ଶୁକ୍ରବାର ଆପଣାନ୍ତୁ ଏସବୁ ଉପାୟ,ବଦଳିଯାଇପାରେ ଭାଗ୍ୟ

ହିନ୍ଦୁ ଧାର୍ମିକ ଭାବନାରେ ଶୁକ୍ରବାର ଶକ୍ତିମତା ଏବଂ ଗ୍ରହ ଦେବତା ଶୁକ୍ରଙ୍କୁ ସମର୍ପିତ। ଜନ୍ମ କୁଣ୍ଡଳୀରେ ଶୁକ୍ରଗ୍ରହ ଭଲ ସ୍ଥିତିରେ ଥିଲେ ଜୀବନରେ ନାମ,ଯଶ,ପ୍ରତିଷ୍ଠା ଓ ସମ୍ମାନ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ସେହିପରି ଶୁକ୍ରଗ୍ରହ ଖରାପ ସ୍ଥିତିରେ ଥିଲେ ଜୀବନରେ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଏହିଦିନ ଶୁକ୍ରଙ୍କୁ ସନ୍ତୁଷ୍ଟ ରଖିବାକୁ ଚାହୁଁଥିଲେ  ନିମ୍ନଲିଖିତ ଉପାୟ ଗୁଡିକୁ ଅବଲମ୍ବନ କରନ୍ତୁ। ୧. କୌଣସି ଶୁକ୍ରବାର ଗାଈକୁ ଅଟା ଓ ପିମ୍ପୁଡିକୁ ଚିନି ଖାଇବାକୁ […]

shankh

Ordigital Desk
  • Published: Friday, 08 December 2017
  • , Updated: 08 December 2017, 11:25 AM IST

ହିନ୍ଦୁ ଧାର୍ମିକ ଭାବନାରେ ଶୁକ୍ରବାର ଶକ୍ତିମତା ଏବଂ ଗ୍ରହ ଦେବତା ଶୁକ୍ରଙ୍କୁ ସମର୍ପିତ। ଜନ୍ମ କୁଣ୍ଡଳୀରେ ଶୁକ୍ରଗ୍ରହ ଭଲ ସ୍ଥିତିରେ ଥିଲେ ଜୀବନରେ ନାମ,ଯଶ,ପ୍ରତିଷ୍ଠା ଓ ସମ୍ମାନ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ସେହିପରି ଶୁକ୍ରଗ୍ରହ ଖରାପ ସ୍ଥିତିରେ ଥିଲେ ଜୀବନରେ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଏହିଦିନ ଶୁକ୍ରଙ୍କୁ ସନ୍ତୁଷ୍ଟ ରଖିବାକୁ ଚାହୁଁଥିଲେ  ନିମ୍ନଲିଖିତ ଉପାୟ ଗୁଡିକୁ ଅବଲମ୍ବନ କରନ୍ତୁ।

୧. କୌଣସି ଶୁକ୍ରବାର ଗାଈକୁ ଅଟା ଓ ପିମ୍ପୁଡିକୁ ଚିନି ଖାଇବାକୁ ଦିଅନ୍ତୁ। ଏପରି କଲେ ଶୁକ୍ରଙ୍କ କୋପଦୃଷ୍ଟି ଦୂର ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି।

୨. ଶୁକ୍ରବାର ଲାଲ ବସ୍ତ୍ର ପରିଧାନ କରି ବ୍ରାହ୍ମଣଙ୍କୁ ଚାଉଳ ଓ ଚିନି ଦାନ କରନ୍ତୁ ।

୩. ଏହି ଦିନ ଦକ୍ଷିଣାବର୍ତ୍ତୀ ଶଙ୍ଖରେ ପାଣି ଭରି ବିଷ୍ଣୁଙ୍କୁ ଅଭିଷେକ କଲେ ମା’ଲକ୍ଷ୍ମୀଙ୍କ କୃପା ଲାଭ କରିପାରିବେ ଓ ଆପଣଙ୍କ ଆର୍ଥିକ ଦୂରାବସ୍ଥା ବଦଳିଯିବ।

Related story