ରାନସମ୍‌ୱେର୍‌ ଭାଇରସ୍‌ ଆଟାକ୍‌ ଘଟଣା: ବ୍ରହ୍ମପୁର ଗଲା କ୍ରାଇମ୍‌ବ୍ରାଞ୍ଚର ୩ ଜଣିଆ ଟିମ୍‌

ବ୍ରହ୍ମପୁର: ଓଡ଼ିଶାରେ ରାନସମ୍‌ୱେର୍‌ ଭାଇରସ୍ ଆଟାକ୍‌ର ତଦନ୍ତ ପାଇଁ ଗଠନ ହୋଇଛି କ୍ରାଇମବ୍ରାଞ୍ଚର ୩ ଜଣିଆ ଟିମ୍।  ଏହି ଟିମ୍ ଆଜି ବିଧିବଦ୍ଧ ତଦନ୍ତ ଆରମ୍ଭ କରିବ।  ଇନ୍ସପେକ୍ଟର ଅନୀଲ୍‌ ଆନନ୍‌ଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚ ସାଇବର ସେଲ୍‌ର ୩ଜଣିଆ ଟିମ୍ ବ୍ରହ୍ମପୁର ଯାଇଛନ୍ତି। ଭାଇରାସ୍ ଟାର୍ଗେଟ୍ କରିଥିବା ଗଞ୍ଜାମ ଜିଲ୍ଲାର ଦୁଇଟି ସରକାରୀ ହସପିଟାଲକୁ ଯାଇ ତଦନ୍ତ କରିବ ଏହି ଟିମ୍ ।ବ୍ରହ୍ମପୁର ସିଟି ହସପିଟାଲ୍ ଓ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ହ୍ୟାକ୍ କରିଛି। ରାନସମ୍‌ଓୱେର୍ […]

berhampur

Rakesh Mallick
  • Published: Thursday, 18 May 2017
  • , Updated: 18 May 2017, 08:32 AM IST

ବ୍ରହ୍ମପୁର: ଓଡ଼ିଶାରେ ରାନସମ୍‌ୱେର୍‌ ଭାଇରସ୍ ଆଟାକ୍‌ର ତଦନ୍ତ ପାଇଁ ଗଠନ ହୋଇଛି କ୍ରାଇମବ୍ରାଞ୍ଚର ୩ ଜଣିଆ ଟିମ୍।  ଏହି ଟିମ୍ ଆଜି ବିଧିବଦ୍ଧ ତଦନ୍ତ ଆରମ୍ଭ କରିବ।  ଇନ୍ସପେକ୍ଟର ଅନୀଲ୍‌ ଆନନ୍‌ଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚ ସାଇବର ସେଲ୍‌ର ୩ଜଣିଆ ଟିମ୍ ବ୍ରହ୍ମପୁର ଯାଇଛନ୍ତି। ଭାଇରାସ୍ ଟାର୍ଗେଟ୍ କରିଥିବା ଗଞ୍ଜାମ ଜିଲ୍ଲାର ଦୁଇଟି ସରକାରୀ ହସପିଟାଲକୁ ଯାଇ ତଦନ୍ତ କରିବ ଏହି ଟିମ୍ ।ବ୍ରହ୍ମପୁର ସିଟି ହସପିଟାଲ୍ ଓ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ହ୍ୟାକ୍ କରିଛି। ରାନସମ୍‌ଓୱେର୍ ଭାଇରାସ୍ ଓ୍ୱାନାକ୍ରାଏ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କମ୍ପ୍ୟୁଟର୍ ଏନ୍‌କ୍ରିପ୍ଟ ହୋଇଯାଇଛି। ସବୁ ଡାଟା ତା ବଦଳରେ ୩୦୦ ଡଲାର ଦାବି କରିଛି॥

ଏଣେ ବ୍ରହ୍ମପୁର ସିଟି ହସ୍ପିଟାଲ୍‌ର ଦୁଇଟି କମ୍ପ୍ୟୁଟରକୁ ବି ଅଚଳ କରିଦେଇଛି। ଓ୍ୱାନାକ୍ରାଏ ଭାଇରସ୍  ଷ୍ଟୋର ଫାର୍ମାସିଷ୍ଟ ଏବଂ ହସ୍ପିଟାଲ୍ ଇନ୍‌ଫରମେସନ ମ୍ୟାନେଜମେଣ୍ଟ ସିଷ୍ଟମ କୋର୍ଡିନେଟରଙ୍କ କମ୍ପ୍ୟୁଟରର ଡାଟାକୁ ଏନ୍‌କ୍ରିପ୍ଟ କରିଦେଇଛି। ଓ୍ୱାନାକ୍ରାଏ  କମ୍ପ୍ୟୁଟର୍ ହ୍ୟାକ୍ ହେବାର ୨ ଦିନ ପରେ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ ଅଧିକାରୀ।

Related story