ଆପଣ ପ୍ରତିଦିନ ମାଉଥ ୱାସ ବ୍ୟବହାର କରୁଛନ୍ତି କି? ଯଦି ହଁ, ତେବେ ସାବଧାନ ହୋଇଯାଆନ୍ତୁ। କାରଣ ପ୍ରତିଦିନ ମାଉଥୱାସ୍ ବ୍ୟବହାର ଦ୍ୱାରା ଆପଣଙ୍କ ସୁଗାର ଲେଭଲ ବହୁତ ଶୀଘ୍ର ବଢ଼ିପାରେ। ଯାହା ଆପଣଙ୍କ ସ୍ୱାସ୍ଥ ପ୍ରତି ହାନିକାରକ ।
ହାୱାର୍ଡ ୟୁନିଭରସିଟି ଦ୍ୱାରା ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଦିନରେ ଅତିକମରେ ଦୁଇଥର ମାଉଥୱାସ୍ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ଅନ୍ୟ ବ୍ୟକ୍ତିଙ୍କ ତୁଳନାରେ ଡାଇବେଟିଜ୍ ହେବାର ଭୟ ୫୫ପ୍ରତିଶତ ଅଧିକ ଥାଏ। ମାଉଥୱାସ୍ରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଉପାଦାନଗୁଡ଼ିକ ଥାଏ। ଏଗୁଡ଼ିକ ପାଟିରେ ମାଇକେରୋବ୍ସ ଉତ୍ପାଦନ ଉପରେ ପ୍ରଭାବ ପକାଇଥାଏ। ଯାହାଫଳରେ ପାଟିରେ ନାଇଟ୍ରିକ ଅକ୍ସାଇଡର ପରିମାଣ କମିଯାଏ। ଫଳରେ ଆମ ଶରୀରର ମେଟାବୋଲିଜିମ୍ରେ ଅସନ୍ତୁଳନ ଦେଖାଦେଇଥାଏ ଓ ଡାଇବେଟିଜ୍ ଭଳି ରୋଗ ହୋଇଥାଏ।
ଏହି ଅନୁସନ୍ଧାନରୁ ଜଣାପଡ଼ିଛି ଯେ ମାଉଥୱାସ୍ର ବ୍ୟବହାର ଦେହ ପାଇଁ ଫାଇଦା କମ୍ କ୍ଷତି ଅଧିକ କରିଥାଏ।