ଘରେ ଲଗାନ୍ତୁ ନାହିଁ ଏସବୁ ଫଟୋ: ମାଡି ଆସିବ ଦୁର୍ଭାଗ୍ୟ

ଅନେକ ଲୋକ ଘର ସଜାଇବାକୁ ଭଲ ପାଆନ୍ତି। ଘରେ ବିଭିନ୍ନ ପ୍ରକାର ଫଟୋ ଲଗାଇଥାନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ କିଛି ଫଟୋ ଘରେ ଲଗାଇବାକୁ ବାରଣ କରାଯାଇଛି। ଏହାଦ୍ୱାରା ଘର ଉପରେ ଖରାପ ପ୍ରଭାବ ପଡିଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି। ଆସନ୍ତୁ ଜାଣିବା କେଉଁ ସବୁ ଫଟୋ ବା ଚିତ୍ର ଘରେ ରଖିବେ ନାହିଁ। ଘରେ ବହୁଥିବା ପାଣି ଓ ଝରଣାର ଫଟୋ ଲଗାନ୍ତୁ ନାହିଁ। ବହୁଥିବା ପାଣିର ଚିତ୍ର ଘରେ ଲଗାଇବା ଦ୍ୱାରା ଧନଭାବ ଦେଖାଯାଇଥାଏ। ଘରେ […]

baby

Rakesh Mallick
  • Published: Tuesday, 13 February 2018
  • , Updated: 13 February 2018, 09:31 AM IST

ଅନେକ ଲୋକ ଘର ସଜାଇବାକୁ ଭଲ ପାଆନ୍ତି। ଘରେ ବିଭିନ୍ନ ପ୍ରକାର ଫଟୋ ଲଗାଇଥାନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ କିଛି ଫଟୋ ଘରେ ଲଗାଇବାକୁ ବାରଣ କରାଯାଇଛି। ଏହାଦ୍ୱାରା ଘର ଉପରେ ଖରାପ ପ୍ରଭାବ ପଡିଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି। ଆସନ୍ତୁ ଜାଣିବା କେଉଁ ସବୁ ଫଟୋ ବା ଚିତ୍ର ଘରେ ରଖିବେ ନାହିଁ।

ଘରେ ବହୁଥିବା ପାଣି ଓ ଝରଣାର ଫଟୋ ଲଗାନ୍ତୁ ନାହିଁ। ବହୁଥିବା ପାଣିର ଚିତ୍ର ଘରେ ଲଗାଇବା ଦ୍ୱାରା ଧନଭାବ ଦେଖାଯାଇଥାଏ।

ଘରେ କୌଣସି ଜଙ୍ଗଲୀ ଜୀବଜନ୍ତୁ ଫଟୋ ବା ଶୋ’ ପିସ୍‌କୁ ଘରେ ରଖନ୍ତୁ ନାହିଁ। ଏହା ପରିବାର ସଦସ୍ୟଙ୍କ ସ୍ୱଭାବ ଓ ଆଚରଣ ଉପରେ ଖରାପ ପ୍ରଭାବ ପକାଇଥାଏ। ଏହାଦ୍ୱାରା ଘରେ ହିଂସା ବଢିଥାଏ।

ଛୋଟ ଛୁଆ କାନ୍ଦୁଥିବା ଫଟୋକୁ ଘରେ କିମ୍ୱା ଦୋକାନରେ ଲଗାଇବା ଅଶୁଭ।  ଛୋଟ ଛୁଆ ସୌଭାଗ୍ୟର ପ୍ରତୀକ। କାନ୍ଦୁଥିବା ଛୋଟ ଛୁଆର ଫଟୋ ଘରେ ଲଗାଇବା ଦ୍ୱାରା ଦୁର୍ଭାଗ୍ୟ ମାଡି ଆସିବ ବୋଲି ଶାସ୍ତ୍ରରେ କୁହାଯାଇଛି।

ବୁଡିଯାଉଥିବା ଡଙ୍ଗାର ଫଟୋକୁ ଘରେ ରଖନ୍ତୁ ନାହିଁ। ଏହା ସମ୍ପର୍କ ଉପରେ ପ୍ରଭାବ ପକାଇଥାଏ। ଏପରି କୌଣସି ଫଟୋ ବା ଶୋ’ ପିସ୍‌କୁ ଘରେ ରଖନ୍ତୁ ନାହିଁ।

ହିନ୍ଦୁ ଧର୍ମ ଅନୁସାରେ ମହାଭାରତ ମହତ୍ୱପୂର୍ଣ୍ଣ ଗ୍ରନ୍ଥ ଭାବେ ବିଶ୍ୱାସ କରାଯାଏ। ଘରେ ମହାଭାରତ ସମ୍ୱନ୍ଧୀୟ କୌଣସି ଛବି ଘରେ ଲଗାନ୍ତୁ ନାହିଁ। ଘରେ ସୁଖଶାନ୍ତି ଚାହୁଁଥିଲେ ମହାଭାରତ ସମ୍ୱନ୍ଧୀୟ କୌଣସି ଛବିକୁ ଲଗାନ୍ତୁ ନାହିଁ।

ତାଜମହଲ ଦେଖିବାକୁ ଅତି ସୁନ୍ଦର। ପ୍ରେମର ପ୍ରତୀକ ତାଜମହଲର କୌଣସି ଫଟୋ ଘରେ ଲଗାନ୍ତୁ ନାହିଁ। ଏପରି ଫଟୋ ଘରେ ଲଗାଇବା ଦ୍ୱାରା ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଏହା ମୃତ୍ୟୁ ସହ ଜଡିତ ହୋଇଥିବାରୁ ଏହାକୁ ରଖନ୍ତୁ ନାହିଁ।

Related story