ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳରେ ଅଣ୍ଡାମାଡ଼, ପୋଲିସ୍ ଉପସ୍ଥିତିରେ ଯୁବକଙ୍କୁ ନିସ୍ତୁକ ମାଡ଼

ବାରିପଦା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଶୁଳିଆପଦାରେ ଅନୁଷ୍ଠିତ ତାଙ୍କର ସଭାସ୍ଥଳ ଉପରକୁ ଲକ୍ଷ୍ୟ କରି ଜଣେ ଯୁବକ ଅଣ୍ଡା ମାଡ଼ କରିଥିଲେ। ଅଣ୍ଡା ପକାଇବା ଅଭିଯୋଗରେ ତାଙ୍କୁ ପୋଲିସ୍ ଧରିଥିବା ବେଳେ ଉପସ୍ଥିତ କିଛି ଲୋକ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଯିଏ ଚାହିଁଲା ତାକୁ ମାରି ଚାଲିଥିଲା। ଏଥିପାଇଁ ପୋଲିସ୍‌କୁ ନାକେଦମ ହେବାକୁ ପଡ଼ିଥିଲା। ଶୁଳିଆପଦାରେ ମୁଖ୍ୟମନ୍ତ୍ରୀ ସଭା ଚାଲିଥିବା ବେଳେ ଅନେକ ସଂଗଠନ ପକ୍ଷରୁ […]

cm

Rakesh Mallick
  • Published: Wednesday, 26 October 2016
  • , Updated: 26 October 2016, 01:45 PM IST

ବାରିପଦା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଶୁଳିଆପଦାରେ ଅନୁଷ୍ଠିତ ତାଙ୍କର ସଭାସ୍ଥଳ ଉପରକୁ ଲକ୍ଷ୍ୟ କରି ଜଣେ ଯୁବକ ଅଣ୍ଡା ମାଡ଼ କରିଥିଲେ। ଅଣ୍ଡା ପକାଇବା ଅଭିଯୋଗରେ ତାଙ୍କୁ ପୋଲିସ୍ ଧରିଥିବା ବେଳେ ଉପସ୍ଥିତ କିଛି ଲୋକ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଯିଏ ଚାହିଁଲା ତାକୁ ମାରି ଚାଲିଥିଲା। ଏଥିପାଇଁ ପୋଲିସ୍‌କୁ ନାକେଦମ ହେବାକୁ ପଡ଼ିଥିଲା।

ଶୁଳିଆପଦାରେ ମୁଖ୍ୟମନ୍ତ୍ରୀ ସଭା ଚାଲିଥିବା ବେଳେ ଅନେକ ସଂଗଠନ ପକ୍ଷରୁ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯିବା ସହ ନାରାବାଜି କରାଯାଇଥିଲା।

Related story