ଆସନ୍ତାକାଲିଠାରୁ ୨୪ ଘଣ୍ଟିଆ ବସ୍‌ ଧର୍ମଘଟ

ଭୁବନେଶ୍ୱର: ଅନୁଗୋଳ ଜିଲ୍ଲା ଆଠମଲ୍ଲିକରେ ଦୁର୍ଘଟଣା ଘଟିଥିବା ଘରୋଇ ବସ୍‌ର ମାଲିକଙ୍କୁ ଗିରଫ ପ୍ରତିବାଦରେ ଆସନ୍ତକାଲି ରାଜ୍ୟରେ ୨୪ ଘଣ୍ଟିଆ ବସ୍‌ ଧର୍ମ ଡାକରା ଦେଇଛି ଓଡ଼ିଶା ଘରୋଇ ବସ୍‌ ମାଲିକ ସଂଘ। ୨୯ ତାରିଖ ସକାଳ ସାଢ଼େ ୬ରୁ ୩୦ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବନ୍ଦ ରହିବ। ଏହି ଧର୍ମଘଟରେ ରାଜ୍ୟର ୧୮,୦୦୦ ବସ୍‌ ସାମିଲ ହେବେ। ଗିରଫ ବସ୍‌ ମାଲିକଙ୍କୁ ଛଡ଼ା ନ ଗଲେ ଅକ୍ଟୋବର ୭ ତାରିଖରୁ ଅନିର୍ଦ୍ଦିଷ୍ଟକାଳ […]

bus

Rakesh Mallick
  • Published: Wednesday, 28 September 2016
  • , Updated: 29 September 2016, 08:03 AM IST

ଭୁବନେଶ୍ୱର: ଅନୁଗୋଳ ଜିଲ୍ଲା ଆଠମଲ୍ଲିକରେ ଦୁର୍ଘଟଣା ଘଟିଥିବା ଘରୋଇ ବସ୍‌ର ମାଲିକଙ୍କୁ ଗିରଫ ପ୍ରତିବାଦରେ ଆସନ୍ତକାଲି ରାଜ୍ୟରେ ୨୪ ଘଣ୍ଟିଆ ବସ୍‌ ଧର୍ମ ଡାକରା ଦେଇଛି ଓଡ଼ିଶା ଘରୋଇ ବସ୍‌ ମାଲିକ ସଂଘ। ୨୯ ତାରିଖ ସକାଳ ସାଢ଼େ ୬ରୁ ୩୦ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବନ୍ଦ ରହିବ। ଏହି ଧର୍ମଘଟରେ ରାଜ୍ୟର ୧୮,୦୦୦ ବସ୍‌ ସାମିଲ ହେବେ।

ଗିରଫ ବସ୍‌ ମାଲିକଙ୍କୁ ଛଡ଼ା ନ ଗଲେ ଅକ୍ଟୋବର ୭ ତାରିଖରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଧର୍ମଘଟ କରାଯିବ ବୋଲି ସଂଘ ପୂର୍ବରୁ ଚେତାବନୀ ଦେଇସାରିଛି।

ସୂଚନାଯୋଗ୍ୟ, ଗତ ୯ ତାରିଖରେ ଆଠମଲ୍ଲିକ ମାଣିତ୍ରୀ ପୋଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସ୍‌ର ମାଲିକ ଋଷଭ ତ୍ରିପାଠୀଙ୍କ ଗିରଫଦାରୀକୁ ବିରୋଧ କରି ଗତ ୨୬ ତାରିଖରେ ବସ୍ ମାଲିକ ସଂଘର କର୍ମକର୍ତ୍ତାମାନେ କଳାବ୍ୟାଜ୍ ପିନ୍ଧିଥିଲେ। ଏପରିକି ପରିବହନ ମନ୍ତ୍ରୀ ରମେଶ ମାଝିଙ୍କୁ ଭେଟି ଗିରଫଦାରୀକୁ ବିରୋଧ କରିଥିଲା।

ମନ୍ତ୍ରୀ ମାଝି କହିଥିଲେ, ”ଆଠମଲ୍ଲିକ ଦୁର୍ଘଟଣାରେ ବସ୍‌ ମାଲିକଙ୍କୁ ଏମ୍‌ଭିଆଇ ଆକ୍ଟରେ  ଗିରଫ କରାଯାଇ ନାହିଁ। ଏ ନେଇ ଗୃହ ବିଭାଗ ସହ ଆଲୋଚନା କରାଯିବ। ଯାହା ପଦକ୍ଷେପ ନେବା କଥା ଗୃହ ବିଭାଗ ନେବ।”

Related story