ନୂଆଦିଲ୍ଲୀ: ପ୍ରତ୍ୟେକ ମହିଳା ସୁନ୍ଦର ଓ ଆକର୍ଶଣୀୟ ଦିଶିବାକୁ ଚାହାଁନ୍ତି। ଏଥିପାଇଁ ସେମାନେ କେତେକ କ'ଣ ଉପାୟ ଆପଣାଇବା ସହିତ ଅନେକ ପ୍ରକାର ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତି। କିନ୍ତୁ କେବଳ ପ୍ରସାଧନ ସାମଗ୍ରୀ ବ୍ୟବହାର କଲେ ଚେହେରା ସୁନ୍ଦର ହୋଇ ନଥାଏ। ବିଭିନ୍ନ ପ୍ରକାର ବ୍ୟାୟାମ ମଧ୍ୟ ଆବଶ୍ୟକ। ଏପରି କିଛି ଶାରୀରିକ ବ୍ୟାୟାମ ରହିଛି ଯାହା ଦ୍ୱାରା ଆପଣଙ୍କ ମୁଖ ମଣ୍ଡଳ ପ୍ରାକୃତିକ ଉପାୟରେ ଚମକି ଉଠିବ ଓ ଆପଣ ଆହୁରି ସୁନ୍ଦର ଦିଶିବେ। ଆଉ ଆପଣଙ୍କୁ ଅଯଥା ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଆସନ୍ତୁ ଜାଣିବା ଏଥିପାଇଁ ଆପଣଙ୍କୁ କ'ଣ କରିବାକୁ ହେବ।
ଅନେକ ପୁରୁଷ ଓ ମହିଳାଙ୍କ ଗାଲ ଭିତରକୁ ପଶି ଯାଇଥାଏ। ଏଥିପାଇଁ ସାଙ୍ଗମାନେ ଟାକୁଆ ଗାଲ କହି ଚିଡ଼ାନ୍ତି। ଯଦି ଆପଣଙ୍କର ଏପରି ହୋଇଛି ଚିନ୍ତା କରନ୍ତୁ ନାହିଁ। ଆପଣ ନିୟମିତ ବ୍ୟବଧାନରେ ବେଲୁନ ଫୁଙ୍କନ୍ତୁ। କଥାଟା ଶୁଣି ଅଜବ ଲାଗୁଥିବ। କିନ୍ତୁ ଚେହେରା ପାଇଁ ଏକ ଉତ୍ତମ ବ୍ୟାୟାମ ହୋଇଥାଏ। ନିଜ ମୁହଁରେ ପବନ ଭରି ବାମପଟ ଓ ଡାହାଣ ପଟରେ ଚାରି ପାଞ୍ଚଥର ବୁଲାନ୍ତୁ। ଏହାପରେ ପବନ କାଢ଼ି ଦିଅନ୍ତୁ।
ଆଖିରେ କଳା ଦାଗ ଦୂରେଇ ଦେବାକୁ ମଧ୍ୟ ଭଲ ବ୍ୟାୟାମ ରହିଛି। ଏଥିପାଇଁ ଉପରକୁ ଅନାଇ ଗୋଟିଏ ସ୍ଥାନରେ ଧ୍ୟାନ କେନ୍ଦ୍ରିଭୁତ କରନ୍ତୁ। ଯେତେଦୂର ସମ୍ଭବ ଏପରି ମୁଦ୍ରାରେ ରୁହନ୍ତୁ। ଏପରି କରିବା ଦ୍ୱାରା ଆଖିର ଆଖ ପାଖରେ ରକ୍ତ ପ୍ରବାହ ହୋଇଥାଏ। ଏଥିରେ କଳା ଦାଗ ଭଲ ହୋଇଥାଏ।