ଶଙ୍ଖର ଏସବୁ ମହତ୍ତ୍ୱ ବିଷୟରେ ଜାଣନ୍ତି କି? ଏହାକୁ ଫୁଙ୍କିଲେ ଦୁଇଟି ରୋଗ ହେବାର ଆଶଙ୍କା ବି କମିଯାଏ

ହିନ୍ଦୁ ଧର୍ମରେ ଶଙ୍ଖର ବହୁତ ମହତ୍ତ୍ୱ ରହିଛି। ପୁରାଣ ଅନୁସାରେ ଶଙ୍ଖର ଉତ୍ପତ୍ତି ସମୁଦ୍ରରୁ ହୋଇଛି ଓ ଏହାକୁ ମା’ ଲକ୍ଷ୍ମୀଙ୍କ ଭାଇ ବୋଲି କୁହାଯାଇଥାଏ। ବିଶ୍ୱାସ ରହିଛି, ଯେଉଁଠି ଶଙ୍ଖ ଥାଏ ସେଠାରେ ମା’ ଲକ୍ଷ୍ମୀ ବାସ କରିଥାନ୍ତି। ଶୁଭ କାମ ଓ ଧାର୍ମିକ କାର୍ଯ୍ୟରେ ଶଙ୍ଖ ବଜାଇବା ମଙ୍ଗଳଦାୟକ ହୋଇଥାଏ ବୋଲି କୁହାଯାଇଥାଏ। ପୂଜାପାଠରେ ଶଙ୍ଖକୁ ବେଦିରେ ସ୍ଥାପନ କରାଯାଇଥାଏ। ଦୀପାବଳି, ହୋଲି, ମହାଶିବରାତ୍ରୀ, ନବରାତ୍ର, ରବି ପୁଷ୍ପ, ଗୁରୁ ପୁଷ୍ପ ନକ୍ଷେତ୍ର ଆଦି […]

shankha

Rakesh Mallick
  • Published: Saturday, 19 May 2018
  • , Updated: 19 May 2018, 10:18 AM IST

ହିନ୍ଦୁ ଧର୍ମରେ ଶଙ୍ଖର ବହୁତ ମହତ୍ତ୍ୱ ରହିଛି। ପୁରାଣ ଅନୁସାରେ ଶଙ୍ଖର ଉତ୍ପତ୍ତି ସମୁଦ୍ରରୁ ହୋଇଛି ଓ ଏହାକୁ ମା’ ଲକ୍ଷ୍ମୀଙ୍କ ଭାଇ ବୋଲି କୁହାଯାଇଥାଏ। ବିଶ୍ୱାସ ରହିଛି, ଯେଉଁଠି ଶଙ୍ଖ ଥାଏ ସେଠାରେ ମା’ ଲକ୍ଷ୍ମୀ ବାସ କରିଥାନ୍ତି। ଶୁଭ କାମ ଓ ଧାର୍ମିକ କାର୍ଯ୍ୟରେ ଶଙ୍ଖ ବଜାଇବା ମଙ୍ଗଳଦାୟକ ହୋଇଥାଏ ବୋଲି କୁହାଯାଇଥାଏ। ପୂଜାପାଠରେ ଶଙ୍ଖକୁ ବେଦିରେ ସ୍ଥାପନ କରାଯାଇଥାଏ। ଦୀପାବଳି, ହୋଲି, ମହାଶିବରାତ୍ରୀ, ନବରାତ୍ର, ରବି ପୁଷ୍ପ, ଗୁରୁ ପୁଷ୍ପ ନକ୍ଷେତ୍ର ଆଦି ଶୁଭ ସମୟରେ ଏହାକୁ ସ୍ଥାପନ କରାଯାଇଥାଏ। ଶଙ୍ଖ ଓ ଏହାର ଧ୍ୱନି ମନୁଷ୍ୟ ଶରୀର ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ ବୋଲି ବିଜ୍ଞାନ କହେ। ତା’ହେଲେ ଆସନ୍ତୁ ଜାଣିବା ଶଙ୍ଖକୁ ନେଇ ବିଜ୍ଞାନ କ’ଣ କହେ। ତା’ସହିତ ଭିନ୍ନ ଭିନ୍ନ ଶଙ୍ଖର କ’ଣ ମହତ୍ତ୍ୱ ରହିଛି ଓ କେଉଁ ରଙ୍ଗର ଶଙ୍ଖ ଘରେ ରଖିଲେ ଭଲ।

ବିଜ୍ଞାନ କ’ଣ କହେ?

ବିଜ୍ଞାନ ଅନୁସାରେ ଶଙ୍ଖ ଧ୍ୱନିର ବହୁତ ମହତ୍ତ୍ୱ ରହିଛି। ଏହି ଧ୍ୱନିରେ ବାତାବରଣ ଶୁଦ୍ଧ ହୋଇଥାଏ। ଏହି ଧ୍ୱନି ଆଖପାଖରେ ଥିବା ସବୁ ପ୍ରକାର କୀଟାଣୁକୁ ନଷ୍ଟ କରି ଦେଇଥାଏ। ଶଙ୍ଖରେ କିଛି ଚୂନ ପାଣି ଭରି ପିଇଲେ ଶରୀରରୁ କ୍ୟାଲସିୟମ ଅଭାବ ଦୂର ହୋଇଯାଇଥାଏ। ଏହାକୁ ଫୁଙ୍କିବା ଦ୍ୱାରା ହୃଦ୍‌ ଓ ଫୁସ୍‌ଫୁସ୍‌ ରୋଗ ହେବାର ଆଶଙ୍କା କମିଯାଇଥାଏ। ଶଙ୍ଖ ଧ୍ୱନି ଶୁଣିବା ଦ୍ୱାରା ଶ୍ରବଣ ଶକ୍ତି ବଢ଼ିବା ସହ କାଲା ଦୋଷ ଦୂର ହୋଇଯାଇଥାଏ।

ଭିନ୍ନ ଭିନ୍ନ ଶଙ୍ଖର ଭିନ୍ନ ଭିନ୍ନ ମହତ୍ତ୍ୱ

ଶଙ୍ଖ ବିଭିନ୍ନ ପ୍ରକାରର ରହିଛି। ଭିନ୍ନ ଭିନ୍ନ ଶଙ୍ଖର ମହତ୍ତ୍ୱ ଭିନ୍ନ ପ୍ରକାରର। ଏସବୁ ଶଙ୍ଖ ପୂଜାବିଧି ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ଆକୃତିରେ ଶଙ୍ଖ ତିନି ପ୍ରକାର। ଯଥା- ଦକ୍ଷିଣାବର୍ତ୍ତ ଶଙ୍ଖ, ମଧ୍ୟାବର୍ତ୍ତ ଶଙ୍ଖ ଏବଂ ବାମାବର୍ତ୍ତ ଶଙ୍ଖ। ଭଗବାନ ବିଷ୍ଣୁଙ୍କ ଶଙ୍ଖକୁ ଦକ୍ଷିଣାବର୍ତ୍ତ ଏବଂ ମା’ ଲକ୍ଷ୍ମୀଙ୍କ ଶଙ୍ଖକୁ ବାମାବର୍ତ୍ତ କୁହାଯାଇଥାଏ। ବାମାବର୍ତ୍ତ ଶଙ୍ଖ ଘରେ ସ୍ଥାପନ କରାଯାଇଥିଲେ ଧନ ସମ୍ପତ୍ତିର ଅଭାବ ରହି ନଥାଏ। ଏହା ବ୍ୟତୀତ ମହାଲକ୍ଷ୍ମୀ ଶଙ୍ଖ, ମୋତି ଶଙ୍ଖ ଓ ଗଣେଶ ଶଙ୍ଖ ମଧ୍ୟ ମିଳିଥାଏ।

କେଉଁ ରଙ୍ଗର ଶଙ୍ଖ ଘରେ ରଖିଲେ ଭଲ?

ସବୁବେଳେ ଧଳା ରଙ୍ଗର ଶଙ୍ଖ ହିଁ ଘରେ ସ୍ଥାପନ କରନ୍ତୁ। ଏହାକୁ ଘରକୁ ଆଣିବା ପରେ ଗଙ୍ଗାଜଳ ଓ କ୍ଷୀରରେ ଧୋଇ ଶୁଦ୍ଧ କରନ୍ତୁ। ଏହାପରେ ଗୋଲାପୀ ରଙ୍ଗର ବସ୍ତ୍ରରେ ଗୋଡ଼ାଇ ପୂଜା ସ୍ଥଳରେ ରଖନ୍ତୁ। ଭୋର ଓ ସନ୍ଧ୍ୟା ସମୟରେ ପୂଜା ପରେ ଏହାକୁ ତିନିଥର ଲେଖାଏଁ ବଜାନ୍ତୁ। ଶଙ୍ଖ ବଜାଇବା ପରେ ଏହାକୁ ଧୋଇ ପୁଣି ନିଜ ସ୍ଥାନରେ ସ୍ଥାପନ କରି ଦିଅନ୍ତୁ।

ଏ କଥା ମନେ ରଖନ୍ତୁ

ସବୁ ବେଳେ ମନେ ରଖିବେ କୌଣସି ବସ୍ତ୍ର କିମ୍ବା ଆସନରେ ଶଙ୍ଖକୁ ରଖିବେ। ଭୋର ଓ ସନ୍ଧ୍ୟା ବ୍ୟତୀତ ଅନ୍ୟ କୌଣସି ସମୟରେ ଶଙ୍ଖ ଫୁଙ୍କିବା ଉଚିତ ନୁହେଁ। ନିଜ ଶଙ୍ଖ କାହାକୁ ଫୁଙ୍କିବାକୁ ଦିଅନ୍ତୁ ନାହିଁ। ସେହିପରି ଅନ୍ୟର ଶଙ୍ଖକୁ ଆପଣ କେବେ ଫୁଙ୍କନ୍ତୁ ନାହିଁ।

Related story