ଛୋଟ ଛୋଟ କଥାରେ ରାଗୁଛନ୍ତି କି ? ଆପଣାନ୍ତୁ ଏହି ଟିପ୍ସ

ରାଗ ମଣିଷର ଚିର ଶତ୍ରୁ ବୋଲି କୁହାଯାଏ। ଏମିତି କି ମଣିଷ ରାଗିଲେ ତାର ହିତାହତ ଜ୍ଞାନ ମଧ୍ୟ ହରାଇ ବସେ। ଯଦି ଆପଣ ବି ଛୋଟ ଛୋଟ କଥାରେ ରାଗି ଯାଉଛନ୍ତି, ତା’ହେଲେ ଏହି ଟିପ୍ସ ଅନୁକରଣ କରନ୍ତୁ। ଏଗୁଡ଼ିକ ଆପଣଙ୍କ କ୍ରୋଧକୁ କମାଇବାରେ ସାହାଯ୍ୟ କରିବ। ୧- ରାଗ ମାଡ଼ିଲେ କିଛି କହିବା ପୂର୍ବରୁ  ୧୦ରୁ୧ ପର୍ଯ୍ୟନ୍ତ ଓଲଟା ଗଣନ୍ତୁ। ୨- ରାଗ ସମୟରେ  କିଛି କଥା ନ କହି  ଏକ୍ସରସାଇଜ୍‌ କରିବା ଆରମ୍ଭ […]

angry

angry

Rakesh Mallick
  • Published: Friday, 22 December 2017
  • Updated: 22 December 2017, 12:05 PM IST

Sports

Latest News

ରାଗ ମଣିଷର ଚିର ଶତ୍ରୁ ବୋଲି କୁହାଯାଏ। ଏମିତି କି ମଣିଷ ରାଗିଲେ ତାର ହିତାହତ ଜ୍ଞାନ ମଧ୍ୟ ହରାଇ ବସେ। ଯଦି ଆପଣ ବି ଛୋଟ ଛୋଟ କଥାରେ ରାଗି ଯାଉଛନ୍ତି, ତା’ହେଲେ ଏହି ଟିପ୍ସ ଅନୁକରଣ କରନ୍ତୁ। ଏଗୁଡ଼ିକ ଆପଣଙ୍କ କ୍ରୋଧକୁ କମାଇବାରେ ସାହାଯ୍ୟ କରିବ।

୧- ରାଗ ମାଡ଼ିଲେ କିଛି କହିବା ପୂର୍ବରୁ  ୧୦ରୁ୧ ପର୍ଯ୍ୟନ୍ତ ଓଲଟା ଗଣନ୍ତୁ।

୨- ରାଗ ସମୟରେ  କିଛି କଥା ନ କହି  ଏକ୍ସରସାଇଜ୍‌ କରିବା ଆରମ୍ଭ କରନ୍ତୁ। ନ ହେଲେ ଚାଲନ୍ତୁ କିମ୍ୱା ଶିଢ଼ିରେ ତଳୁ ଉପରକୁ ଦୌଡନ୍ତୁ। ରାଗକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତିଦିନ ସୁଇମିଂ କରନ୍ତୁ ନ ହେଲେ ଚାଲନ୍ତୁ।

୩-ରାଗକୁ କଣ୍ଟ୍ରୋଲ କରିବା ପାଇଁ ଦୀର୍ଘ ନିଶ୍ୱାସ ନିଅନ୍ତୁ। କିଛି ଭଲ ସିନେରୀ କିମ୍ୱା ଫଟୋ ଦେଖନ୍ତୁ।  ଗୀତ ଶୁଣନ୍ତୁ।

୪-ନିଜ ଭବନାକୁ କେବେ କଣ୍ଟ୍ରୋଲ୍ କରିବା ଉଚିତ ନୁହେଁ। ତେବେ ରାଗିବା ସମୟରେ ରିଆକ୍ଟ ନ କରି  ଆପଣାର ଲୋକଙ୍କ ସହ କଥା ହୁଅନ୍ତୁ। ଯିଏ ଆପଣଙ୍କୁ ବୁଝି ପାରୁଥିବ।

୫- ରାଗ ସମୟରେ କହିବା ପୂର୍ବରୁ କ’ଣ କହିବାକୁ ଚାହୁଁଛନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଚେଷ୍ଟା କରନ୍ତୁ। ଏପରି କରିବା ଦ୍ୱାରା ଆପଣ ଧୀରେ ଧୀରେ ରାଗିବା ସମୟରେ ପ୍ରତିକ୍ରିୟାଶୀଳ ହେବା ଅଭ୍ୟାସ ଛାଡିଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos