ଘରର ଏହି କୋଣକୁ ରଖନ୍ତୁ ନାହିଁ ଅନ୍ଧାରରେ, ବଢିପାରେ ଅଭାବ ଅସୁବିଧା

ବ୍ୟକ୍ତିର ଜୀବନରେ ବାସ୍ତୁର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ସାମାନ୍ୟରୁ ସାମାନ୍ୟତମ ବାସ୍ତୁ ଦୋଷ ଆପଣଙ୍କୁ କାଙ୍ଗାଳ ବନାଇ ଦେଇପାରେ। ଘରର ବାସ୍ତୁ ଠିକ୍‌ ନଥିଲେ ଧନୀଙ୍କୁ ଗରିବ ହେବାକୁ ସମୟ ଲାଗି ନଥାଏ। ଏହା ଆମେ କହୁନାହୁଁ, ବାସ୍ତୁଶାସ୍ତ୍ରରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ଏଥିପାଇଁ ଘର ତିଆରି କରିବା ବେଳେ ବିଶେଷ ଧ୍ୟାନ ଦିଆଯାଇଥାଏ। ଘରର କୌଣସି କୋଠରୀକୁ କେବେ ବି ଅନ୍ଧାର ରଖନ୍ତୁ ନାହିଁ। ଏହା ଆପଣଙ୍କ ଅଭାବ ବୃଦ୍ଧିର କାରଣ ପାଲଟି ପାରେ। […]

Rakesh Mallick
  • Published: Monday, 16 October 2017
  • , Updated: 16 October 2017, 10:16 AM IST

ବ୍ୟକ୍ତିର ଜୀବନରେ ବାସ୍ତୁର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ସାମାନ୍ୟରୁ ସାମାନ୍ୟତମ ବାସ୍ତୁ ଦୋଷ ଆପଣଙ୍କୁ କାଙ୍ଗାଳ ବନାଇ ଦେଇପାରେ। ଘରର ବାସ୍ତୁ ଠିକ୍‌ ନଥିଲେ ଧନୀଙ୍କୁ ଗରିବ ହେବାକୁ ସମୟ ଲାଗି ନଥାଏ। ଏହା ଆମେ କହୁନାହୁଁ, ବାସ୍ତୁଶାସ୍ତ୍ରରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ଏଥିପାଇଁ ଘର ତିଆରି କରିବା ବେଳେ ବିଶେଷ ଧ୍ୟାନ ଦିଆଯାଇଥାଏ। ଘରର କୌଣସି କୋଠରୀକୁ କେବେ ବି ଅନ୍ଧାର ରଖନ୍ତୁ ନାହିଁ। ଏହା ଆପଣଙ୍କ ଅଭାବ ବୃଦ୍ଧିର କାରଣ ପାଲଟି ପାରେ। ଆସନ୍ତୁ ଜାଣିବା ଧନହାନୀରୁ ମୁକ୍ତି ପାଇଁ କିଛି ଉପାୟ।

୧. ଉତ୍ତର-ପୂର୍ବ ଦିଗ ଧନର ଦେବୀଙ୍କ ଆସ୍ଥାନ। ତେଣୁ ଏହି ଦିଗରେ ଥିବା କୋଠରୀକୁ କେବେ ବି ଅସନା ରଖନ୍ତୁ ନାହିଁ। ଏପରି କଲେ ଅଯଥା ଖର୍ଚ୍ଚରେ ପଡିବେ ଓ ଯେତେ ରୋଜଗାର କରିଲେ ବି ଅଭାବ ଅନଟନ ଲାଗି ରହିବ।

୨. ଉତ୍ତର-ପୂର୍ବ ଦିଗରେ ଥିବା କୋଠରୀକୁ କେବେ ବି ଅନ୍ଧାର କରନ୍ତୁ ନାହିଁ। ଏପରି କଲେ ଧନହାନୀ ହେବା ସହ ଘରେ ମତାନ୍ତର ଓ କଳି ଲାଗି ରହିବ।

୩. ଭୁଲରେ ବି ଦକ୍ଷିଣ ଦିଗରେ ଧନ ରଖନ୍ତୁ ନାହିଁ। ଏହାସହ ଏହି ଦିଗରେ ଘରର ଦ୍ୱାର ରହିବା ମଧ୍ୟ ଅଶୁଭ।

୪. ଦକ୍ଷିଣ ଦିଗର ସ୍ୱାମୀ ହେଉଛନ୍ତି ଯମରାଜ। ଏହି ଦିଗରେ ଦ୍ୱାର ରହିଲେ ପରିବାର ଲୋକଙ୍କ ଆୟୁଷ କମିଥାଏ ବୋଲି ବିଶ୍ୱାସ ରହିଛି। ଏହାସହ ଆପଣଙ୍କୁ ପ୍ରତିଟି କ୍ଷେତ୍ରରେ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡିବ।

Related story