ଜାଣନ୍ତୁ ରାଶି ଅନୁସାରେ କେଉଁ ଖାଦ୍ୟ ଖାଇଲେ ଶୁଭ ହୋଇଥାଏ

ଜ୍ୟୋତିଷଶାସ୍ତ୍ର ଅନୁସାରେ ଗ୍ରହ ଦୋଷ ଥିଲେ ଅନେକ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ିଥାଏ। ଗ୍ରହ ଦୋଷ କାଟିବା ପାଇଁ ବିଭିନ୍ନ ଉପାୟ ରହିଛି। ରାଶି ଅନୁଯାୟୀ ଖାଦ୍ୟ ଖାଇଲେ ବି ଗ୍ରହ ଦୋଷ ଦୂର ହୋଇଥାଏ ବୋଲି କୁହାଯାଏ। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ଲୋକ କ’ଣ ଖାଇଲେ ଶୁଭ ହୋଇଥାଏ ଓ ଗ୍ରହ ଦୋଷ ବି କଟିଥାଏ। ସେହିପରି କେଉଁ ରାଶିର ଲୋକ କେଉଁ ବାସନରେ ଖାଇଲେ ଶୁଭଫଳ ପ୍ରାପ୍ତି ହୋଇଥାଏ ତାହା ବି […]

thali

Rakesh Mallick
  • Published: Sunday, 04 March 2018
  • , Updated: 04 March 2018, 06:54 PM IST

ଜ୍ୟୋତିଷଶାସ୍ତ୍ର ଅନୁସାରେ ଗ୍ରହ ଦୋଷ ଥିଲେ ଅନେକ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ିଥାଏ। ଗ୍ରହ ଦୋଷ କାଟିବା ପାଇଁ ବିଭିନ୍ନ ଉପାୟ ରହିଛି। ରାଶି ଅନୁଯାୟୀ ଖାଦ୍ୟ ଖାଇଲେ ବି ଗ୍ରହ ଦୋଷ ଦୂର ହୋଇଥାଏ ବୋଲି କୁହାଯାଏ। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ଲୋକ କ’ଣ ଖାଇଲେ ଶୁଭ ହୋଇଥାଏ ଓ ଗ୍ରହ ଦୋଷ ବି କଟିଥାଏ। ସେହିପରି କେଉଁ ରାଶିର ଲୋକ କେଉଁ ବାସନରେ ଖାଇଲେ ଶୁଭଫଳ ପ୍ରାପ୍ତି ହୋଇଥାଏ ତାହା ବି ଜାଣନ୍ତୁ।

ମେଷ: ମେଷ ରାଶିର ଲୋକମାନେ ମସୁର ଡାଲି, ବେସନ ଓ ଗହମ ଜାତୀୟ ଖାଇବା ଭଲ।  ତମ୍ବା ବାସନରେ ଖାଦ୍ୟ ଖାଇବା ଏମାନଙ୍କ ପାଇଁ ଶୁଭ ହୋଇଥାଏ।

ବୃଷ: ଭାତ, ଦହି  ଓ କ୍ଷୀରରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ବୃଷ ରାଶି ଲୋକଙ୍କ ପାଇଁ ଭଲ। ଏମାନେ ଚାନ୍ଦି ବାସନରେ ଖାଦ୍ୟ ଖାଇବା ଶୁଭ ହୋଇଥାଏ।

ମିଥୁନ: ମୁଗ ଡ଼ାଲି, ଗହମ ଓ ସବୁଜ ପନିପରିବା ଏହି ରାଶିର ଲୋକଙ୍କ ପାଇଁ ଭଲ। ଏମାନେ ସୁନା କିମ୍ବା ଚାନ୍ଦି ବାସନରେ ଖାଇବା ଶୁଭ ହୋଇଥାଏ।

କର୍କଟ: ଚାଉଳ, ଦହି ଓ କ୍ଷୀରରେ ତିଆରି ହୋଇଥିବା ଖାଦ୍ୟ ଏହି ରାଶିର ଲୋକଙ୍କ ପାଇଁ ଭଲ। ଏମାନେ ଚାନ୍ଦି ବାସନରେ ଖାଇଲେ ଗ୍ରହ ଦୋଷ ଦୂର ହୋଇଥାଏ।

ସିଂହ: ଗହମ, ହରଡ଼ ଡାଲି, ମସୁର ଡାଲି, ଚାଉଳରେ ପ୍ରସ୍ତୁତ ଖାଦ୍ୟ ଖାଇବା ଆପଣଙ୍କ ପାଇଁ ଭଲ। ତମ୍ବା ବାସନରେ ଭୋଜନ କଲେ ଶୁଭ ହୋଇଥାଏ।

କନ୍ୟା: ମୁଗ ଡାଲି, ଗହମ, ଓ ସବୁଜ ପନିପରିବା ଖାଇଲେ ଭଲ। ସୁନା କିମ୍ବା ଚାନ୍ଦି ବାସନରେ ଖାଇବା ଶୁଭ ହୋଇଥାଏ।

ତୁଳା: ଚାଉଳ, ଦହି ଓ କ୍ଷୀରରେ ତିଆରି ହୋଇଥିବା ଖାଦ୍ୟ ଆପଣଙ୍କ ପାଇଁ ଭଲ।  ଏମାନେ ଚାନ୍ଦି ବାସନରେ ଖାଇବା ଶୁଭ ହୋଇଥାଏ।

ବିଛା: ମସୁର ଡାଲି, ବେସନ ଓ ଗହମରେ ତିଆରି ହୋଇଥିବା ଖାଦ୍ୟ ଆପଣଙ୍କ ପାଇଁ ଖୁବ୍‌ ଭଲ। ଏମାନେ ତମ୍ବା ବାସନରେ ଭୋଜନ କରିବା ଭଲ।

ଧନୁ: ହରଡ଼ ଡାଲି, ଚଣା ଡାଲି, ଗୁଡ଼ ଓ ସେଓ ଖାଇବା ଏହି ରାଶି ଲୋକଙ୍କ ପାଇଁ ଭଲ ହୋଇଥାଏ। ଏମାନେ ସୁନା ଥାଳିରେ ଖାଇବା ଶୁଭ ହୋଇଥାଏ।

ମକର: ଭଜା ହୋଇଥିବା ଖାଦ୍ୟ, ବିରି ଡାଲି ଓ କଦଳୀ ଖାଇବା ମକର ରାଶିର ଲୋକମାନଙ୍କ ପାଇଁ ଭଲ।  ଏମାନେ ଲୁହା ବାସନରେ ଖାଇବା ଶୁଭ ହୋଇଥାଏ।

କୁମ୍ଭ: ଭଜା ହୋଇଥିବା ଖାଦ୍ୟ, ବିରି ଡାଲି, ଓ କଦଳୀ  ଖାଇବା ଏହି ରାଶି ଲୋକଙ୍କ ପାଇଁ ମଧ୍ୟ ଶୁଭ। ମକର ରାଶି ପରି ଏମାନଙ୍କ ପାଇଁ ମଧ୍ୟ ଲୁହା ବାସନ ଶୁଭ।

ମୀନ: ହରଡ଼ ଡାଲି, ଚଣା ଡାଲି, ଗୁଡ଼ ଓ ସେଓ ଖାଇବା ଏହି ରାଶିର ଲୋକଙ୍କ ପାଇଁ ଭଲ। ଏମାନେ ସୁନା ବାସନରେ ଖାଇବା ଶୁଭ ହୋଇଥାଏ।

Related story