ସଫଳତାର ସିଡ଼ି ଚଢ଼ିବାକୁ ଚାହୁଁଛନ୍ତି କି? ଘରେ କରନ୍ତୁ ଏସବୁ  କାମ

ଆମେ ଟିକିଏ ଭଲରେ ରହିବା ପାଇଁ ଦିନରାତି କଠିନ ପରଶ୍ରମ କରନ୍ତି। କେତେକ ଲୋକଙ୍କୁ ଏହି  ପରିଶ୍ରମର ଫଳ ମିଳିଥାଏ। କିନ୍ତୁ ଆଉ କେତେକ ଲୋକ କଠିନ ପରଶ୍ରମ କରି ମଧ୍ୟ ନିରାଶ ହୋଇଥାନ୍ତି। କିନ୍ତୁ ଜାଣିଛନ୍ତି  କି ଏପରି କାହିଁକି ହୁଏ। ଆପଣଙ୍କର ଘରର ବାସ୍ତୁ ଦୋଷ ଯୋଗୁଁ ଏପରି ହୋଇଥାଏ ବୋଲି ଶାସ୍ତ୍ରବିତ୍‌ମାନେ କହିଛନ୍ତି। ଯାହା ଉପରେ ଧ୍ୟାନ ଦେବା  ନିହାତି ଆବଶ୍ୟକ। ତାହାହେଲେ ଆସନ୍ତୁ ଜାଣିବା ସେ ବିଷୟରେ… ୧-  ଖାଇବା ପୂର୍ବରୁ […]

bgff

Rakesh Mallick
  • Published: Friday, 11 May 2018
  • , Updated: 11 May 2018, 09:27 AM IST

ଆମେ ଟିକିଏ ଭଲରେ ରହିବା ପାଇଁ ଦିନରାତି କଠିନ ପରଶ୍ରମ କରନ୍ତି। କେତେକ ଲୋକଙ୍କୁ ଏହି  ପରିଶ୍ରମର ଫଳ ମିଳିଥାଏ। କିନ୍ତୁ ଆଉ କେତେକ ଲୋକ କଠିନ ପରଶ୍ରମ କରି ମଧ୍ୟ ନିରାଶ ହୋଇଥାନ୍ତି। କିନ୍ତୁ ଜାଣିଛନ୍ତି  କି ଏପରି କାହିଁକି ହୁଏ। ଆପଣଙ୍କର ଘରର ବାସ୍ତୁ ଦୋଷ ଯୋଗୁଁ ଏପରି ହୋଇଥାଏ ବୋଲି ଶାସ୍ତ୍ରବିତ୍‌ମାନେ କହିଛନ୍ତି। ଯାହା ଉପରେ ଧ୍ୟାନ ଦେବା  ନିହାତି ଆବଶ୍ୟକ। ତାହାହେଲେ ଆସନ୍ତୁ ଜାଣିବା ସେ ବିଷୟରେ...

୧-  ଖାଇବା ପୂର୍ବରୁ ପ୍ରତିଦିନ ଗାଈକୁ  ଖାଇବାକୁ  ଦିଅନ୍ତୁ। ଏହା କରିବା ଦ୍ୱାରା ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଓ ଟଙ୍କା ପଇସାକୁ ନେଇ ଥିବା  ଚିନ୍ତା ଦୂର ହେବ।

୨- ଘରେ ଥିବା ସିନ୍ଧୁକ ଓ ରୋଷେଇ ଘରକୁ ଚପଲ  ପିନ୍ଧି ଯାଆନ୍ତୁ ନାହିଁ। ଏହିସବୁ ସ୍ଥାନକୁ ଚପଲ ପିନ୍ଧି ଗଲେ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ିବ।

୩- ସାଧାରଣତଃ ଘରେ କ୍ଷୀର ଗରମ କରିବା ପରେ ଏହାକୁ ଖାଲି ଛାଡ଼ନ୍ତୁ ନାହିଁ। କ୍ଷୀର ଗରମ କରିବା ପରେ ଏଥିରେ ତୁରନ୍ତ ଢାଙ୍କୁଣି ଦେଇ ରଖନ୍ତୁ।

୪- ଘରେ ଥିବା ଦେବୀ ଦେବତାଙ୍କୁ ଫୁଲ ଚନ୍ଦନ ଦେଇ ପୂଜା କରିଥାନ୍ତି। ଅଧିକାଂଶ ସମୟରେ ସେହି ଫୁଲକୁ ଆମେ ବାହାରେ ଫୋପଡ଼ି ନଥାନ୍ତି।ଏପରି କରନ୍ତୁ ନାହିଁ। ଏହା କରିବା ଦ୍ୱାରା ନକାରାତ୍ମକ ଶକ୍ତିର ପ୍ରବାହ ପଡ଼ିବ। ଏଥିପାଇଁ ସକାଳେ ପୂଜା କରିଥିବା ଫୁଲକୁ   ସନ୍ଧ୍ୟାରେ ନଦୀ ବା ପୋଖରୀରେ ପକାଇ ଦିଅନ୍ତୁ।

 ୫- ଘରର କାନ୍ଥରେ କଣ୍ଟା ଜାତୀୟ ଫଟୋ ଲଗାନ୍ତୁ ନାହିଁ। ଏହା ଦ୍ୱାରା ଘର ଉପରେ  ନକାରାତ୍ମକ ଶକ୍ତିର ପ୍ରବାହ ପଡ଼ିଥାଏ।

Related story