ହାଡ଼କୁ ମଜଭୁତ କରେ ଏହି ସବୁ ଖାଦ୍ୟ

କ୍ୟାଲସିୟମ୍‌ ଓ ଭିଟାମିନ ‘ଡି’ ହାଡ଼କୁ ମଜଭୁତ କରେ।କ୍ୟାଲସିୟମ୍‌ ଅଭାବରୁ ହାଡ଼ ଦୁର୍ବଳ ହେବା ସହ ଆଣ୍ଠୁଗଣ୍ଠି ସମସ୍ୟା ଦେଖା ଦେଇଥାଏ। ଶରୀରରେ କ୍ୟାଲସିୟମ୍‌ର ସ୍ତରକୁ ସନ୍ତୁଳିତ ରଖିବା ପାଇଁ ସଠିକ୍‌ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଏ।ତେବେ ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟରେ ଭରପୂର ମାତ୍ରାରେ କ୍ୟାଲସିୟମ ରହିଥାଏ। କ୍ଷୀର- କ୍ଷୀରରେ ପରିମାଣ ପ୍ରଚୁର ପରିମାଣରେ କ୍ୟାଲସିୟମ ରହିଛି। ଏକ କପ୍‌ କ୍ଷୀରରେ ୨୮୦ ମିଲିଗ୍ରାମ କ୍ୟାଲ୍‌ସିୟମ୍‌ ଥାଏ। ତେଣୁ ଶରୀରରେ କ୍ୟାଲସିୟମ୍‌ର ମାତ୍ରା ବଢାଇବା […]

bone-keep-your-bones-healthy-and-strong copy

Rakesh Mallick
  • Published: Wednesday, 04 April 2018
  • , Updated: 04 April 2018, 01:01 PM IST

କ୍ୟାଲସିୟମ୍‌ ଓ ଭିଟାମିନ ‘ଡି’ ହାଡ଼କୁ ମଜଭୁତ କରେ।କ୍ୟାଲସିୟମ୍‌ ଅଭାବରୁ ହାଡ଼ ଦୁର୍ବଳ ହେବା ସହ ଆଣ୍ଠୁଗଣ୍ଠି ସମସ୍ୟା ଦେଖା ଦେଇଥାଏ। ଶରୀରରେ କ୍ୟାଲସିୟମ୍‌ର ସ୍ତରକୁ ସନ୍ତୁଳିତ ରଖିବା ପାଇଁ ସଠିକ୍‌ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଏ।ତେବେ ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟରେ ଭରପୂର ମାତ୍ରାରେ କ୍ୟାଲସିୟମ ରହିଥାଏ।

କ୍ଷୀର- କ୍ଷୀରରେ ପରିମାଣ ପ୍ରଚୁର ପରିମାଣରେ କ୍ୟାଲସିୟମ ରହିଛି। ଏକ କପ୍‌ କ୍ଷୀରରେ ୨୮୦ ମିଲିଗ୍ରାମ କ୍ୟାଲ୍‌ସିୟମ୍‌ ଥାଏ। ତେଣୁ ଶରୀରରେ କ୍ୟାଲସିୟମ୍‌ର ମାତ୍ରା ବଢାଇବା ଲାଗି ନିୟମିତ କ୍ଷୀର ପିଅନ୍ତୁ।

କମଳା- କମଳା ଖାଇବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବଢିଥାଏ। ଏଥିରେ ଭିଟାମିନ ‘ଡ଼ି’ ସହ କ୍ୟାଲସିୟମ୍‌ ରହିଛି ଯାହା ହାଡ଼କୁ ମଜଭୁତ କରେ।

ବାଦାମ- ବାଦାମରେ ଅଧିକ ପରିମାଣରେ କ୍ୟାଲସିୟମ୍‌ ଓ ପ୍ରୋଟିନ୍‌ ରହିଛି। ନିୟମିତ ବାଦାମ ଖାଇବା ଦ୍ୱାରା ହୃତପିଣ୍ଡ ଜନିତ ରୋଗ ହେବାର ଆଶଙ୍କା ମଧ୍ୟ କମିଯାଏ। ଏହା ସହ ବାଦାମ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ପାଏ।

ଦହି- ଦୈନିକ ଏକ କପ୍‌ ଦହି ଖାଇବା ଦ୍ୱାରା ହାଡ଼ ଜନିତ ସମସ୍ୟା ଦୂର ହୁଏ। ଆପଣଙ୍କୁ କ୍ଷୀର ଖାଇବାକୁ ପସନ୍ଦ କରୁ ନଥିଲେ ଦହି ଖାଇପାରିବେ।

ସବୁଜ ପନିପରିବା- ଶରୀରରେ କ୍ୟାଲସିୟମ୍‌ ମାତ୍ରା ବଢାଇବା ଲାଗି ସବୁଜପନିପରିବା ଖାଇବା ବେଶ୍‌ ଉପଯୋଗୀ। ଏଥିପାଇଁ ଖାଦ୍ୟରେ ପାଳଙ୍ଗ ଶାଗ ଓ ବ୍ରକୋଲି ଆଦି ସାମିଲ କରନ୍ତୁ।

ମାଛ ଓ ମାଂସ- ମାଛ ଓ ମାଂସରେ ପ୍ରୋଟିନ୍‌ ଓ କ୍ୟାଲସିୟମ୍‌ର ମାତ୍ରା ପ୍ରଚୁର ପରିମାଣରେ ଥାଏ।

 

 

 

 

 

Related story