ମୁଖ୍ୟ କବାଟର ଉପଚାର କରନ୍ତୁ: ଦୂର ହୋଇଯିବ ସବୁ ସମସ୍ୟା

ଭଲ ରୋଜଗାର ହେଉଛି। ଘରେ କିଛି ସମସ୍ୟା ନାହିଁ। ତଥାପି ଅର୍ଥାଭାବ ଲାଗି ରହୁଛି। କିଛି ନା କିଛି କଥାକୁ ନେଇ ପାରିବାରିକ ସମସ୍ୟା ଦେଖା ଦେଉଛି। ଯଦି ଏପରି ହେଉଛି, ତେବେ ଜାଣନ୍ତୁ ଘରେ କିଛି ବାସ୍ତୁ ଦୋଷ ରହିଛି। କାହାର ନଜର ପଡ଼ିବା କାରଣରୁ ଏସବୁ ସ୍ଥିତି ଉପୁଜୁଥାଇ ପାରେ। ଏହାର ଉପଚାର ପାଇଁ ଉପାୟ ଅଛି। ବାସ୍ତୁଶାସ୍ତ୍ରରେ ଏନେଇ ଉଲ୍ଲେଖ ରହିଛି। ଘରର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହେଉଛି, ଏହାର ମୁଖ୍ୟ କବାଟ। ଏହି […]

door

Rakesh Mallick
  • Published: Monday, 26 March 2018
  • , Updated: 26 March 2018, 09:24 AM IST

ଭଲ ରୋଜଗାର ହେଉଛି। ଘରେ କିଛି ସମସ୍ୟା ନାହିଁ। ତଥାପି ଅର୍ଥାଭାବ ଲାଗି ରହୁଛି। କିଛି ନା କିଛି କଥାକୁ ନେଇ ପାରିବାରିକ ସମସ୍ୟା ଦେଖା ଦେଉଛି। ଯଦି ଏପରି ହେଉଛି, ତେବେ ଜାଣନ୍ତୁ ଘରେ କିଛି ବାସ୍ତୁ ଦୋଷ ରହିଛି। କାହାର ନଜର ପଡ଼ିବା କାରଣରୁ ଏସବୁ ସ୍ଥିତି ଉପୁଜୁଥାଇ ପାରେ। ଏହାର ଉପଚାର ପାଇଁ ଉପାୟ ଅଛି। ବାସ୍ତୁଶାସ୍ତ୍ରରେ ଏନେଇ ଉଲ୍ଲେଖ ରହିଛି। ଘରର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହେଉଛି, ଏହାର ମୁଖ୍ୟ କବାଟ। ଏହି ବାଟ ଦେଇ ଖରାପ ନଜର ଘରେ ପଡିଥାଏ। ତେଣୁ ମୁଖ୍ୟ କବାଟରେ କିଛି ଉପଚାର କରିଦେଲେ ସମସ୍ୟା ଟଳିଯିବ ବୋଲି ବାସ୍ତୁବିତ ମତ ଦେଇଥାନ୍ତି। ଆସନ୍ତୁ ଜାଣିବା କ’ଣ କଲେ ଘରେ ଖରାପ ନଜର ପଡ଼ିବ ନାହିଁ।

ରଙ୍ଗ: ବାସ୍ତୁ ଅନୁସାରେ, ମୁଖ୍ୟ କବାଟ ଘର ଅନ୍ୟ କବାଟ ଗୁଡିକଠାରୁ ବଡ଼ ହେବା ଦରକାର। ମୁଖ୍ୟ କବାଟର ରଙ୍ଗ ହଳଦିଆ, ମେରୁନ କିମ୍ବା ସୁନ୍ଦୁରୀ ଲାଲ ହେବା ଦରକାର। ଯଦି ଆପଣ ଭଡ଼ା ଘରେ ରହୁଛନ୍ତି ଓ ଏହାର ରଙ୍ଗ ବଦଳାଇବା ଆପଣଙ୍କ ହାତରେ ନାହିଁ, ତେବେ ଏହି ତିନି ପ୍ରକାର ରଙ୍ଗର କିଛି ପେଣ୍ଟିଂ କିମ୍ବା ଫଟୋ ମୁଖ୍ୟ କବାଟରେ ଟାଙ୍ଗି ଦିଅନ୍ତୁ।

ଶୁଭ ଚିହ୍ନ: ଘରର ମୁଖ୍ୟ କବାଟରେ ଓଁ, ସ୍ୱସ୍ତିକ, ଶୁଭ ଲାଭ ନିଶ୍ଚିତ ଲେଖନ୍ତୁ। ଏଥିପାଇଁ ଲାଲ ରଙ୍ଗ ବ୍ୟବହାର କରନ୍ତୁ। ଏପରି ପରେ ଖରାପ ନଜର ପଡ଼ି ନଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି। ଚାହିଁଲେ ଏହି ଶଚଭ ଚିହ୍ନର ଷ୍ଟିକର ମଧ୍ୟ ଲଗାଇ ପାରିବେ।

ତୁଳସୀ: ଘରର ମୁଖ୍ୟ ଗେଟ୍‌ ପାଖରେ ତୁଳସୀ ଗଛ ନିଶ୍ଚିତ ଲଗାନ୍ତୁ। ଏହାଦ୍ୱାରା ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିପାରିବେ ନାହିଁ। ଏହା ବ୍ୟତୀତ ଆପଣ ମଲ୍ଲି କିମ୍ବା ବେଲ ଗଛ ମଧ୍ୟ ଲଗାଇ ପାରିବେ। ଏହାର ବାସ୍ନା ଆପଣଙ୍କୁ ମାନସିକ ଶାନ୍ତି ଦେବ। ଏହାସହ ବାସ୍ତୁ ଦୋଷ ମଧ୍ୟ କମିବ।

ତୋରଣ: ମୁଖ୍ୟ କବାଟରେ ଅଶୋକ ପତ୍ର କିମ୍ବା ଆମ୍ବ ପତ୍ରର ତୋରଣ ଲଗାନ୍ତୁ। ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭକାରୀ। ଯଦି ଆପଣଙ୍କ ପାଖରେ ଏପରି ପତ୍ର ନାହିଁ ତେବେ ବଜାରରେ ମିଳୁଥିବା ବିଭିନ୍ନ ଡିଜାଇନର ବନ୍ଦନବାର ଲଗାଇ ପାରିବେ।

ୱିଣ୍ଡ ଚାଇମ: ମୁଖ୍ୟ କବାଟରେ ୬ଟି କାଠି ଥିବା ୱିଣ୍ଡ ଚାଇମ ମଧ୍ୟ ଲଗାଇ ପାରିବେ। ଚାଇନା ବାସ୍ତୁଶାସ୍ତ୍ର ଫେଙ୍ଗ ଶୁଇ ଅନୁସାରେ ୱିଣ୍ଡ ଚାଇମର ମଧୁର ଶବ୍ଦରେ ଘରୁ ଖରାପ ପ୍ରଭାବ ଦୂର ହୋଇଯାଇଥାଏ।

Related story