ଘରେ ଲଗାନ୍ତୁ ନାହିଁ ଏହି ଫଟୋ

ନିଜ ଘରକୁ ସୁନ୍ଦର ରଖିବା ପାଇଁ ସମସ୍ତେ ଚାହାଁନ୍ତି। ସେଥିପାଇଁ କିଏ ଦାମୀ ଆସବାବପତ୍ର ରଖିଥାଏ ତ ଆଉ କିଏ ସୁନ୍ଦର ସୁନ୍ଦର ଫଟୋ  ଲଗାଇଥାଏ। ହେଲେ ଆପଣ ଜାଣିଛନ୍ତି ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଫଟୋ ଲଗାଇବାର ମହତ୍ତ୍ୱ କିଛି ଅଲଗା ରହିଥାଏ। କିଛି ଫଟୋ ଏପରି ରହିଛି, ଯାହାକୁ ଲଗାଇବା ଦ୍ୱାରା  ଘରେ ସକାରାତ୍ମକ ଶକ୍ତି ଆସିଥାଏ। ଆଉ କିଛି ଫଟୋ ଏପରି ରହିଛି ଯାହାକୁ ଲଗାଇବା ଦ୍ୱାରା ନକାରାତ୍ମକ ଶକ୍ତି ଆସିଥାଏ। ଆସନ୍ତୁ ଜାଣିବା […]

panting

Rakesh Mallick
  • Published: Tuesday, 01 May 2018
  • , Updated: 01 May 2018, 08:34 AM IST

ନିଜ ଘରକୁ ସୁନ୍ଦର ରଖିବା ପାଇଁ ସମସ୍ତେ ଚାହାଁନ୍ତି। ସେଥିପାଇଁ କିଏ ଦାମୀ ଆସବାବପତ୍ର ରଖିଥାଏ ତ ଆଉ କିଏ ସୁନ୍ଦର ସୁନ୍ଦର ଫଟୋ  ଲଗାଇଥାଏ। ହେଲେ ଆପଣ ଜାଣିଛନ୍ତି ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଫଟୋ ଲଗାଇବାର ମହତ୍ତ୍ୱ କିଛି ଅଲଗା ରହିଥାଏ। କିଛି ଫଟୋ ଏପରି ରହିଛି, ଯାହାକୁ ଲଗାଇବା ଦ୍ୱାରା  ଘରେ ସକାରାତ୍ମକ ଶକ୍ତି ଆସିଥାଏ। ଆଉ କିଛି ଫଟୋ ଏପରି ରହିଛି ଯାହାକୁ ଲଗାଇବା ଦ୍ୱାରା ନକାରାତ୍ମକ ଶକ୍ତି ଆସିଥାଏ। ଆସନ୍ତୁ ଜାଣିବା କେଉଁ ଫଟୋ ଘରେ ଲଗାଇବା ଉଚିତ ନୁହେଁ।

ଝରଣା: ଘରେ କେବେ ବହି ଯାଉଥିବା ପାଣି କିମ୍ୱା ଝରଣାର ଫଟୋ ଲଗାନ୍ତୁ ନାହିଁ। ଏହି ଫଟୋ ଲଗାଇବା ଦ୍ୱାରା ଆର୍ଥିକ ସମସ୍ୟା ଲାଗି ରହିଥାଏ।

ହିଂସ୍ର ପଶୁ: ଘରେ ହିଂସ୍ର ପଶୁଙ୍କ ଫଟୋ ଲଗାନ୍ତୁ ନାହିଁ। ଏହାଦ୍ୱାରା ପାରିବାରିକ କଳହ ଲାଗି ରହିପାରେ ଓ ସଦସ୍ୟଙ୍କ ମଧ୍ୟ ମତାନ୍ତର ଦେଖା ଦେଇଥାଏ।

କାନ୍ଦୁଥିବା ଶିଶୁ: କିଛି ଲୋକ ଅଛନ୍ତି ଘରେ କାନ୍ଦୁଥିବା ପିଲାଙ୍କ ଫଟୋ ଲଗାଇଥାନ୍ତି। ଏହି ଫଟୋ ଦୁର୍ଭାଗ୍ୟର କାରଣ ହୋଇଥାଏ। ତେଣୁ ଭୁଲରେ ବି ଘରେ କାନ୍ଦୁଥିବା ପିଲାଙ୍କ ଫଟୋ ଲଗାନ୍ତୁ ନାହିଁ।

ବୁଡ଼ି ଯାଉଥିବା ଜାହାଜ: ଘରେ ବୁଡ଼ି ଯାଉଥିବା ଡଙ୍ଗା କିମ୍ୱା ଜାହାଜର ଫଟୋ ଲଗାନ୍ତୁ ନାହିଁ। ଏହା ମଧ୍ୟ ଦୁର୍ଭାଗ୍ୟର କାରଣ ହୋଇଥାଏ। ଏହାସହିତ କାନ୍ଥରେ ଯୁଦ୍ଧ କିମ୍ୱା ଯାଦୁଘର ଫଟୋ ଲଗାଇବା ଠିକ୍ ନୁହେଁ। ଏହାଦ୍ୱାରା ଘର ସଦସ୍ୟଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଥାଏ।

Related story