ଡ୍ରାଇଭର ସାଜିଲା ପିଶାଚ: ମଦ ପିଆଇ ଦୁଇ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ

ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଦେବଗିରି ପାହାଡ଼ ବୁଲାଇବାକୁ ନେଇ ଦୁଇ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଲୋକ ଲଜ୍ଜା ସହି ନ ପାରି ସେମାନଙ୍କ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛି। ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମହିଳା ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିବା ପରେ ଏପରି ଅଭାବନୀୟ ଘଟଣା ପଦାକୁ ଆସିଛି। ଗତକାଲି ଶଶଧର ଦିଶା ତାଙ୍କ ଟ୍ରାକ୍ଟରରେ ଲେବର ଭାବେ କାମ କରୁଥିବା ଜଣେ ଆଦିବାସୀ ମହିଳା […]

soro

Rakesh Mallick
  • Published: Friday, 23 June 2017
  • , Updated: 24 June 2017, 08:54 AM IST

ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଦେବଗିରି ପାହାଡ଼ ବୁଲାଇବାକୁ ନେଇ ଦୁଇ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଲୋକ ଲଜ୍ଜା ସହି ନ ପାରି ସେମାନଙ୍କ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛି। ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମହିଳା ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିବା ପରେ ଏପରି ଅଭାବନୀୟ ଘଟଣା ପଦାକୁ ଆସିଛି।

ଗତକାଲି ଶଶଧର ଦିଶା ତାଙ୍କ ଟ୍ରାକ୍ଟରରେ ଲେବର ଭାବେ କାମ କରୁଥିବା ଜଣେ ଆଦିବାସୀ ମହିଳା ଓ ଜଣେ ଯୁବତୀଙ୍କୁ ଦେବଗିରି ପାହାଡ଼ ବୁଲାଇବାକୁ ନେଇଥିଲେ। ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ମଦ ପିଇ ନିଶାଶକ୍ତ ଅବସ୍ଥାରେ ଶଶଧର ସେମାନଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

ମହିଳାମାନେ ବିରୋଧ କରିବାରୁ ଶଶଧର ସେମାନଙ୍କୁ ମାଡ଼ ମଧ୍ୟ ମାରିଥିଲେ। ସେମାନଙ୍କ ମୁଣ୍ଡ ଓ ଶରୀରରେ ଆଘାତ ଲାଗିଛି। ପରେ ସେମାନଙ୍କୁ ଆଣି ସୋର-ବାଗୁଡ଼ି ରାସ୍ତାର ମାଣତ୍ରୀ ଛକର କଳବ ବୁଦାରେ ଫିଙ୍ଗି ଦେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଲୋକ ଲଜ୍ଜା ସହି ନ ପାରି ଆଜି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକେ ତାକୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏନେଇ ଆଜି ସୋର ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଦୁଷ୍କର୍ମରେ ଶିକାର ହୋଇଥିବା ମହିଳା ଓ ଯୁବତୀଙ୍କୁ ଡାକ୍ତରୀମାଇନା କରିଛି। ଅଭିଯୁକ୍ତଙ୍କୁ ଖବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି।

Related story