କାହିଁକି ଶୀତଦିନ ଲାଗେ ଅଧିକ ପରିସ୍ରା? ଜାଣନ୍ତୁ କାରଣ

ଶୀତଦିନ ଆସିଲେ ଲୋକଙ୍କ ଚିନ୍ତା ବଢ଼ିଯାଏ। କମ୍ବଳ ଭିତରୁ ବାହାରକୁ ଯିବାକୁ ଭାରି କଷ୍ଟ ଲାଗିଥାଏ। କୌଣସି କାମ କରିବାକୁ ଚିଡିଚିଡ଼ା ଲାଗେ। ଏପରିକି କିଛି ଲୋକ ଶୀତ ଦିନରେ ଖାଇବା ପିଇବା କମ୍‌ କରିଦିଅନ୍ତି। ଅଧିକ ପାଣି ପିଇଲେ ଅଧିକ ଥର ପରିସ୍ରା ଯିବାକୁ ପଡ଼ିବ ବୋଲି  ଭାବି ଲୋକେ ପାଣି ପିଇବା ମଧ୍ୟ କମ୍‌ କରି ଦିଅନ୍ତି। କେତେକ ଲୋକ ପରିସ୍ରା ଲାଗୁଥିଲେ ମଧ୍ୟ ଯାଆନ୍ତି ନାହିଁ। କିନ୍ତୁ ଶୀତ ଦିନରେ ଲୋକେ  ଅଧିକ […]

toilt

Rakesh Mallick
  • Published: Tuesday, 05 December 2017
  • , Updated: 05 December 2017, 09:58 AM IST

ଶୀତଦିନ ଆସିଲେ ଲୋକଙ୍କ ଚିନ୍ତା ବଢ଼ିଯାଏ। କମ୍ବଳ ଭିତରୁ ବାହାରକୁ ଯିବାକୁ ଭାରି କଷ୍ଟ ଲାଗିଥାଏ। କୌଣସି କାମ କରିବାକୁ ଚିଡିଚିଡ଼ା ଲାଗେ। ଏପରିକି କିଛି ଲୋକ ଶୀତ ଦିନରେ ଖାଇବା ପିଇବା କମ୍‌ କରିଦିଅନ୍ତି। ଅଧିକ ପାଣି ପିଇଲେ ଅଧିକ ଥର ପରିସ୍ରା ଯିବାକୁ ପଡ଼ିବ ବୋଲି  ଭାବି ଲୋକେ ପାଣି ପିଇବା ମଧ୍ୟ କମ୍‌ କରି ଦିଅନ୍ତି। କେତେକ ଲୋକ ପରିସ୍ରା ଲାଗୁଥିଲେ ମଧ୍ୟ ଯାଆନ୍ତି ନାହିଁ। କିନ୍ତୁ ଶୀତ ଦିନରେ ଲୋକେ  ଅଧିକ ପରିସ୍ରା ଯାଆନ୍ତି। କାହିଁକି ଶୀତ ଦିନରେ ଲୋକଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ ଆମ ମନରେ ପ୍ରଶ୍ନ ଆସିଥାଏ। ଆସନ୍ତୁ ଜାଣିବା ଶୀତ ଦିନରେ କାହିଁକି ଏପରି  ହୋଇଥାଏ।

ଶୀତ ଦିନରେ ଆମ ଶରୀର ଥଣ୍ଡା ହୋଇଯାଏ। ଫଳରେ ରକ୍ତର ତାପମାତ୍ରା ସାମାନ୍ୟ କମ୍‌ ହୋଇଯାଇଥାଏ।  ଶରୀରକୁ ଗରମ ରଖିବା ପାଇଁ ହାତ ପାପୁଲି  ଓ ପାଦ ତଳିପାକୁ ରକ୍ତ ପ୍ରବାଭିତ କମ୍‌ ହୋଇଥାଏ। ରକ୍ତ ପ୍ରବାଭିତ କମ୍‌ ହୋଇଗଲେ ରକ୍ତ ଚାପ ବଢ଼ିଯାଏ। ରକ୍ତର ପରିମାଣ ସମାନ ଥିବା ସତ୍ତ୍ୱେ ଶରୀରର କେତେକ ସ୍ଥାନକୁ ରକ୍ତ ସଞ୍ଚାଳନ ହୋଇ ନ ଥାଏ। ରକ୍ତ ଚାପରୁ ଶରୀରକୁ ରକ୍ଷା କରିବା ପାଇଁ କିଡନୀକୁ ଶୀଘ୍ର ରକ୍ତକୁ ବିଶୁଦ୍ଧୀକରଣ କରିବା ପାଇଁ ପଡ଼ିଥାଏ। ରକ୍ତ ଶୀଘ୍ର ବିଶୁଦ୍ଧୀକରଣ ହେବା ଯୋଗୁଁ ସେଥିରେ ଥିବା ଅଦରକାରୀ ପଦାର୍ଥ ପାଣି ଭାବେ ବାହାରିଥାଏ । ‌ଏହି ଅଦକାରୀ ପଦାର୍ଥ ପିତ୍ତକୋଷରେ ଜମା ହୋଇଥାଏ। ଫଳରେ ଶୀତ ଦିନରେ ବାରମ୍ବାର ପରିସ୍ରା ଲାଗିଥାଏ।

ଶୀତ ଦିନରେ  କମ୍‌ ପାଣି ପିଇବା ଯୋଗୁଁ ପରିସ୍ରା ହଳଦିଆ ମଧ୍ୟ ହୋଇଥାଏ।

Related story