ଇବ୍‌ ନଦୀରେ ବନ୍ୟା: ସୁନ୍ଦରଗଡ଼ରେ ପଶିଲା ପାଣି

Ordigital Desk
  • Published: Thursday, 27 July 2017
  • , Updated: 27 July 2017, 11:24 AM IST
<p>ସୁନ୍ଦରଗଡ଼: ଛତିଶଗଡ଼ରେ ଲଣାଣ ବର୍ଷା ଯୋଗୁଁ ଇବ୍ ନଦୀରେ ବନ୍ୟା ଆସିଛି। ଫଳରେ ସୁନ୍ଦରଗଡ଼ ସହରରେ ବନ୍ୟା ପାଣି ପଶିଛି।&nbsp; ନଦୀ କୂଳରେ ଥିବା ରାଣୀବଗିଚା ଓ ମହାଦେବପଡ଼ାର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି।&nbsp; ଘରେ ପାଣି ପଶିଯିବାରୁ ଲୋକମାନେ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲି ଯାଇଛନ୍ତି। ଅନେକ ସ୍ଥାନରେ ପିଏଚଡି ପମ୍ପ ହାଉସ ଓ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ&nbsp; ପାଣି ଘେରରେ ଥିବାରୁ ସହରକୁ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି।</p> <p>ସୁନ୍ଦରଗଡ଼ ସଦର ବିଧାୟକ ଯୋଗେଶ ସିଂ ଓ ନଗରପାଳ ବେଣୁଧର ତାଣ୍ଡିଆ ସ୍ଥିତି ଅନୁଧ୍ୟାନ କରିବା ସହ ରିଲିଫ ସାମଗ୍ରୀ ଯୋଗାଣ ଉପରେ ଗୁରୁତ୍ୱ ଦେଇଛନ୍ତି।</p>

Related story