ଚାଣକ୍ୟ କହି ଯାଇଥିବା କଥା ଯାହା କେବେ ମଧ୍ୟ  ଭୁଲନ୍ତୁ ନାହିଁ

ଅର୍ଥଶାସ୍ତ୍ର ରଚୟିତା ଓ ଜଣେ ଦାର୍ଶନିକ ଭାବେ ଜଣାଶୁଣା ଆଚାର୍ଯ୍ୟ ଚାଣକ୍ୟଙ୍କ ଜ୍ଞାନ ଅସୀମ। ତାଙ୍କ ଭିତରେ ଥିବା ଜ୍ଞାନକୁ ସେ ନିଜ ଭିତରେ ସୀମିତ ନରଖି ପୁସ୍ତକରେ ଲେଖି ଆଗାମୀ ପୀଢିକୁ ଉପଦେଶ ଦେଇଯାଇଛନ୍ତି। ତାଙ୍କ ନୀତି ଓ ଆଦର୍ଶ ଏକ ଶୃଙ୍ଖଳିତ ଜୀବନ ବିତାଇବାରେ ସାହାଯ୍ୟ କରେ। ଆଚାର୍ଯ୍ୟ କହିଥିବା କିଛି କଥା ଯାହା କେବେ ଭୁଲିବା କଥା ନୁହେଁ। ତେବେ ଆସନ୍ତୁ ଜାଣିବା ତାଙ୍କ କିଛି ଗୁରୁତ୍ୱପୂର୍ଣ୍ଣ ଉପଦେଶ ସଂପର୍କରେ। କହିବା ପୂର୍ବରୁ […]

CHANAKYA-NEETI-24

Rakesh Mallick
  • Published: Thursday, 22 March 2018
  • , Updated: 22 March 2018, 09:01 AM IST

ଅର୍ଥଶାସ୍ତ୍ର ରଚୟିତା ଓ ଜଣେ ଦାର୍ଶନିକ ଭାବେ ଜଣାଶୁଣା ଆଚାର୍ଯ୍ୟ ଚାଣକ୍ୟଙ୍କ ଜ୍ଞାନ ଅସୀମ। ତାଙ୍କ ଭିତରେ ଥିବା ଜ୍ଞାନକୁ ସେ ନିଜ ଭିତରେ ସୀମିତ ନରଖି ପୁସ୍ତକରେ ଲେଖି ଆଗାମୀ ପୀଢିକୁ ଉପଦେଶ ଦେଇଯାଇଛନ୍ତି। ତାଙ୍କ ନୀତି ଓ ଆଦର୍ଶ ଏକ ଶୃଙ୍ଖଳିତ ଜୀବନ ବିତାଇବାରେ ସାହାଯ୍ୟ କରେ। ଆଚାର୍ଯ୍ୟ କହିଥିବା କିଛି କଥା ଯାହା କେବେ ଭୁଲିବା କଥା ନୁହେଁ। ତେବେ ଆସନ୍ତୁ ଜାଣିବା ତାଙ୍କ କିଛି ଗୁରୁତ୍ୱପୂର୍ଣ୍ଣ ଉପଦେଶ ସଂପର୍କରେ।

  • କହିବା ପୂର୍ବରୁ ଶୁଣନ୍ତୁ। ଶୁଣିବା ଦ୍ୱାରା ଜ୍ଞାନ ବୃଦ୍ଧି ହୁଏ।
  • ଧନବାନ ଓ ପଇସା ଥିବା ବ୍ୟକ୍ତିଙ୍କର ମିତ୍ର ସଂଖ୍ୟା ଅଧିକ। ସେମାନଙ୍କୁ ସମାଜ ପଣ୍ଡିତ ବୋଲି ସମ୍ବୋଧନ କରେ।
  • ଲୋଭୀ ଲୋକକୁ ଉପହାର ଦେଇ ସନ୍ତୁଷ୍ଟ କରନ୍ତୁ। କୋଠର ହୃଦୟ ବ୍ୟକ୍ତିକୁ ହାତ ଯୋଡି, ମୁର୍ଖକୁ ସମ୍ମାନ ଦେଇ ‌ଓ ଏକ ବିଦ୍ୱାନ ଲୋକକୁ ସତ କହି ସନ୍ତୁଷ୍ଟ କରନ୍ତୁ।
  • ଏକ ବେକାର ରାଜ୍ୟର ରାଜା ହେବା ଠାରୁ ଭଲ, ସେ କୌଣସି ରାଜ୍ୟର ରାଜା ନହେବା।
  • ଏକ ପାପିର ମିତ୍ର ହେବାରୁ ଭଲ, ଏକଲା ରହିବା।
  • କୁକୁର ଠାରୁ ଏହି ସବୁ ଶିଖିପାରିବେ ଭୋକରେ ଥିବାବେଳେ ଯେତିକି ଖାଦ୍ୟ ମିଳିଲେ ମଧ୍ୟ ସନ୍ତୁଷ୍ଟ ରହିବା, ଗଭୀର ନିଦରେ ମଧ୍ୟ କ୍ଷଣକରେ ଉଠିଯିବା। ସର୍ବଦା ସଚ୍ଚୋଟ ରହିବା ଓ ନିର୍ଭୟରେ ଜୀବନ ବିତାଇବା
  • ଗଧ ଠାରୁ ତିନିଟି କଥା ଶିଖି ହେବ ପ୍ରଥମ - ନିଜ ବୋଝକୁ ନିଜେ ବୋହିବା, କୌଣସି କଥାର ଚିନ୍ତା ନକରିବା ଏବଂ ସର୍ବଦା ସନ୍ତୁଷ୍ଟ ରହିବା

 

Related story