ଚିନ୍ତା ହୋଇପାରେ 'ଚିତା'ର କାରଣ, ଆପଣାନ୍ତୁ ଉପାୟ କମିଯିବ ମନର ବ୍ୟଥା

ଆଜିକାଲି ବ୍ୟସ୍ତମୟ ଜୀବନରେ  ଚିନ୍ତା ବା ଅବସାଦର ସମ୍ମୁଖୀନ ହେବା କିଛି ବଡ କଥା ନୁହେଁ। ଅତ୍ୟଧିକ କାମ, ପାରିବାରିକ ସମସ୍ୟା, ବ୍ରେକ୍‌ଅପ୍‌ ପରି କେତୋଟି କାରଣ ଅବସାଦ ପାଇଁ ମୁଖ୍ୟତଃ ଦାୟୀ। ଏହାର ପ୍ରଭାବ କେବଳ ଜୀବନ ଉପରେ ନୁହେଁ ଶରୀର ଉପରେ ମଧ୍ୟ ପଡିଥାଏ। ଏହି ସମୟରେ ନିଜର ମାନସିକତାକୁ ସକାରାତ୍ମକ ରଖିବା ଜରୁରୀ ହୋଇଥାଏ। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଛୋଟ ଛୋଟ ଉପାୟ ରହିଛି। ଆସନ୍ତୁ ଜାଣିବା ସେ ସଂପର୍କରେ […]

depression

Rakesh Mallick
  • Published: Thursday, 07 December 2017
  • , Updated: 07 December 2017, 10:52 AM IST

ଆଜିକାଲି ବ୍ୟସ୍ତମୟ ଜୀବନରେ  ଚିନ୍ତା ବା ଅବସାଦର ସମ୍ମୁଖୀନ ହେବା କିଛି ବଡ କଥା ନୁହେଁ। ଅତ୍ୟଧିକ କାମ, ପାରିବାରିକ ସମସ୍ୟା, ବ୍ରେକ୍‌ଅପ୍‌ ପରି କେତୋଟି କାରଣ ଅବସାଦ ପାଇଁ ମୁଖ୍ୟତଃ ଦାୟୀ। ଏହାର ପ୍ରଭାବ କେବଳ ଜୀବନ ଉପରେ ନୁହେଁ ଶରୀର ଉପରେ ମଧ୍ୟ ପଡିଥାଏ। ଏହି ସମୟରେ ନିଜର ମାନସିକତାକୁ ସକାରାତ୍ମକ ରଖିବା ଜରୁରୀ ହୋଇଥାଏ। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଛୋଟ ଛୋଟ ଉପାୟ ରହିଛି। ଆସନ୍ତୁ ଜାଣିବା ସେ ସଂପର୍କରେ

. ମନ ବିଚଳିତ ହେଉଥିଲେ ଏହାର କାରଣ ବିଷୟରେ ଜାଣି ତୁରନ୍ତ ଦୂର କରିବାକୁ ଚେଷ୍ଟା କରନ୍ତୁ। ଦିନଚର୍ଯ୍ୟାରେ ନିଜର ପରିବର୍ତ୍ତନ ଆଣନ୍ତୁ ।ବିନା ପ୍ଲାନିଂରେ ଆଖପାଖ ଅଞ୍ଚଳକୁ ବୁଲିବାକୁ ଯାଆନ୍ତୁ। ଏକଲା ଅନୁଭବ କରୁଥିଲେ ସାଙ୍ଗ ସାଥୀକୁ ନିଜ ଘରକୁ ମଧ୍ୟ ଡାକିପାରିବେ।

. ନିଜ ପ୍ରତି ହୀନଭାବନା ଜାଗ୍ରତ ହେବାକୁ ନାହିଁ। ମନରେ ସର୍ବଦା ଆଲ୍‌ ଇଜ୍‌ ୱେଲ ଭାବନା ରଖନ୍ତୁ ।

. ଆମେ ସର୍ବଦା ମନ ରଖିବା ଉଚିତ ଦୁଃଖ ଯେତେ ଅଧିକ ହେଉନା କାହିଁକି ଏହା କ୍ଷଣ ସ୍ଥାୟୀ ଏବଂ ସବୁ ସମସ୍ୟାର ସମାଧାନ ରହିଛି। ଠିକ୍‌ ନିଷ୍ପତି ନିଅନ୍ତୁ ସର୍ବଦା ଖୁସିରେ ରହିବେ।

. ମନରେ ଦୁଃଖ ଆସିଲେ ଗୀତ ଶୁଅନ୍ତୁ , ବହି ମଧ୍ୟ ପଢି ପାରିବେ , ନିଜକୁ କୌଣସି କାମରେ ବ୍ୟସ୍ତ ରଖିବାକୁ ଚେଷ୍ଟା କରନ୍ତୁ।

. ରୋଷେଇ କରିବାକୁ ଭଲ ଲାଗୁଥିଲେ ନୂଆ ନୂଆ ରେସିପି କରି ଘର ଲୋକଙ୍କୁ ଖୁଆନ୍ତୁ। ପାର୍କରେ ବୁଲିବାକୁ ଯାଆନ୍ତୁ, ନିଜ ପିଲାଙ୍କ ସହ ସମୟ ବିତାନ୍ତୁ। ଏହି ସବୁ ଛୋଟ ଛୋଟ କଥାକୁ ଧ୍ୟାନ ଦେଲେ ଚିନ୍ତା ବା ଅବସାଦରୁ ନିଜକୁ ଦୂରେଇ ରଖିପାରିବେ ।

Related story