ବାମ ପାଦ କୁଣ୍ଡାଇ ହେଉଛି କି? ସତର୍କ ହୋଇଯାଆନ୍ତୁ

ଶରୀରର ଯେକୌଣସି ଅଙ୍ଗ କୁଣ୍ଡାଇ ହେବା ଏକ ସାଧାରଣ କଥା। ତେବେ ଏହା ସବୁବେଳେ ସାଧାରଣ ହୋଇନଥାଏ।  ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଶରୀରର କୌଣସି ଅଙ୍ଗ କୁଣ୍ଡାଇ ହେବା ଭବିଷ୍ୟତରେ ଘଟିବାକୁ ଥିବା କୌଣସି ଘଟଣାକୁ ସୂଚିତ କରିଥାଏ। ତେଣୁ ଏହାକୁ ଗମ୍ଭୀରତା ସହ ନେବା ଜରୁରୀ। କାରଣ ଏଥିରୁ ବେଳେ ବେଳେ ଭଲ ଘଟଣା ଘଟେ ଓ ବେଳେ ବେଳେ ଅଘଟଣ ବି ଘଟେ। ଆସନ୍ତୁ ଜାଣିବା ଶରୀରର କେଉଁ ଅଙ୍ଗ କୁଣ୍ଡାଇ ହେଲେ କ’ଣ […]

foot

Rakesh Mallick
  • Published: Friday, 22 December 2017
  • , Updated: 22 December 2017, 12:43 PM IST

ଶରୀରର ଯେକୌଣସି ଅଙ୍ଗ କୁଣ୍ଡାଇ ହେବା ଏକ ସାଧାରଣ କଥା। ତେବେ ଏହା ସବୁବେଳେ ସାଧାରଣ ହୋଇନଥାଏ।  ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଶରୀରର କୌଣସି ଅଙ୍ଗ କୁଣ୍ଡାଇ ହେବା ଭବିଷ୍ୟତରେ ଘଟିବାକୁ ଥିବା କୌଣସି ଘଟଣାକୁ ସୂଚିତ କରିଥାଏ। ତେଣୁ ଏହାକୁ ଗମ୍ଭୀରତା ସହ ନେବା ଜରୁରୀ। କାରଣ ଏଥିରୁ ବେଳେ ବେଳେ ଭଲ ଘଟଣା ଘଟେ ଓ ବେଳେ ବେଳେ ଅଘଟଣ ବି ଘଟେ। ଆସନ୍ତୁ ଜାଣିବା ଶରୀରର କେଉଁ ଅଙ୍ଗ କୁଣ୍ଡାଇ ହେଲେ କ'ଣ ସଂକେତ ମିଳେ ବୋଲି ସାମୁଦ୍ରିକ ଶାସ୍ତ୍ରରେ କୁହାଯାଇଛି।

ବାମ ଗାଲ:

ଅଧିକ ଦିନ ଯାଏଁ ବାମ ଗାଲ କୁଣ୍ଡାଇ ହେଉଛି କି? ଏହାର ଅର୍ଥ ଆପଣଙ୍କୁ ଭଲ ପାଉଥିବା ମଣିଷଟି ଆପଣଙ୍କ ବିଷୟରେ ସବୁବେଳେ ଭଲ ଭାବୁ ଅଛି।

ଡାହାଣ କାନ୍ଧ:

ଡାହାଣ କାନ୍ଧ କୁଣ୍ଡାଇ ହେବା ଅର୍ଥ ଆଗକୁ କିଛି ବଡ଼ ଜିନିଷ ଆପଣଙ୍କ ହାତମୁଠାକୁ ଆସିପାରେ।

ମୁଣ୍ଡର ପଛ ଭାଗ:

ମୁଣ୍ଡର ପଛ ଭାଗ କୁଣ୍ଡାଇ ହେଲେ ଜାଣିବେ ଅଫିସ୍‌ କିମ୍ୱା କର୍ମକ୍ଷେତ୍ରରେ ବଡ଼ ଉପଲବ୍ଧି ହାସଲ କରିପାରିବେ। ଆପଣଙ୍କୁ ପଦୋନ୍ନତି ମିଳିପାରେ।

ଭ୍ରୂ(ଆଇବ୍ରୋ):

ବାମ ଆଖିର ଭ୍ରୂ(ଆଇବ୍ରୋ) କୁଣ୍ଡାଇ ହେବା ଅର୍ଥ ଭବିଷ୍ୟତରେ କେହି ନିଜ ଲୋକ ଆପଣଙ୍କୁ ଧୋକା ଦେଇପାରନ୍ତି।  ଡାହାଣ ଆଖିର ଭ୍ରୂ କୁଣ୍ଡାଇ ହେବା ଅର୍ଥ ପୁରୁଣା ବନ୍ଧୁଙ୍କ ସହ ଆପଣଙ୍କର ଭେଟ ହେବ।

ପାପୁଲି:

ଡାହାଣ ହାତ ପାପୁଲି କୁଣ୍ଡାଇ ହେଉଥିଲେ ଖୁବ୍‌ଶୀଘ୍ର ଧନ ପ୍ରାପ୍ତି ଯୋଗ ରହିଛି। ବାମ ହାତ ପାପୁଲି କୁଣ୍ଡାଇ ହେବା ଟଙ୍କା ଖର୍ଚ୍ଚର ସଂକେତ ଦେଇଥାଏ।

ପାଦ:

ଡାହାଣ ପାଦ କୁଣ୍ଡାଇ ହେବା ଅର୍ଥ ଆପଣ ଭବିଷ୍ୟତରେ ସୁଖଦ ଯାତ୍ରା କରିପାରନ୍ତି। ବାମ ପାଦ କୁଣ୍ଡାଇ ହେବା ଅର୍ଥ ଦୁର୍ଭାଗ୍ୟର ଶିକାର ହେବେ।

Related story