କଟକ ସାଇ ହଷ୍ଟେଲରେ ମହିଳା ଆଥଲେଟଙ୍କୁ ନିର୍ଯାତନା ମାମଲା: କୋଚ ସୁଶାନ୍ତ ରୟ ଗିରଫ

କଟକ: କଟକ ସାଇ ହଷ୍ଟେଲର କୋଚଙ୍କ ବିରୋଧରେ ବୁଧବାର ଜଣେ ମହିଳା ଆଥଲେଟ ନିର୍ଯାତନା ଅଭିଯୋଗ ଆଣିଥିଲେ । ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ କୋଚ ସୁଶାନ୍ତ ରୟଙ୍କୁ ଗିରଫ କରିଛି । ଏ ନେଇ ଆଜି କଟକ ଡିସିପି ସୂଚନା ଦେଇଛନ୍ତି । ମହିଳା ଆଥଲେଟ୍ ଜଣଙ୍କ ବାପାମାଆଙ୍କ ସହ ମହିଳା ଥାନାକୁ ଆସି କୋଚ୍ ସୁଶାନ୍ତଙ୍କ ବିରୋଧରେ ଅଭିଯୋଗ କରିଥିଲେ। ସେ ଅଭିଯୋଗରେ […]

sai-hostal-300x240

Rakesh Mallick
  • Published: Thursday, 08 October 2015
  • , Updated: 08 October 2015, 01:45 PM IST

କଟକ: କଟକ ସାଇ ହଷ୍ଟେଲର କୋଚଙ୍କ ବିରୋଧରେ ବୁଧବାର ଜଣେ ମହିଳା ଆଥଲେଟ ନିର୍ଯାତନା ଅଭିଯୋଗ ଆଣିଥିଲେ । ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ କୋଚ ସୁଶାନ୍ତ ରୟଙ୍କୁ ଗିରଫ କରିଛି । ଏ ନେଇ ଆଜି କଟକ ଡିସିପି ସୂଚନା ଦେଇଛନ୍ତି । ମହିଳା ଆଥଲେଟ୍ ଜଣଙ୍କ ବାପାମାଆଙ୍କ ସହ ମହିଳା ଥାନାକୁ ଆସି କୋଚ୍ ସୁଶାନ୍ତଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ସେ ଅଭିଯୋଗରେ ଦର୍ଶାଇଥିଲେ ଯେ, କିଛିଦିନ ହେବ ସମ୍ପୃକ୍ତ କୋଚ୍ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଆସୁଛନ୍ତି। ଏହାପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିବା ସହ ସୁଶାନ୍ତଙ୍କୁ ଥାନାକୁ ଡାକି ପଚରାଉଚରା କରୁଥିଲା । ତେବେ ନିର୍ଯାତନା ଅଭିଯୋଗକୁ ସୁଶାନ୍ତ ଖଣ୍ଡନ କରିବା ସହ ଉକ୍ତ ମହିଳା ଆଥଲେଟଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ କେବଳ ତାଙ୍କୁ ଦୁଇ ଚାପୁଡା ମାରିଥିଲେ ବୋଲି ପୋଲିସକୁ କହିଥିଲେ । ମହିଳା ଆଥଲେଟଙ୍କ ଅଭିଯୋଗ ଭିତ୍ତିରେ ମହିଳା ଥାନାରେ ଆଇପିସିର ଧାରା ୩୫୪(ଏ), ୩୨୩, ୨୯୪, ୫୦୬ ଓ ୩୪ ଓ ପ୍ରୋଟେକ୍ସନ ଅଫ୍ ଚିଲଡ୍ରେନ ସେକ୍ସୁଆଲ ଅଫେନ୍ସ ଆକ୍ଟର ଧାରା ୧୦ରେ ମାମଲା ରୁଜୁ ହୋଇଥିଲା।

Related story