ପେଡ୍‌ ମିଡିଆ…ବେନ୍ ଗାରିସନ୍‌ଙ୍କ ଚମତ୍କାର କାର୍ଟୁନ୍‌

ପେଡ୍ ମିଡିଆକୁ ନେଇ ଗତ କିଛି ବର୍ଷ ହେଲା ଝଡ଼ ସୃଷ୍ଟି ହୋଇଛି। ବ୍ୟକ୍ତିଗତ ସ୍ୱାର୍ଥ ହେଉ କି ଅନ୍ୟ କିଛି ସୁବିଧା ହାସଲ ହେଉ ଆଜି ଦେଶର କେତେକ ଗଣମାଧ୍ୟମ ବିଭିନ୍ନ ରାଜନୈତିକ ଦଳର ହାତବାରିଶ ସାଜୁଥିବା ଅଭିଯୋଗ ଆସୁଛି। ସମ୍ପୃକ୍ତ ରାଜନୈତିକ ଦଳକୁ ସୁହେଇଲା ଭଳି ଖବର ପରିବେଶଣ କରାଯାଉଥିବା ଚର୍ଚ୍ଚା ହେଉଛି। ଯାହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହଁ। ଏହି ପ୍ରସଙ୍ଗକୁ ନେଇ ଅନେକଥର ନିର୍ବାଚନ କମିଶନ ମଧ୍ୟ ଆପତ୍ତି ଉଠାଇଛନ୍ତି। […]

cartoon-1

Rakesh Mallick
  • Published: Saturday, 30 September 2017
  • , Updated: 30 September 2017, 02:23 PM IST

ପେଡ୍ ମିଡିଆକୁ ନେଇ ଗତ କିଛି ବର୍ଷ ହେଲା ଝଡ଼ ସୃଷ୍ଟି ହୋଇଛି। ବ୍ୟକ୍ତିଗତ ସ୍ୱାର୍ଥ ହେଉ କି ଅନ୍ୟ କିଛି ସୁବିଧା ହାସଲ ହେଉ ଆଜି ଦେଶର କେତେକ ଗଣମାଧ୍ୟମ ବିଭିନ୍ନ ରାଜନୈତିକ ଦଳର ହାତବାରିଶ ସାଜୁଥିବା ଅଭିଯୋଗ ଆସୁଛି। ସମ୍ପୃକ୍ତ ରାଜନୈତିକ ଦଳକୁ ସୁହେଇଲା ଭଳି ଖବର ପରିବେଶଣ କରାଯାଉଥିବା ଚର୍ଚ୍ଚା ହେଉଛି। ଯାହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହଁ। ଏହି ପ୍ରସଙ୍ଗକୁ ନେଇ ଅନେକଥର ନିର୍ବାଚନ କମିଶନ ମଧ୍ୟ ଆପତ୍ତି ଉଠାଇଛନ୍ତି। କେତେକ ସଂସ୍ଥାକୁ  ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ନଜିର ରହିଛି।

ତଥାପି ଏହି କୁତ୍ସିତ ପରମ୍ପରାକୁ ରୋକି ହେଉନି।  ତେବେ ଭାରତର  ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଏବଂ ଗଣମାଧ୍ୟମ ଭୂମିକାକୁ ନେଇ ଆମେରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ ବେନ୍ ଗାରିସନ୍‌ ଏକ ବଳିଷ୍ଠ କାର୍ଟୁନ୍‌ କରିଛନ୍ତି। ଯାହାର ଶୀର୍ଷକ ରହିଛି ଲିପ୍‌ଷ୍ଟିକ୍‌ ଅନ୍‌ ଏ ପିଗ୍‌। ଯେଉଁ ଛବିରେ ବର୍ତ୍ତମାନର ଦୃଶ୍ୟପଟକୁ ଅତି ଚମତ୍କାର ଢଙ୍ଗରେ ଉପସ୍ଥାପିତ କରାଯାଇଛି।

Related story