ଦୀପାବଳିରେ ଝାଡୁ କିଣିଲେ ଶୁଭ: ଜାଣନ୍ତୁ ଝାଡୁ ସମ୍ପର୍କରେ ଆଉ କିଛି ଶୁଭ ଅଶୁଭ କଥା

ଯେଭଳି ଭାବେ ଘରେ ସବୁ ଜିଣିଷର ଅଲଗା ସ୍ଥାନ ଓ ମହତ୍ତ୍ୱ ଥାଏ ଠିକ୍ ସେହିପରି ଝାଡୁର ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଛି। ଦୀପାବଳିରେ ଝାଡ଼ୁ କିଣିବା ଶୁଭ ବୋଲି କୁହାଯାଏ।  କାରଣ ଝାଡ଼ୁ ଘରୁ ସମସ୍ତ ନକାରାତ୍ମକ ଶକ୍ତି ଓ ଦରିଦ୍ରତା ଦୂର କରିଥାଏ। ଶାସ୍ତ୍ରରେ କୁହାଯାଇଛି ଯେ ଝାଡ଼ୁର ଅପମାନ କଲେ ଲକ୍ଷ୍ମୀ ରାଗିଯାଆନ୍ତି। ଆସନ୍ତୁ ଜାଣିବା ଝାଡ଼ୁ ସମ୍ବନ୍ଧରେ କିଛି ଧାର୍ମିକ କଥା। 1)ଶାସ୍ତ୍ରରେ ଝାଡ଼ୁକୁ ଲକ୍ଷ୍ମୀଙ୍କର ଅଂଶ ବୋଲି କୁହାଯାଇଛି। […]

Rakesh Mallick
  • Published: Monday, 16 October 2017
  • , Updated: 16 October 2017, 05:50 PM IST

ଯେଭଳି ଭାବେ ଘରେ ସବୁ ଜିଣିଷର ଅଲଗା ସ୍ଥାନ ଓ ମହତ୍ତ୍ୱ ଥାଏ ଠିକ୍ ସେହିପରି ଝାଡୁର ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଛି। ଦୀପାବଳିରେ ଝାଡ଼ୁ କିଣିବା ଶୁଭ ବୋଲି କୁହାଯାଏ।  କାରଣ ଝାଡ଼ୁ ଘରୁ ସମସ୍ତ ନକାରାତ୍ମକ ଶକ୍ତି ଓ ଦରିଦ୍ରତା ଦୂର କରିଥାଏ। ଶାସ୍ତ୍ରରେ କୁହାଯାଇଛି ଯେ ଝାଡ଼ୁର ଅପମାନ କଲେ ଲକ୍ଷ୍ମୀ ରାଗିଯାଆନ୍ତି। ଆସନ୍ତୁ ଜାଣିବା ଝାଡ଼ୁ ସମ୍ବନ୍ଧରେ କିଛି ଧାର୍ମିକ କଥା।

1)ଶାସ୍ତ୍ରରେ ଝାଡ଼ୁକୁ ଲକ୍ଷ୍ମୀଙ୍କର ଅଂଶ ବୋଲି କୁହାଯାଇଛି। ତେଣୁ ଯେପରି ଆମେ ମାଁ ଲକ୍ଷ୍ମୀଙ୍କୁ ସମ୍ମାନ ଦେଉ, ସେହିପରି ଝାଡ଼ୁକୁ ମଧ୍ୟ ସମ୍ମାନ ଦେବା ଉଚିତ। ଝାଡ଼ୁରେ କେବେ ଗୋଡ ଲଗାଇବା ଉଚିତ ନୁହେଁ। ଏପରି କଲେ ମାଆ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି, ଯାହାଦ୍ୱାରା ଘରେ ଧନର ଅଭାବ ଦେଖାଦିଏ।

2)ଝାଡ଼ୁକୁ କେବେ ହେଲେ ଖୋଲା ସ୍ଥାନରେ ରଖିବା ଉଚିତ ନୁହେଁ। ଏହାକୁ ଭୂଲରେ ବି ମୁଖ୍ୟ ଦ୍ୱାର ପାଖରେ ରଖନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ। ଝାଡ଼ୁକୁ ସବୁବେଳେ ଲୁଚାଇ ରଖନ୍ତୁ।

3)ବାସ୍ତୁ ଅନୁଯାୟୀ ଝାଡୁକୁ କେବେ ହେଲେ ଠିଆ କରି ରଖିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ।  ଏହା ଦ୍ୱାରା ଘରେ ଧନର ଅଭାବ ଦେଖା ଦେଇଥାଏ। ଏହାକୁ ସବୁବେଳେ ଶୁଆଇ ରଖନ୍ତୁ।4)ବାସ୍ତୁଶାସ୍ତ୍ର ନିୟମ ଅନୁଯାୟୀ ଶନିବାର ଦିନ ହିଁ ନୂଆ ଝାଡ଼ୁ କିଣିବା ଉଚିତ। ପୂରୁଣା ଝାଦୁକୁ କେବେ ହେଲେ ଜଳାନ୍ତୁ ନାହିଁ। ଏପରି କଲେ ଲକ୍ଷ୍ମୀ କ୍ରୋଧିତ ଓ ଅସନ୍ତୁଷ୍ଟ ହୋଇଥାଆନ୍ତି।

Related story