ଦୈନିକ ଏହି ପତ୍ର ଖାଇଲେ ମୁହଁରୁ ଉଭେଇଯିବ କଳାଦାଗ

Ordigital Desk
  • Published: Wednesday, 09 May 2018
  • , Updated: 09 May 2018, 03:07 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନେକଙ୍କ ମୁହଁରେ କଳାଦାଗ ରହିଥିବା ଦେଖିବାକୁ ମିଳିଥାଏ। ଏହା ଦ୍ୱାରା ମୁହଁ ଅସୁନ୍ଦର ଦେଖାଯାଇଥାଏ। &nbsp;ଫଳରେ ମୁହଁର ଉଜ୍ୱଳପଣିଆ କମିଯିବା ସହ ଚମକ ଫିକା ପଡିଯାଏ। ଏଥିପାଇଁ ଏବେ ବଜାରରେ ଅନେକ ପ୍ରକାର ଔଷଧ କିମ୍ୱା କ୍ରିମ୍&zwnj; ମିଳୁଛି। କିନ୍ତୁ ସେସବୁ ବ୍ୟବହାର ନ କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ତେବେ ଏହି ସମସ୍ୟାର ସମାଧାନ ଆୟୁର୍ବେଦ ପାଖରେ ମଧ୍ୟ ରହିଛି। ଦେଶୀ ଚିକିତ୍ସା ଦ୍ୱାରା ମୁହଁର କଳାଦାଗ ସମସ୍ୟା ଦୂର କରିହେବ ବୋଲି ଆୟୁର୍ବେଦ ଭରସା ଦେଇଛି। ପ୍ରତିଦିନ ସକାଳେ ଦୁଇଟି ନିମ୍ୱ ପତ୍ର ମୁଣ୍ଡରେ ମାରି ଖାଇବା ଦ୍ୱାରା ମୁହଁର ଚମକ ବଢିଥାଏ। ନିୟମିତ ଖାଇବା ଦ୍ୱାରା&nbsp; ମୁହଁର ଦାଗ ଲିଭିଯିବ। ଏହାସହ ଅନେକ ରୋଗ ମଧ୍ୟ ଭଲ ହୋଇଯିବ। ଶୁଣନ୍ତୁ ଏସଂପର୍କରେ କ&rsquo;ଣ ପରାମର୍ଶ ଦେଇଛନ୍ତି ସଂସ୍କୃତ ଗବେଷକ। ତେବେ ଏହାର ପ୍ରୟୋଗ କରିବା ପୂର୍ବରୁ ସବୁବେଳେ ବିଶେଷଜ୍ଞଙ୍କ ପରାମର୍ଶ ନେଇଯିବା&nbsp;ଉଚିତ୍&zwnj;।</p>

Related story