କେଶରୁ ଜାଣନ୍ତୁ ମଣିଷର ସ୍ୱଭାବ

ମଣିଷ ଶରୀରର ଗଠନରୁ ତା’ର ସ୍ୱଭାବ କେମିତି ଜାଣିବା କଷ୍ଟକର। ହେଲେ ସମୁଦ୍ର ଶାସ୍ତ୍ରରେ ଏପରି କିଛି ଉଲ୍ଲେଖ ରହିଛି, ଯାହାକୁ ଆଧାର କରି ଆପଣ ମଣିଷ ଅଙ୍ଗରୁ ହିଁ ତାଙ୍କ ସ୍ୱଭାବ ଜାଣିପାରିବେ। କେଶକୁ ନେଇ ସମୁଦ୍ର ଶାସ୍ତ୍ରରେ ବହୁତ କିଛି ଉଲ୍ଲେଖ ରହିଛି। ଆମକୁ ଆକର୍ଷଣୀୟ କରିବାରେ କେଶର ବହୁତ ଭୂମିକା ରହିଛି। ଆଜିକାଲି ତ ପିଲାମାନେ ନୂଆ ନୂଆ ହେୟାର ଷ୍ଟାଲ୍‌ କରି ଅନ୍ୟକୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛନ୍ତି। ଆସନ୍ତୁ ଜାଣିବା […]

hair

Rakesh Mallick
  • Published: Sunday, 04 February 2018
  • , Updated: 04 February 2018, 08:19 AM IST

ମଣିଷ ଶରୀରର ଗଠନରୁ ତା’ର ସ୍ୱଭାବ କେମିତି ଜାଣିବା କଷ୍ଟକର। ହେଲେ ସମୁଦ୍ର ଶାସ୍ତ୍ରରେ ଏପରି କିଛି ଉଲ୍ଲେଖ ରହିଛି, ଯାହାକୁ ଆଧାର କରି ଆପଣ ମଣିଷ ଅଙ୍ଗରୁ ହିଁ ତାଙ୍କ ସ୍ୱଭାବ ଜାଣିପାରିବେ। କେଶକୁ ନେଇ ସମୁଦ୍ର ଶାସ୍ତ୍ରରେ ବହୁତ କିଛି ଉଲ୍ଲେଖ ରହିଛି।

ଆମକୁ ଆକର୍ଷଣୀୟ କରିବାରେ କେଶର ବହୁତ ଭୂମିକା ରହିଛି। ଆଜିକାଲି ତ ପିଲାମାନେ ନୂଆ ନୂଆ ହେୟାର ଷ୍ଟାଲ୍‌ କରି ଅନ୍ୟକୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛନ୍ତି। ଆସନ୍ତୁ ଜାଣିବା କେମିତି କେଶ ଥିଲେ ଲୋକଙ୍କ ସ୍ୱଭାବ କିପରି ହୋଇଥାଏ।

ଦୁଇ ମୁହାଁ କେଶ: ସମୁଦ୍ର ଶାସ୍ତ୍ର ଅନୁସାରେ ଜଣେ ମଣିଷ ମୁଣ୍ଡର ରୁମଚିନ୍ଦ୍ରରୁ ଗୋଟେ କେଶ ବାହାରିଥିଲେ ଶୁଭ। ଯଦି ଗୋଟିଏ କେଶରୁ ଏକାଧିକ ଶାଖା ବାହାରିଥିବ ତେବେ, ସ୍ୱାସ୍ଥ୍ୟ ଖରାପ ରହିଥାଏ। ଏପରି ବ୍ୟକ୍ତି ଦୁଇଟି ବିଚାରଧାରକୁ ନେଇ ସବୁ ବେଳେ ଦ୍ୱନ୍ଦ୍ୱରେ ରହିଥାନ୍ତି ଓ କୌଣସି ନିଷ୍ପତ୍ତିରେ ପହଞ୍ଚି ପାରି ନଥାନ୍ତି। ଏହି କାରଣରୁ ଏମାନଙ୍କୁ ସଫଳତା ମିଳି ନଥାଏ।

କଳା କେଶ: ଯେଉଁ ଲୋକଙ୍କ କେଶ କଳା ହୋଇଥାଏ, ସେମାନେ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ, କର୍ମଠ, ବିଶ୍ୱାସ କରିବାକୁ ଯୋଗ୍ୟ ହୋଇଥାନ୍ତି। ଯେଉଁମାନଙ୍କ କେଶ ଅଳ୍ପ ବୟସରେ ପାଚି ଯାଇଥାଏ ସେମାନେ ଅପେକ୍ଷାକୃତ ଦୃର୍ବଳ ହୋଇଥାନ୍ତି ବୋଲି ସମୁଦ୍ର ଶାସ୍ତ୍ରରେ ଉଲ୍ଲେଖ ରହିଛି।

ପତଳା କେଶ: ଯେଉଁମାନଙ୍କ କେଶ ପତଳା ହୋଇଥାଏ, ସେମାନଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିଥାଏ। ଏହି ବ୍ୟକ୍ତିମାନେ ଉଦାର, ପ୍ରେମୀ, ଦୟାଳୁ, ସମ୍ବେଦନଶୀଳ ହୋଇଥାନ୍ତି।

ମୋଟା କେଶ: ମୋଟା କେଶ ଥିବା ବ୍ୟକ୍ତି ଭଲ ସ୍ୱାସ୍ଥ୍ୟ ସହ ଉଚ୍ଚ ବିଚାର ଶକ୍ତି ଅଧିକାରୀ ହୋଇଥାନ୍ତି।

ସିଧା କେଶ: ସିଧା ବାଳ ଥିବା ବ୍ୟକ୍ତି ସରଳ ସ୍ୱଭାବର ହୋଇଥାନ୍ତି। ଏମାନେ କୌଣସି କଥାରେ ଗୋଳିଆ ମିଶା କରିବାକୁ ଭଲ ପାଇ ନଥାନ୍ତି। ସବୁ କାମ ସିଧା ସିଧା କରିଥାନ୍ତି।

କୁଞ୍ଚୁକୁଞ୍ଚିଆ କେଶ: କୁଞ୍ଚୁକୁଞ୍ଚିଆ କେଶ ଥିବା ବ୍ୟକ୍ତି ନର୍ମ, ସଭ୍ୟ, କଳା ପ୍ରେମୀ ଏବଂ ଭଲ ବନ୍ଧୁ ହୋଇଥାନ୍ତି।

କଳା, ଚିକଣ, ମୁଲାୟମ, ଆକର୍ଷଣୀୟ ତଥା ସିଧା କେଶ ମହିଳାଙ୍କୁ ସ୍ୱଭାଗ୍ୟ ପ୍ରଦାନ କରିଥାଏ। ଏହି ମହିଳାମାନେ ଧନବାନ ଓ ସୁସ୍ଥ ରହିଥାନ୍ତି। ମାଟିଆ, ଲାଲ, ବିକୃତ ଦେଖାଯାଇଥିବା କେଶ ଥିବା ମହିଳାମାନେ ସବୁବେଳେ ଦୁଃଖି ରହିଥାନ୍ତି ବୋଲି ସମୁଦ୍ର ଶାସ୍ତ୍ରରେ ଉଲ୍ଲେଖ ରହିଛି।

Related story