ବିଶ୍ୱରେ ରହିଛି ଗୋଟିଏ ବୃହସ୍ପତି ମନ୍ଦିର, ଜାଣନ୍ତୁ କେଉଁଠି?

ସାଧାରଣତଃ ବୃହସ୍ପତିଙ୍କୁ ଦେବତା ଭାବେ ଗ୍ରହଣ କରାଯାଇ ନଥାଏ। ତେଣୁ ବୃହସ୍ପତି ମନ୍ଦିର ଏତେଟା ଦେଖିବାକୁ ମିଳି ନଥାଏ। ଗୁରୁବାରକୁ ବୃହସ୍ପତିଙ୍କ ବାର ବୋଲି କୁହାଯାଏ। ଏହି ବାରରେ ବୃହସ୍ପତିଙ୍କୁ ପୂଜା ନିୟମିତ ଭାବେ କରାଯାଇଥାଏ। ଆପଣଙ୍କ କୁଣ୍ଡଳୀରେ ସମସ୍ତ ଗ୍ରହ ଖରାପ ଥିବା ବେଳେ ବୃହସ୍ପତି ଶୁଭ ଥିଲେ କୌଣସି ବି ଦୋଷର ନିବାରଣ ସମ୍ଭବ ହୋଇଥାଏ। ଭାଗ୍ୟ ଓ ଭାଗ୍ୟଫଳ ଉପରେ ବିଶ୍ୱାସ ରଖୁଥିବା ଲୋକେ ବୃହସ୍ପତିଙ୍କୁ ବହୁତ ମାନିଥାନ୍ତି। ହେଲେ ଜାଣିଲେ ଆଶ୍ଚର୍ଯ୍ୟ […]

brihaspati...............

Rakesh Mallick
  • Published: Friday, 13 April 2018
  • , Updated: 13 April 2018, 08:40 AM IST

ସାଧାରଣତଃ ବୃହସ୍ପତିଙ୍କୁ ଦେବତା ଭାବେ ଗ୍ରହଣ କରାଯାଇ ନଥାଏ। ତେଣୁ ବୃହସ୍ପତି ମନ୍ଦିର ଏତେଟା ଦେଖିବାକୁ ମିଳି ନଥାଏ। ଗୁରୁବାରକୁ ବୃହସ୍ପତିଙ୍କ ବାର ବୋଲି କୁହାଯାଏ। ଏହି ବାରରେ ବୃହସ୍ପତିଙ୍କୁ ପୂଜା ନିୟମିତ ଭାବେ କରାଯାଇଥାଏ। ଆପଣଙ୍କ କୁଣ୍ଡଳୀରେ ସମସ୍ତ ଗ୍ରହ ଖରାପ ଥିବା ବେଳେ ବୃହସ୍ପତି ଶୁଭ ଥିଲେ କୌଣସି ବି ଦୋଷର ନିବାରଣ ସମ୍ଭବ ହୋଇଥାଏ। ଭାଗ୍ୟ ଓ ଭାଗ୍ୟଫଳ ଉପରେ ବିଶ୍ୱାସ ରଖୁଥିବା ଲୋକେ ବୃହସ୍ପତିଙ୍କୁ ବହୁତ ମାନିଥାନ୍ତି। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସାରା ବିଶ୍ୱରେ  ମାତ୍ର ଗୋଟିଏ ସ୍ଥାନରେ ବୃହସ୍ପତିଙ୍କ ମନ୍ଦିର ଅଛି। ତାହା ପୁଣି ଭାରତରେ। ଆସନ୍ତୁ ଜାଣିବା ବୃହସ୍ପତିଙ୍କ ଏହି ମନ୍ଦିର କେଉଁଠି ରହିଛି।

ରାଜସ୍ଥାନ ଜୟପୁରରେ ଏହି ମନ୍ଦିର ରହିଛି। ଏହାର ନିର୍ମାଣ ୨୦୦୯ ମସିହାରେ ଶେଷ ହୋଇଥିଲା। ଜୟପୁରର ମହାରାଣୀ ଫାର୍ମରେ ବୃହସ୍ପତି ମନ୍ଦିର ନିର୍ମାଣ ପାଇଁ ଦୀର୍ଘ ଦିନରୁ ଯୋଜନା ଥିଲା। ହେଲେ କେବେ ଅର୍ଥ ତ ଆଉ କେବେ ଅନ୍ୟ ସମସ୍ୟାକୁ ନେଇ ଏହାର ନିର୍ମାଣ ହୋଇପାରୁ ନଥିଲା।  ୨୦୦୯ ମସିହାରେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ମାତ୍ର ୪୫ ଦିନ ମଧ୍ୟରେ ଏହାର କାର୍ଯ୍ୟ ଶେଷ ହୋଇଥିଲା। ଏହାପରେ ଦେବଗୁରୁ ବୃହସ୍ପତିଙ୍କ ପ୍ରତିମାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ଦେଶ ବିଦେଶରୁ ଶହ ଶହ ଲୋକ ଏହି ମନ୍ଦିରକୁ ଆସି ବୃହସ୍ପତିଙ୍କ ଦର୍ଶନ କରିଥାନ୍ତି। ଏହି ମନ୍ଦିରରେ ବୃହସ୍ପତିଙ୍କ ସୁନାର ପ୍ରତିମା  ସ୍ଥାପନ କରାଯାଇଛି।

Related story