ଆସିଲା ନୂଆ ଗବେଷଣା: ଫ୍ରିଜ୍‌ରେ କମ୍ ତାପମାତ୍ରାରେ ମାଂସ ରହିଲେ ବିପଦ: ଖାଇଲେ ହୋଇପାରେ ପଏଜନ୍‌

ନୂଆଦିଲ୍ଲୀ, (ଓଡ଼ିଶା ରିପୋର୍ଟର): ସେ ପନିପରିବା ହେଉକି କଞ୍ଚା ମାଂସ ଏହାକୁ ଆମେ ଫ୍ରିଜ୍‌ରେ ରଖିବା ନିରାପଦ ମନେ କରୁ। ତେବେ ଫ୍ରିଜ୍‌ରେ କେତେ ତାପମାତ୍ରାରେ କେଉଁ ସାମଗ୍ରୀ ରହିବା କଥା ତାହା ଆମେ ବିଚାର କରୁନା।  ଫଳରେ ଅଜ୍ଞାତରେ ଆମେ ଅନେକ ରୋଗରେ ପଡ଼ୁ।  କାରଣ ଫ୍ରିଜ୍‌ରେ ଥିଲେ ମଧ୍ୟ ଉପଯୁକ୍ତ ତାପମାତ୍ରା ଅଭାବରୁ ଆପଣ ରଖିଥିବା ସାମଗ୍ରୀକୁ  ଯେ, ଜୀବାଣୁ  ସଂକ୍ରମିତ କରିପାରନ୍ତି ତାହା ଏକ ନୂତନ ଗବେଷଣାରୁ ଜଣାପଡ଼ିଛି। ବିଷେଶ କରି ଫ୍ରିଜ୍‌ରେ […]

Rakesh Mallick
  • Published: Monday, 21 August 2017
  • , Updated: 13 September 2017, 01:02 PM IST

ନୂଆଦିଲ୍ଲୀ, (ଓଡ଼ିଶା ରିପୋର୍ଟର): ସେ ପନିପରିବା ହେଉକି କଞ୍ଚା ମାଂସ ଏହାକୁ ଆମେ ଫ୍ରିଜ୍‌ରେ ରଖିବା ନିରାପଦ ମନେ କରୁ। ତେବେ ଫ୍ରିଜ୍‌ରେ କେତେ ତାପମାତ୍ରାରେ କେଉଁ ସାମଗ୍ରୀ ରହିବା କଥା ତାହା ଆମେ ବିଚାର କରୁନା।  ଫଳରେ ଅଜ୍ଞାତରେ ଆମେ ଅନେକ ରୋଗରେ ପଡ଼ୁ।  କାରଣ ଫ୍ରିଜ୍‌ରେ ଥିଲେ ମଧ୍ୟ ଉପଯୁକ୍ତ ତାପମାତ୍ରା ଅଭାବରୁ ଆପଣ ରଖିଥିବା ସାମଗ୍ରୀକୁ  ଯେ, ଜୀବାଣୁ  ସଂକ୍ରମିତ କରିପାରନ୍ତି ତାହା ଏକ ନୂତନ ଗବେଷଣାରୁ ଜଣାପଡ଼ିଛି। ବିଷେଶ କରି ଫ୍ରିଜ୍‌ରେ ଥିବା ଚିକେନ କିମ୍ବା କୌଣସି କଞ୍ଚା ମାଂସକୁ ରାନ୍ଧି ଖାଇବା ପୂର୍ବରୁ ଏଥିପ୍ରତି ଧ୍ୟାନ ଦିଆଯିବା ଉଚିତ୍‌।

କାରଣ ଆବଶ୍ୟକ ଥଣ୍ଡାରୁ କମ୍‌ ତାପମାତ୍ରାରେ ଚିକେନ କିମ୍ବା କୌଣସି କଞ୍ଚା ମାଂସ ରହିଲେ ଏଥିପ୍ରତି ଜୀବାଣୁ ଆକ୍ରମଣ କରିବାର ସମ୍ବାବନା  ରହିଛି।  ଆଉ ଏହି ମାଂସ ଆପଣଙ୍କ ଶରୀର ପାଇଁ କାଳ ହୋଇପାରେ। କାରଣ କମ୍‌ ତାପମାତ୍ରାରେ ରହିବା ଦ୍ୱାର ଏହା ବିଶାକ୍ତ(ପଏଜନ୍‌) ହେବାର ଯଥେଷ୍ଟ ସମ୍ଭାବନା ରହିଛି।  କମ୍‌ ଥଣ୍ଡା ରହିବା କାରଣରୁ  ଏହି ମାଂସରେ ସାଲମୋନେଲା (Salmonella) ନାମକ ଏକ ବ୍ୟାକ୍ଟେରିଆ ସଂକ୍ରମଣ କରୁଥିବା ଚିହ୍ନଟ କରାଯାଇଛି। ସଂକ୍ରମିତ ମାଂସକୁ ଖାଇଲେ ଆପଣ ବାନ୍ତି, ଡାଇରିଆ, ଜ୍ୱର, ମଥା ବିନ୍ଧା, ପେଟ ଯନ୍ତ୍ରଣା ଆଦି ରୋଗରେ ଶିକାର ହୋଇପାରନ୍ତି।

ନୂତନ ଗବେଷଣାରୁ ଏଭଳି ସଂଘାତିକ ଚିତ୍ର ସାମ୍ନାକୁ ଆସିଛି। ଭାବା ଅଟୋମିକ୍‌ ରିସର୍ଚ୍ଚ ସେଣ୍ଟରର  ଫୁଡ୍‌ ଟେକ୍ନୋଲୋଜି ଡିଭିଜନ ପକ୍ଷରୁ କରାଯାଇଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି।  ମୁମ୍ବାଇର ସୁପର ମାର୍କେଟରୁ ୮୭ଟି ନମୁନା ସଂଗ୍ରହ କରାଯାଇ ଏହା  ଉପରେ ପରୀକ୍ଷାନିରୀକ୍ଷା କରାଯାଇଥିଲା। ଏଥିରୁ ୫୦ ପ୍ରତିଶତ ଅର୍ଥାତ ୪୮ଟି ସାମ୍ପୁଲକୁ ୮ରୁ ୧୦ ଡିଗ୍ରୀ ସେଲସିୟସ୍‌ ତାପମାତ୍ରାରେ ଫ୍ରିଜ୍‌ରେ ରଖାଯାଇଥିଲା।  ପରେ ଏହାକୁ ଲାବରେଟୋରୀରେ ପରୀକ୍ଷା କରିବା ପରେ ଉପରୋକ୍ତ ଭୂତାଣ କଞ୍ଚାମାଂସରେ ସଂକ୍ରମିତ ହେଉ ଥିବା ଚିହ୍ନଟ କରାଯାଥିଲା। ତେଣୁ  ଯଦି ଆପଣ ଖୋଲା ବଜାରୁ ଫ୍ରିଜ୍‌ରେ ଥିବା ମାଂସକୁ କିଣୁଛନ୍ତି କିମ୍ବା ଫ୍ରିଜ୍‌ରେ ରଖୁଛନ୍ତି ଏଥିପ୍ରତି ସଚେତନ ହେବା ଜରୁରୀ। ଏହି କଞ୍ଚାମାଂସ ୦ରୁ ମାଇନସ ୨୦ ଡିଗ୍ରୀ ସେଲସିସିୟ ତାପମାତ୍ରା ରହିଲେ ଏଥିପ୍ରତି ଉକ୍ତ ଭୂତାଣୁର  ବିପଦ କମ୍‌ ରହିଥିବା  କୁହାଯାଇଛି।

ସୌଜନ୍ୟ ହିନ୍ଦୁସ୍ଥାନ୍‌ ଟାଇମ୍‌ସ୍

http://www.hindustantimes.com/mumbai-news/your-ready-to-cook-chicken-may-contain-dangerous-pathogen-study-shows/story-mXxmpiGkvFoFOv63TAZFDK.html

Related story