପୂଜା ଭସାଣିକୁ ନେଇ କଟକ ଜିଲ୍ଲା ବୈଦେଶ୍ୱର ଥାନା ଅନ୍ତର୍ଗତ କଳାପଥର ବଜାରରେ ଆଜି ବୋମାମାଡ଼ ହେବା ପରେ ସେଠାରେ ୧୪୪ ଧାରା ଜାରି କରାଯାଇଛି। ଘଟଣାସ୍ଥଳରେ ଚାରି ପ୍ଲାଟୁନ୍ ପୋଲିସ୍ ମୁତୟନ କରାଯାଇଛି। ବୈଦେଶ୍ୱର ଥାନା ଓ ବେଗୁନିଆ ଥାନା ଅଧିକାରୀ ଉପସ୍ଥିତ ଅଛନ୍ତି।  ବୋମାମାଡ଼ରେ କେହି ହତାହତ ହେବାର ସୂଚନା ନାହିଁ।

ଗତକାଲି କଳାପଥରରେ କଲେଜ ଛାତ୍ରମାନେ ଗଣେଶ ଭସାଣି ଶୋଭାଯାତ୍ରାରେ ଯାଉଥିବା ବେଳେ ଗାଁର କିଛି ବ୍ୟକ୍ତି ସେମାନଙ୍କୁ ବିରୋଧ କରିଥିଲେ। ଫଳରେ ଗଣ୍ଡଗୋଳ ହୋଇଥିଲା।

ନିକଟସ୍ଥ ଖଜୁରୀପଦା ଗାଁର କିଛି କଲେଜ ଛାତ୍ରଙ୍କୁ କଳାପଥର ଗାଁ ଲୋକେ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। କଳାପଥର ବଜାରରେ ଖଜୁରୀପଦା ଗାଁର କିଛି ଲୋକ ଦୋକାନ କରିଥିବା  ବେଳେ ସେମାନଙ୍କ ଦୋକାନ ଉପରକୁ ଆକ୍ରମଣ ହୋଇଥିଲା।  ସେଥିପାଇଁ କାଲି ଠାରୁ ବଜାରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ତେବେ ଆଜି ଏହି ଘଟଣାକୁ ନେଇ କଳାପଥର ବଜାରରେ ଏକାଧିକ ବୋମାମାଡ଼ ହୋଇଛି।  ଆଗରୁ ମଧ୍ୟ ଦୁଇ ଗାଁରେ ମଧ୍ୟରେ ବିବାଦ ରହିଥିଲା।

Related story