ଚିଟ୍‌ଫଣ୍ଡ୍ ଠକେଇ: ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ

କଟକ: ନବଦିଗନ୍ତ ଚିଟଫଣ୍ଡ୍ ଠକେଇ ମାମଲାରେ ବିଜେଡିର ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। ଦୁଇ ଲକ୍ଷ ବ୍ୟାଙ୍କ ଜମା ରାଶି ଦେଇ ଜାମିନରେ ଯିବାକୁ ସର୍ତ୍ତ ରଖିଛନ୍ତି ହାଇକୋର୍ଟ। ଏହାଛଡା ୨ଲକ୍ଷ ଟଙ୍କାର ୨ଜଣ ଜାମିନଦାରଙ୍କ ବଦଳରେ ଜାମିନରେ ଯାଇପାରିବେ ବୋଲି ହାଇକୋର୍ଟ କହିଛନ୍ତି। ରାଜ୍ୟ ବାହାରକୁ ଯିବା ପାଇଁ ନିମ୍ନ ଅଦାଲତର ଅନୁମତି ନେବା ଜରୁରୀ ବୋଲି କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ତଦନ୍ତରେ ସହାୟତା କରିବା ସହ ଅଦାଲତରେ ନିୟମିତ […]

subrna

Rakesh Mallick
  • Published: Wednesday, 09 August 2017
  • , Updated: 09 August 2017, 09:59 PM IST

କଟକ: ନବଦିଗନ୍ତ ଚିଟଫଣ୍ଡ୍ ଠକେଇ ମାମଲାରେ ବିଜେଡିର ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। ଦୁଇ ଲକ୍ଷ ବ୍ୟାଙ୍କ ଜମା ରାଶି ଦେଇ ଜାମିନରେ ଯିବାକୁ ସର୍ତ୍ତ ରଖିଛନ୍ତି ହାଇକୋର୍ଟ। ଏହାଛଡା ୨ଲକ୍ଷ ଟଙ୍କାର ୨ଜଣ ଜାମିନଦାରଙ୍କ ବଦଳରେ ଜାମିନରେ ଯାଇପାରିବେ ବୋଲି ହାଇକୋର୍ଟ କହିଛନ୍ତି। ରାଜ୍ୟ ବାହାରକୁ ଯିବା ପାଇଁ ନିମ୍ନ ଅଦାଲତର ଅନୁମତି ନେବା ଜରୁରୀ ବୋଲି କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ତଦନ୍ତରେ ସହାୟତା କରିବା ସହ ଅଦାଲତରେ ନିୟମିତ ହାଜର ହେବାକୁ ମଧ୍ୟ ସର୍ତ୍ତ ରଖାଯାଇଛି।
ନବଦିଗନ୍ତ ଚିଟଫଣ୍ଡ୍ ଠକେଇ ମାମଲାରେ ଜେଲରେ ଅଛନ୍ତି ସୁବର୍ଣ୍ଣ। ନବଦିଗନ୍ତ ଚିଟ୍‌ଫଣ୍ଡ ମାମଲାରେ ପୂର୍ବରୁ ସାଂସଦ ରାମଚନ୍ଦ୍ର ହାଁସଦା, ବିଜେପିର ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତି, ନବଦିଗନ୍ତ ସଂସ୍ଥା ମୁଖ୍ୟ ଅଞ୍ଜନ ବଳିୟାରସିଂଙ୍କ ସମେତ ୬ ଜଣ ଗିରଫ ହୋଇଥିଲେ। ପ୍ରାୟ ୫୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣାରେ ଅଞ୍ଜନ ବଳିୟାର ସିଂ କୋର୍ଟରେ ଦୋଷ ସ୍ୱୀକାର କରିବା ସହ ଦଣ୍ଡିତ ହୋଇଛନ୍ତି।

Related story