ଅଫିସ୍‌ରେ ସମସ୍ତଙ୍କ ପ୍ରିୟ ହେବାକୁ ଚାହୁଁଛନ୍ତି କି? ପଢ଼ନ୍ତୁ ୪ଟି ଟିପ୍ସ

ଆଜିକାଲି ଚାକିରି ଖଣ୍ଡେ ପାଇବା କାଠିକର ପାଠ। ଯଦି ବି ଚାକିରି ମିଳିଗଲା ଏହାକୁ ମେଣ୍ଟେନ୍ କରିବା ଆହୁରି କଷ୍ଟ। ନୂଆ ନୂଆ ଚାକିରିରେ ଯୋଗ ଦେଇଥିଲେ, ବହୁତ ଛୋଟ ଛୋଟ କଥା ଉପରେ ନଜର ଦେବାକୁ ପଡ଼ିଥାଏ। ଖାସ୍ କରି ଯଦି କୌଣସି ଅଫିସ୍‌ରେ ନୂଆ କରି ଯୋଗ ଦେଇଛନ୍ତି ଓ ସମସ୍ତଙ୍କ ଫେବରାଇଟ୍‌ ହେବାକୁ ଚାହୁଁଛନ୍ତି, ତେବେ କିଛି ବିଶେଷ ଶୈଳୀରେ ଆପଣଙ୍କୁ କାମ କରିବାକୁ ପଡ଼ିବ। ଆସନ୍ତୁ ଜାଣିବା ଏମିତି କିଛି ଉପାୟ […]

office

Rakesh Mallick
  • Published: Saturday, 11 November 2017
  • , Updated: 11 November 2017, 12:03 PM IST

ଆଜିକାଲି ଚାକିରି ଖଣ୍ଡେ ପାଇବା କାଠିକର ପାଠ। ଯଦି ବି ଚାକିରି ମିଳିଗଲା ଏହାକୁ ମେଣ୍ଟେନ୍ କରିବା ଆହୁରି କଷ୍ଟ। ନୂଆ ନୂଆ ଚାକିରିରେ ଯୋଗ ଦେଇଥିଲେ, ବହୁତ ଛୋଟ ଛୋଟ କଥା ଉପରେ ନଜର ଦେବାକୁ ପଡ଼ିଥାଏ। ଖାସ୍ କରି ଯଦି କୌଣସି ଅଫିସ୍‌ରେ ନୂଆ କରି ଯୋଗ ଦେଇଛନ୍ତି ଓ ସମସ୍ତଙ୍କ ଫେବରାଇଟ୍‌ ହେବାକୁ ଚାହୁଁଛନ୍ତି, ତେବେ କିଛି ବିଶେଷ ଶୈଳୀରେ ଆପଣଙ୍କୁ କାମ କରିବାକୁ ପଡ଼ିବ। ଆସନ୍ତୁ ଜାଣିବା ଏମିତି କିଛି ଉପାୟ ଯାହାକୁ ଆପଣାଇ ନୂଆ ଅଫିସ୍‌ରେ ଆପଣ ସମସ୍ତଙ୍କ ପ୍ରିୟ ହୋଇ ପାରିବେ।

ଠିକ୍ ସମୟରେ ଅଫିସ୍‌ରେ ପହଞ୍ଚନ୍ତୁ: ଅନୁଶାସନ ସଫଳତାର ମୂଳ ମନ୍ତ୍ର। ତେଣୁ ନୂଆ ସ୍ଥାନରେ ଯୋଗ ଦେଇଥିଲେ, ଅଫିସ୍‌ ଠିକ ସମୟରେ ପହଞ୍ଚନ୍ତୁ। ଅଫିସ୍‌ ସମୟରେ ନିଜ କାମ କରନ୍ତୁ ନାହିଁ। କମ୍ପାନୀର ନିୟମକୁ ସମ୍ମାନ ଦିଅନ୍ତୁ।

ଧନ୍ୟବାଦ ଦେବାକୁ ଭୁଲନ୍ତୁ ନାହିଁ: ନୂଆ କରି ଚାକିରିରେ ଯୋଗ ଦେଇଥିବାରୁ ଆପଣଙ୍କ ସହକର୍ମୀ କାମ ବିଷୟରେ ନିଶ୍ଚିତ କିଛି ନା କିଛି ବୁଝାଇବେ। ଏପରି ସ୍ଥିତିରେ ତାଙ୍କୁ ଧନ୍ୟବାଦ କହିବାକୁ ଭୁଲନ୍ତୁ ନାହିଁ। ଏହାବାଦ୍ ନିଜ ତରଫରୁ ପୁରୁଣା କର୍ମଚାରୀଙ୍କୁ ସହଯୋଗ କରିବାକୁ  ଅନୁରୋଧ କରନ୍ତୁ ଓ ତାଙ୍କ ସହ ସମ୍ପର୍କ ଦୃଢ଼ କରିବାକୁ ଚେଷ୍ଟା କରନ୍ତୁ।

ନୂଆ ଶିଖିବାର ଇଚ୍ଛା ରଖନ୍ତୁ: ସବୁ ବେଳେ କିଛି ନୂଆ ଶିଖିବାର ଇଚ୍ଛା ରଖୁଥିବା ଲୋକଙ୍କୁ ଅନ୍ୟମାନେ ଗୁରୁତ୍ୱ ଦେଇଥାନ୍ତି। ଆପଣ କର୍ମକ୍ଷେତ୍ରରେ ପ୍ରତିବର୍ଷ କିଛି ନୂଆ କରିବାକୁ ଚେଷ୍ଟା କରନ୍ତୁ। ଏହା କମ୍ପାନୀରେ ଫେବରାଇଟ୍‌ ହେବାର ଭଲ ଫର୍ମୁଲା।

ଆହୁରି ମଧ୍ୟ ପଢନ୍ତୁ: ଭାଗ୍ୟ ବଦଳାଇବାକୁ ଚାହୁଁଛନ୍ତି କି? ଆପଣାଇ ପାରନ୍ତି ଏହି ଉପାୟ

ବସ୍‌ଙ୍କୁ ସହଯୋଗ କରନ୍ତୁ: ଅଫିସ୍‌ରେ ଫେବରାଇଟ୍‌ ହେବାର ସବୁଠାରୁ ଭଲ ଉପାୟ ହେଲା ନିଜ ବସ୍‌ଙ୍କୁ କାମରେ ସାହାଯ୍ୟ କରିବା। ଉପରିସ୍ଥ ଅଧିକାରୀଙ୍କୁ ତାଙ୍କ କାମରେ ସହଯୋଗ କଲେ ଏହା ଆପଣଙ୍କ ପାଇଁ ଭବିଷ୍ୟତରେ ଭଲ ହେବ ଓ ବସ୍‌ଙ୍କ ଜରିଆରେ ଆପଣଙ୍କ ଭଲ ଛବି ଅନ୍ୟମାନଙ୍କ ପାଖକୁ ଯିବ।

Related story