ପ୍ରଥମ ଡେଟିଂରେ ଯାଉଛନ୍ତି କି ? ଗାର୍ଲଫ୍ରେଣ୍ଡକୁ ଖୁସି କରିବାକୁ ଜାଣନ୍ତୁ ୧୨ ଟିପ୍ସ

କଥାରେ ଅଛି First Impression Is The Last Impression । ଝିଅ ହୁଅନ୍ତୁ କି ପୁଅ ଫାଷ୍ଟ ଡେଟରେ ଯାଉଥିଲେ ମନରେ ବହୁତ ଗୁଡିଏ କଥା ଉଙ୍କି ମାରିଥାଏ। କେମିତି କଥା ହେବେ, କ’ଣ କହିବେ, କ’ଣ ପିନ୍ଧିବେ ଭାବି ଭାବି ଚିନ୍ତିତ ହୋଇପଡ଼ନ୍ତି। ହେଲେ ଏହା କୌଣସି ଚିନ୍ତାର ବିଷୟ ନୁହେଁ, କେବଳ ମନର ବ୍ୟଗ୍ରତା। ସାମାନ୍ୟ ଧ୍ୟାନ ଦେଲେ ଆପଣଙ୍କ ଫାଷ୍ଟ ଡେଟ୍‌ ନିଶ୍ଚିତ ସଫଳ ହେବ। ଖାସକରି ପୁଅମାନେ ଅଧିକ ଧ୍ୟାନ […]

Rakesh Mallick
  • Published: Monday, 16 October 2017
  • , Updated: 16 October 2017, 11:41 AM IST

କଥାରେ ଅଛି First Impression Is The Last Impression । ଝିଅ ହୁଅନ୍ତୁ କି ପୁଅ ଫାଷ୍ଟ ଡେଟରେ ଯାଉଥିଲେ ମନରେ ବହୁତ ଗୁଡିଏ କଥା ଉଙ୍କି ମାରିଥାଏ। କେମିତି କଥା ହେବେ, କ’ଣ କହିବେ, କ’ଣ ପିନ୍ଧିବେ ଭାବି ଭାବି ଚିନ୍ତିତ ହୋଇପଡ଼ନ୍ତି। ହେଲେ ଏହା କୌଣସି ଚିନ୍ତାର ବିଷୟ ନୁହେଁ, କେବଳ ମନର ବ୍ୟଗ୍ରତା। ସାମାନ୍ୟ ଧ୍ୟାନ ଦେଲେ ଆପଣଙ୍କ ଫାଷ୍ଟ ଡେଟ୍‌ ନିଶ୍ଚିତ ସଫଳ ହେବ। ଖାସକରି ପୁଅମାନେ ଅଧିକ ଧ୍ୟାନ ଦେବା ଦରକାର। କାରର ଗୋଟେ ଝିଅର ମନ ଜିଣିବା କାଠିକର ପାଠ। ଆସନ୍ତୁ ଜାଣିବା ଏପରି କିଛି ଉପାୟ, ଯାହା ଫାଷ୍ଟଡେଟ୍‌କୁ ଇମ୍ପ୍ରେସିବି କରିଦେବ।

୧. ଡେଟ୍‌ରେ ଯାଉଥିଲେ ମନରେ କୌଣସି ପ୍ରକାର ଦ୍ୱନ୍ଦ୍ୱ, ସନ୍ଦେହ ରଖନ୍ତୁ ନାହିଁ। କୌଣସି ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତି କରନ୍ତୁ ନାହିଁ। ଏହା ଶେଷ ମୂହୁର୍ତ୍ତରେ ଆପଣଙ୍କୁ ସମସ୍ୟାରେ ପକାଇ ପାରେ।

୨. ଫାଷ୍ଟ ଡେଟରେ ସାଥୀ ସହ ତାଙ୍କ ପସନ୍ଦ, ନାପସନ୍ଦ ବିଷୟରେ କଥା ହୁଅନ୍ତୁ। ଇଆଡୁ ସିଆଡୁ ଗପନ୍ତୁ ନାହିଁ।

୩. ଆପଣଙ୍କ ଫୋନ କିଛି ସମୟ ପାଇଁ ସାଇଲେଣ୍ଟ କିମ୍ୱା ସୁଇଜ୍ ଅଫ୍ କରିଦିଅନ୍ତୁ।

୪. ନିଜ ବ୍ୟକ୍ତିତ୍ୱକୁ ସୁହାଇବା ଭଳି ପୋଷାକ ପରିଧାନ କରନ୍ତୁ।

୫. ଅଧିକ ବାସନାଯୁକ୍ତ ପରଫ୍ୟୁମ୍‌ ବ୍ୟବହାର କରନ୍ତୁ ନାହିଁ।

୬. ଯିବା ବେଳେ ସାଙ୍ଗରେ କିଛି ଉପହାର ନେବାକୁ ଭୁଲନ୍ତୁ ନାହିଁ।

୭. ଧ୍ୟାନ ରଖିବେ ଗର୍ଲଫ୍ରେଣ୍ଡକୁ ଦେଖିବା ପରେ ଯେମିତି ନର୍ଭସ୍ ନହେବେ।

୮. ଗର୍ଲଫ୍ରଣ୍ଡର ପ୍ରଶଂସା କରିବାକୁ ଭୁଲନ୍ତୁ ନାହିଁ। ଡ୍ରେସିଙ୍ଗ ସେନ୍ସରେ ହେଉ ଅବା ବ୍ୟବହାର, ପ୍ରଶଂସା କରନ୍ତୁ।

୯. ଝିଅମାନେ ତାଙ୍କ କାମରେ କେହି ହସ୍ତକ୍ଷେପ କରନ୍ତୁ ଚାହାଁନ୍ତି ନାହିଁ। ତେଣୁ ଗର୍ଲଫ୍ରେଣ୍ଡର ମନ ଜିତିବାକୁ ଚାହୁଁଥିଲେ ତାଙ୍କୁ ତାଙ୍କ ହିସାବରେ ଚାଲିବାକୁ ଦିଅନ୍ତୁ।

୧୦. ଫାଷ୍ଟ ଡେଟ୍‌ରେ ଗର୍ଲଫ୍ରେଣ୍ଡର ଅନ୍ତରଙ୍ଗ ହେବାକୁ ଚେଷ୍ଟା କରନ୍ତୁ ନାହିଁ।

୧୧. ଝିଅ ଆଗରେ ଅଧିକ ଷ୍ଟାଇଲ ମାରନ୍ତୁ ନାହିଁ।

୧୨. ଡେଟିଂ ପରେ ପରେ ଗର୍ଲଫ୍ରେଣ୍ଡକୁ ତୁରନ୍ତ ଫୋନ୍‌ କରନ୍ତୁ ନାହିଁ।

Related story