ଘରର ଛାତ ଉପରେ ଅନେକ ବସ୍ତୁ ରଖିଲେ ବାସ୍ତୁ ସମସ୍ୟା ଦେଖା ଦିଏ। ସେହିପରି ଛାତରେ କିଛି ଜିନିଷ ରଖିବା ଦ୍ୱାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ। ତେଣୁ ଘର ଛାତ ଉପରେ କେଉଁ ଜିନିଷ ରଖିଲେ ଭଲ ଓ କେଉଁ ଜିନିଷ ରଖିଲେ ଭଲ ନୁହେଁ ତାହା ଜାଣିବା ଜରୁରୀ। ତା’ହେଲେ ଆସନ୍ତୁ ଜାଣିବା ଘର ଛାତ ଉପରେ କେଉଁ ଜିନିଷ ରଖିବେ ଓ କେଉଁ ଜିନିଷ ରଖିବେ ନାହିଁ।
- ବାସ୍ତୁଶାସ୍ତ୍ର ଅନୁସାରେ ହନୁମାନଙ୍କ ପାଖରେ ପୂଜା ହୋଇଥିବା ଲାଲ ପତାକା ଘର ଛାତର ଦକ୍ଷିଣ ଦିଗରେ ଲଗାଇବା ଶୁଭ। ଏପରି କରିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ପଡ଼େ ନାହିଁ।
- ଛାତ ଉପରେ ସାତଟି ରଙ୍ଗ ଥିବା ପତାକା ଲଗାଇବା ଦ୍ୱାରା ଘରେ ସୁଖ ଓ ଶାନ୍ତି ବଜାୟ ରହେ।
- ଜଙ୍କ୍ ଲଗା ଲୁହା ଜିନିଷ ଓ ଜାଳେଣି ଭାବେ ବ୍ୟବହୃତ ହେଉଥିବା ଜିନିଷ ଘର ଛାତ ଉପରେ ରଖନ୍ତୁ ନାହିଁ। କାରଣ ଏହା ବାସ୍ତୁ ଦୋଷର ଅନ୍ୟତମ ପ୍ରମୁଖ କାରଣ ହୋଇଥାଏ।
- ଗୃହପାଳିତ ପଶୁଙ୍କୁ ଘରର ଛାତରେ ବାନ୍ଧି ରଖନ୍ତୁ ନାହିଁ।
- ଛାତରେ ମନ୍ଦିର ନିର୍ମାଣ କରନ୍ତୁ ନାହିଁ। ଏହା ଦ୍ୱାରା ଘର ଉପରେ ଖରାପ ପ୍ରଭାବ ପଡ଼େ।